ରିଲିଜ୍ ହେଉ ହେଉ ମନ ଜିଣିଲା ସପନା ଚୌଧୁରୀଙ୍କ ଗୀତ ରଙ୍ଗ୍ ବ୍ରାଉନ ନୀ, ଚାରି ଦିନରେ ଦେଖିଲେଣି ୧ କୋଟି ୨୫ ଲକ୍ଷ

ଡ୍ୟାନ୍ସ କ୍ବିନ୍ ସପନା ଚୌଧୁରୀ ଏହି ଦିନରେ ହରିୟାଣୀ ସହିତ ପଞ୍ଜବୀ ଗୀତରେ ମଧ୍ୟ ନିଜର ଠୁମକା ପ୍ରଦର୍ଶନ କରିସାରିଛନ୍ତି । ଗତ ମାସରେ ପଞ୍ଜାବୀ ସିଙ୍ଗର ଦଲେର ମହେଦିଙ୍କ ସହିତ ସପନା ଧୂମ୍ ମଚାଛନ୍ତି । ଏବେ ସପନାଙ୍କ ନୂଆ ପଞ୍ଜବୀ ଗୀତ ରିଲିଜ୍ ହୋଇସାରିଛି । ଏହି ଗୀତଟି ହେଉଛି ‘ରଙ୍ଗ ବ୍ରାଉନ୍ ନୀ’ । ଏହି ଗୀତଟି ରିଲିଜ୍ ହେବା ପରେ ଏହା ଲୋକଙ୍କ ପାଟିରେ ଛାଇଯାଇଛି। ଗୀତଟି ୟୁଟ୍ୟୁବରେ କେବଳ ଦୁଇ ଦିନରେ ୧୧ରୁ ୧୨ ମିଲିୟନରୁ ଅଧିକ ଭ୍ୟୁ ହାସିଲ୍ କରିସାରିଲାଣି।

ଏହାସହ ପଢନ୍ତୁ : ରାକ୍ଷୀଙ୍କ ପରେ ରେସଲିଂ ରିଙ୍ଗକୁ ଓହ୍ଲାଇଲେ ସପନା ଚୌଧୁରୀ, ଯାହାପରେ ପରିସ୍ଥିତି ସମ୍ଭାଳିବାକୁ ପହଞ୍ଚିଥିଲେ ପୋଲିସ …

sapna songଏହି ଗୀତଟିରେ ସପନା ଏବଂ ପଞ୍ଜାବୀ ସିଙ୍ଗର କପ୍ତାନ ଲାଡିଙ୍କର ଦମଦାର ଯୋଡି ନଜର ଆସିଛି। ଏହି ଗୀତର ଭିଡିଓ ପାଇଁ ବହୁତ ପରିଶ୍ରମ କରାଯାଇଛି। ଯେଉଁଥିରେ ସପନାଙ୍କ ଡ୍ୟାନ୍ସ ଦେଖିଭଳି ହୋଇଛି। ଏହି ଗୀତର ରିଲିଜ୍ ସମ୍ପର୍କରେ ସପନା ଇଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଗୀତରେ ସପନା ବ୍ଳାକ୍ ଏବଂ ଗୋଲ୍ଡନ୍ ଡ୍ରେସ୍ ରେ ଦେଖାଦେଉଛନ୍ତି। ଏହାସହିତ ସେ ହାଟେଲ୍ ପୋନି ହେୟାର ଷ୍ଟାଇଲ୍ କରିକି ଲୋକଙ୍କ ମନକୁ ଜିଣିନେଇଛନ୍ତି ଯାହା ତାଙ୍କ ଲୁକ୍ କୁ ଆହୁରୀ ସୁନ୍ଦର କରିଦେଇଛି । ଗୀତଟିକୁ ବର୍ତ୍ତମାନ ସୁଦ୍ଧା ୧ କୋଟି ୨୫ ଲକ୍ଷ ଲୋକ ଦେଖିସାରିଲେଣି । ଏହି ଗୀତଟିର ମ୍ୟୁଜିକ୍ ଏବଂ ଲିରିକ୍ସ ଏତେ ଦମଦାର ଯେ ଏହା କୌଣସି ବି ମ୍ୟୁଜିକ୍ ପ୍ରେମୀ ମାନଙ୍କୁ ନାଚିବାକୁ ବାଧ୍ୟ କରିବ ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.