ଦେଶ ବିଦେଶ

ମୁମ୍ବାଇରେ ୨୫ତମ ମହଲାରୁ ଖସି ପଡ଼ିଲା ଲିଫ୍ଟ! ଗୁରୁତର ଅବସ୍ଥାରେ ୩ ଉଦ୍ଧାର; ଲିଫ୍ଟରେ ଫସି ଚାଲିଗଲା ୨୦ ବର୍ଷୀୟ ଯୁବକଙ୍କ ଜୀବନ

ମୁମ୍ବାଇରେ ବୁଧବାର ୨୫ତମ ମହଲାରୁ ଲିଫ୍ଟ ଛିଣ୍ଡି ପଡ଼ିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଏହି ଘଟଣା ଭିକ୍ରୋଲିସ୍ଥିତ ସିଦ୍ଧିବିନାୟକ ସୋସାଇଟିରେ ଦ୍ୱିପ୍ରହର ସମୟରେ ଘଟିଥିଲା। ଲିଫ୍ଟରେ ୪ ଜଣ ଲୋକ ଥିଲେ। ଯେମିତି ହିଁ ଲିଫ୍ଟ ଗ୍ରାଉଣ୍ଡ ଫ୍ଲୋର୍‌ରେ ଖସି ପଡ଼ିଥିଲା, ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ଟିମ୍‌ ପ୍ରାୟ ଏକ ଘଣ୍ଟା ଉଦ୍ୟମ କରିବା ପରେ ଲିଫ୍ଟର ଡୋର୍‌ ଖୋଲିଥିଲେ। ଏହାପରେ ୩ ଜଣଙ୍କୁ ଆହତ ଅବସ୍ଥାରେ ଲିଫ୍ଟରୁ ବାହାରକୁ ଆଣିଥିଲେ। ହେଲେ ୨୦ ବର୍ଷୀୟ ଯୁବକ ଲିଫ୍ଟରେ ହିଁ ଫସି ରହିଥିଲେ। ଟିମ୍‌ ତାଙ୍କୁ ଲିଫ୍ଟରୁ ବାହାରକୁ ଆଣିବା ସମୟରେ ଯୁବକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଟିମ୍‌ ତାଙ୍କୁ ତୁରନ୍ତ ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୋସାଇଟିରେ ରହୁଥିବା ଫିରୋଜ ଖାନ ନାମକ ଯୁବକ କହିଛନ୍ତି, ଏହି ବିଲ୍ଡିଂକୁ SRAଙ୍କ ଉଦ୍ୟମରେ ନିର୍ମାଣ କରାଯାଇଥିଲା। ଆମେ ଗୋଟିଏ ହିଁ ବିଲ୍ଡିଂରେ ରହୁଥିଲୁ। ବିଲଡର୍ ୨୩ତମ ଲେବଲରେ ଏଲେଭେଟେଡ୍‌ ପାର୍କିଂ କାମ କରୁଛନ୍ତି। ଲିଫ୍ଟରେ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ କେହି ବି ଇଞ୍ଜିନିୟର ସାଇଟ୍‌ରେ ଉପସ୍ଥିତ ନ ଥିଲେ। ଏହି ମାମଲାରେ SRA କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଆମେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଥାନାକୁ ଚିଠି ଲେଖିଛୁ।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago