ଦେଶ ବିଦେଶ

ମଦ ପାଇଁ ବିକଳ ସାରା ଦେଶ : କେଉଁଠି ମରାମରି ତ ଆଉ କେଉଁଠି ପୋଲିସ୍‌ର ଲାଠି ମାଡ଼, କର୍ଣ୍ଣାଟକରେ ୪୫ କୋଟିର କାରବାର

ନୂଆଦିଲ୍ଲୀ : ମଦ ପାଇଁ ଲମ୍ବା ଲାଇନ୍‌ । ମଦ ଦୋକାନ ଖୋଲୁ ଖୋଲୁ ଲୋକଙ୍କ ଭିଡ । ଦୀର୍ଘ ଦିନର ତାଲାବନ୍ଦ ପରେ ଆଜି ସକାଳୁ ସମଗ୍ର ଦେଶରେ ଖୋଲିଥିଲା ମଦ ଦୋକାନ । ସକାଳୁ ସକାଳୁ ଅନେକ ମଦ ଦୋକାନ ସାମ୍ନାରେ ଖଚାଖଚ୍‌ ଭିଡ । କିଛି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ମଦ ଦୋକାନ ସାମ୍ନାରେ ଲମ୍ବା ଲାଇନ୍‌ ଲଗାଇଥିଲେ ଗ୍ରାହକ । କର୍ଣ୍ଣାଟକରେ ଆଜି ଗୋଟିଏ ଦିନରେ ୪୫ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ଯାହା ଏକ ରେକର୍ଡ଼ ।
ଆଜିଠୁ ଆରମ୍ଭ ହୋଇଛି ଲକ୍‌ଡାଉନ୍‌ ୩.୦ । ତେବେ ଲକ୍‌ଡାଉନ୍‌ର ଏହି ପର୍ଯ୍ୟାୟରେ ଅନେକ କଟକଣା କୋହଳ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ତା ମଧ୍ୟରେ ମଦ ବିକ୍ରି ଅନ୍ୟତମ । କେନ୍ଦ୍ର ଗାଇଡ୍‌ଲାଇନ୍‌ ଅନୁଯାୟୀ ଗ୍ରୀନ, ଅରେଞ୍ଜ ଏବଂ ରେଡ୍‌ ଜୋନରେ ସର୍ତ୍ତମୂଳକ ଭାବେ ମଦ ଦୋକାନ ଖୋଲିବାକୁ କୁହାଯାଇଛି । ତେବେ ମଦ ଦୋକାନ ଖୋଲା ହେବାର ଖବର ଆସିବା ପରେ ଉତ୍ସାହିତ ହୋଇପଡିଛନ୍ତି ଅନେକ ଲୋକ ।

ସେପଟେ ଦିଲ୍ଲୀର ଦେଶବନ୍ଧୁ ଗୁପ୍ତା ମାର୍ଗରେ ସାମାଜିକ ଦୂରତାକୁ ଫୁ କରିଦେଇଛନ୍ତି ଲୋକେ । ମଦ କିଣିବା ପାଇଁ ଠେଲାପେଲା ହେଉଥିବାର ଦେଖିବାକୁ ମିଳିଛି । ଏପରିକି ଭିଡଙ୍କୁ ନିୟନ୍ତ୍ରଣ କରିବାକୁ ନାକେଦମ୍‌ ହୋଇଛି ପୋଲିସ୍‌ । ସେହିପରି କରୋଲ ବାଗର ଏକ ମଦ ଦୋକାନ ସାମ୍ନାରେ ପ୍ରାୟ ଦେଢ କିଲୋମିଟର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଦିଲ୍ଲୀରେ ମଦ କିଣିବାକୁ ଗହଳି । ଅସମ୍ଭାଳ ଭିଡ଼ ହେବାରୁ ମୁତୟନ ହେଲା ପୋଲିସ ।

ଆଜି ଦିଲ୍ଲୀରେ ମଦ ଦୋକାନ ଖୋଲିବା ପରେ ହଜାର ହଜାର ଲୋକ ମଦ କିଶିବା ପାଇଁ ଦୋକାନ ବାହାରେ କହଳି କରିଥିଲେ । ଦିଲ୍ଲୀରେ ମାଲବ୍ୟ ନଗର ଠାରେ ଥିବା ଏକ ମଦ ଦୋକାନରେ ଶତାଧିକ ଗ୍ରାହକ ରୁଣ୍ଢ ହେବାରୁ ଦୋକାନ ମାଲିକ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ଡକାଇଥିଲେ । ଲୋକେ ଶାରୀରିକ ଦୂରତା ବଜାୟ ନରଖି ମଦ ଦୋକାନ ଆଗରେ ଭିଡ଼ ଜମାଇଥିଲେ । କିଛି ସ୍ଥାନରେ ମଦ ଦୋକାନ ଆଗରେ ଗଣ୍ଡଗୋଳ ପରେ ଦୋକାନ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲା ପୋଲିସ । ଓଡ଼ିଶାର ଗ୍ରୀନ ଜୋନରେ ଅନୁମତି ସତ୍ତ୍ୱେ ମଦ ଦୋକାନ ଖୋଲି ନାହାନ୍ତି ବ୍ୟବସାୟୀ ।

 

KNews Bureau

Recent Posts

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

3 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

27 mins ago

ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା, ଥାନାରେ ଜ୍ୱାଇଁ ଅଟକ

ନୟାଗଡ (କେନ୍ୟୁଜ୍‌): ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।…

31 mins ago

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ

ସଞ୍ଜୟ ଲୀଲା ଭଂସାଲୀଙ୍କ ସିରିଜ୍‌ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ରେ ଫରିଦାନଙ୍କ ଭୂମିକାରେ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୋନାକ୍ଷୀ…

49 mins ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ପରେ ପାକିସ୍ତାନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା, ଏମିତି ଲେଖିଲେ ପାକ୍‌ ପିଏମ୍‌ ଶେହବାଜ ସରିଫ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମଗ୍ର ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିଛନ୍ତି । ଜୁନ୍ ୪ରେ ଲୋକସଭା ନିର୍ବାଚନର…

56 mins ago

କେଉଁ ଧାତୁରେ ପ୍ରସ୍ତୁତ କରାଯାଏ ମୁଦ୍ରା, ୧୦ ଟଙ୍କିଆ ମୁଦ୍ରାରେ ରହିଛି ଖାସ୍‌

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ପାଖରେ ନୂଆ ଏବଂ ପୁରୁଣା କଏନକୁ ସଂଗ୍ରହ କରି…

1 hour ago