ଦେଶ ବିଦେଶ

ପାଣିରେ ନିଜର ପରିସ୍ରା ମିଶାଇ ଘର ପୋଛିଲେ ଘରୋଇ ସହାୟିକା, ଫ୍ଲାଟ୍‌ ମାଲିକଙ୍କ ଅଭିଯୋଗ ପରେ ଗିରଫ କଲା ପୋଲିସ

ନୋଏଡାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପୋଲିସ ଜଣେ ଘରୋଇ ସହାୟିକାଙ୍କୁ ଗିରଫ କରିଛି, ଯିଏକି, ପାଣିରେ ନିଜର ପରିସ୍ରା ମିଶାଇ ମାଲିକଙ୍କ ଘର ପୋଛୁଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସହାୟିକା ଜଣକ ଘରପୋଛା ପାଣିର ବାଲ୍ଟି ଉପରେ ବସି ପରିସ୍ରା କରୁଥିବା କଏଦ ହୋଇଛି।

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫ୍ଲାଟ୍‌ ମାଲିକ ସମ୍ପୃକ୍ତ ସହାୟିକାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ମାମଲାର ତଦନ୍ତ କରୁଛି।

ଘଟଣାଟି ଗ୍ରେଟର ନୋଏଡାର। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଘରେ କାମ କରୁଥିବା ସହାୟିକାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମହିଳା ଜଣକ ନିଜର ପରିସ୍ରା ମିଶା ପାଣିରେ ଘରର ପୋଛା ଲଗାଇଛନ୍ତି।

ଅଭିଯୋଗ ଦାଖଲ କରିବା ସହିତ ଫ୍ଲାଟ୍‌ ମାଲିକ ପୋଲିସକୁ ଏହାର ଭିଡିଓ ଫୁଟେଜ୍‌ ମଧ୍ୟ ହସ୍ତାନ୍ତର କରିଥିଲେ। ଭିଡିଓରେ ସହାୟିକା ପାଣି ବାଲ୍ଟି ଉପରେ ବସି ପରିସ୍ରା କରୁଥିବା ଦେଖାଯାଉଛନ୍ତି। ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ସମ୍ପୃକ୍ତ ସହାୟିକାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପ୍ରଥମେ ମହିଳା ପୋଲିସ ସାମ୍ନାରେ ଘଟଣାକୁ ଅସ୍ୱୀକାର କରିଥିଲେ। କିନ୍ତୁ ପରେ ସେ ସତ ମାନିଥିଲେ କି, ଘରପୋଛା ପାଣିର ବାଲ୍ଟି ଉପରେ ବସି ସେ ପରିସ୍ରା କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିଲା।

Roshni

Recent Posts

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

29 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

1 hour ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

3 hours ago