ପାଣିରେ ନିଜର ପରିସ୍ରା ମିଶାଇ ଘର ପୋଛିଲେ ଘରୋଇ ସହାୟିକା, ଫ୍ଲାଟ୍ ମାଲିକଙ୍କ ଅଭିଯୋଗ ପରେ ଗିରଫ କଲା ପୋଲିସ
ନୋଏଡାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପୋଲିସ ଜଣେ ଘରୋଇ ସହାୟିକାଙ୍କୁ ଗିରଫ କରିଛି, ଯିଏକି, ପାଣିରେ ନିଜର ପରିସ୍ରା ମିଶାଇ ମାଲିକଙ୍କ ଘର ପୋଛୁଥିଲେ।
![maid](https://knewsodisha.com/wp-content/uploads/2023/05/maid.jpg)
ନୋଏଡାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପୋଲିସ ଜଣେ ଘରୋଇ ସହାୟିକାଙ୍କୁ ଗିରଫ କରିଛି, ଯିଏକି, ପାଣିରେ ନିଜର ପରିସ୍ରା ମିଶାଇ ମାଲିକଙ୍କ ଘର ପୋଛୁଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସହାୟିକା ଜଣକ ଘରପୋଛା ପାଣିର ବାଲ୍ଟି ଉପରେ ବସି ପରିସ୍ରା କରୁଥିବା କଏଦ ହୋଇଛି।
ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫ୍ଲାଟ୍ ମାଲିକ ସମ୍ପୃକ୍ତ ସହାୟିକାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ମାମଲାର ତଦନ୍ତ କରୁଛି।
ଘଟଣାଟି ଗ୍ରେଟର ନୋଏଡାର। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଘରେ କାମ କରୁଥିବା ସହାୟିକାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମହିଳା ଜଣକ ନିଜର ପରିସ୍ରା ମିଶା ପାଣିରେ ଘରର ପୋଛା ଲଗାଇଛନ୍ତି।
ଅଭିଯୋଗ ଦାଖଲ କରିବା ସହିତ ଫ୍ଲାଟ୍ ମାଲିକ ପୋଲିସକୁ ଏହାର ଭିଡିଓ ଫୁଟେଜ୍ ମଧ୍ୟ ହସ୍ତାନ୍ତର କରିଥିଲେ। ଭିଡିଓରେ ସହାୟିକା ପାଣି ବାଲ୍ଟି ଉପରେ ବସି ପରିସ୍ରା କରୁଥିବା ଦେଖାଯାଉଛନ୍ତି। ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ସମ୍ପୃକ୍ତ ସହାୟିକାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପ୍ରଥମେ ମହିଳା ପୋଲିସ ସାମ୍ନାରେ ଘଟଣାକୁ ଅସ୍ୱୀକାର କରିଥିଲେ। କିନ୍ତୁ ପରେ ସେ ସତ ମାନିଥିଲେ କି, ଘରପୋଛା ପାଣିର ବାଲ୍ଟି ଉପରେ ବସି ସେ ପରିସ୍ରା କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିଲା।