Below header

ଦିଲ୍ଲୀ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ, ରାଜପଥରେ ଗଡ଼ିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ଼

କେନ୍ୟୁଜ୍(ବ୍ୟୁରୋ): ଅଦିନରେ ଗଡ଼ିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରାଜଧାନୀ ନୂଆଦିଲ୍ଲୀର ରାଜପଥରେ ଗଡ଼ିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଜାନୁଆରୀ ୨୬ ସାଧାରଣତନ୍ତ୍ର ପରେଡରେ ଦିଲ୍ଲୀ ଦେଖିଲା ଓଡ଼ିଶାର ଉତ୍କଷ୍ଟ କଳା ସଂସ୍କୃତିର ଝଲକ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପଛରେ ଥିବା ପରମ୍ପରାକୁ ଦର୍ଶାଯାଇଥିଲା ପ୍ରଜ୍ଞାପନ ମେଢ଼ରେ। ପରେଡରେ ପ୍ରଜ୍ଞାପନ ମେଢ ସାଙ୍ଗରେ ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ୩୦ ଜଣ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶିଳ୍ପୀ ଗଜେନ୍ଦ୍ର ସାହୁ ଓ ଛତ୍ରପତି ବିଶ୍ୱାଳ ଏହି ପ୍ରଜ୍ଞାପନ ମେଢର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ। ଦୁଇ ବର୍ଷ ତଳେ ଓଡ଼ିଶାର ପ୍ରସିଦ୍ଧ ଦୋଳଯାତ୍ରାକୁ ନେଇ ଦିଲ୍ଲୀରେ ଗଡ଼ିଥିଲା ପ୍ରଜ୍ଞାପନ ମେଢ଼।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.