କେନ୍ୟୁଜ୍(ବ୍ୟୁରୋ): ଅଦିନରେ ଗଡ଼ିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରାଜଧାନୀ ନୂଆଦିଲ୍ଲୀର ରାଜପଥରେ ଗଡ଼ିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଜାନୁଆରୀ ୨୬ ସାଧାରଣତନ୍ତ୍ର ପରେଡରେ ଦିଲ୍ଲୀ ଦେଖିଲା ଓଡ଼ିଶାର ଉତ୍କଷ୍ଟ କଳା ସଂସ୍କୃତିର ଝଲକ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପଛରେ ଥିବା ପରମ୍ପରାକୁ ଦର୍ଶାଯାଇଥିଲା ପ୍ରଜ୍ଞାପନ ମେଢ଼ରେ। ପରେଡରେ ପ୍ରଜ୍ଞାପନ ମେଢ ସାଙ୍ଗରେ ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ୩୦ ଜଣ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶିଳ୍ପୀ ଗଜେନ୍ଦ୍ର ସାହୁ ଓ ଛତ୍ରପତି ବିଶ୍ୱାଳ ଏହି ପ୍ରଜ୍ଞାପନ ମେଢର ଡିଜାଇନ୍ ପ୍ରସ୍ତୁତ କରିଥିଲେ। ଦୁଇ ବର୍ଷ ତଳେ ଓଡ଼ିଶାର ପ୍ରସିଦ୍ଧ ଦୋଳଯାତ୍ରାକୁ ନେଇ ଦିଲ୍ଲୀରେ ଗଡ଼ିଥିଲା ପ୍ରଜ୍ଞାପନ ମେଢ଼।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…