ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ମିଳିଲା ଜାମିନ୍

ରାଞ୍ଚି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଦେଓଘର ‌ଟ୍ରେଜେରି ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜାମିନ ମିଳିଥିବା ନେଇ ଖବର ମିଳିଛି। ପୂର୍ବରୁ ତାଙ୍କ ଜାମିନ ଆବେଦନ ବହୁ ବାର ଖାରଜ ହୋଇଥିବା ବେଳେ ସେ ତାଙ୍କର ଜେଲ୍‌ ଦଣ୍ଡାଦେଶର ଅଧା ସମୟ କାଟି ସାରିଥିବାରୁ ଦେଓଘର ମାମଲାରେ ପୁନଃ ଜାମିନ ଆବେଦନ କରିଥିଲେ। ଚଳିତ ବର୍ଷ ଏପ୍ରିଲ୍‌ରେ ମଧ୍ୟ ସୁପ୍ରିମକୋର୍ଟ ଲାଲୁଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ।

lalu prasadସୂଚନା ଅନୁଯାୟୀ, ଗତ ଜୁନ୍‌ ୧୩ ତାରିଖରେ ଆରଜେଡି ସୁପ୍ରିମୋ ଲାଲୁ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଲାଲୁ ଏବେ ଝାଡ଼ଖଣ୍ଡ ରିମ୍ସରେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ଲାଲୁଙ୍କୁ ଦେଓଘର ଟ୍ରେଜେରି‌ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନ ମଂଜୁର ହୋଇଥିଲେ ସୁଦ୍ଧା ସେ ଜେଲ୍‌ରେ ରହିବେ। ଡୁମ୍‌କା ଏବଂ ଚାଇବାସା ଟ୍ରେଜେରି ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜାମିନ ପ୍ରଦାନ କରାଯାଇ ନାହିଁ। ଦେଓଘର ଟ୍ରେଜରିରୁ ୮୯,୨୭,୦୦୦ ଟଙ୍କା ବେଆଇନ ଉଠାଣ ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଏହି ମାମଲାରେ ସେ ଗତ ୨୦୧୭ ଡିସେମ୍ବରରୁ ଜେଲ୍‌ରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.