ଦେଶ ବିଦେଶ

କେରଳ ଆକାଶରେ ଉଡନ୍ତା ମଣିଷ, କୋଉଠୁ ଆସିଲେ ସେ? ଜାଣନ୍ତୁ ପୁରା ଘଟଣା

ଭାବନ୍ତୁ ତ ଆପଣ ମାର୍କେଟ ଯାଇଛନ୍ତି ଆଉ ସେଠାରେ ଆପଣଙ୍କ ମଧ୍ୟରୁ ଜଣେ ଲୋକ ହଠାତ୍‌ ଶୂନ୍ୟରେ ଉଡିବାକୁ ଲାଗିବେ । ଆପଣଙ୍କୁ କେମିତି ଲାଗିବ ? ନିହାତି ଭାବେ ଆପଣ ସରପ୍ରାଇଜ୍‌ ହୋଇଯିବେ । ଆଉ ଭାବିବାକୁ ଲାଗିବେ କଣ ସତରେ ଏମିତି ହେଉଛି । ସତରେ କଣ ଜଣେ ମଣିଷ ଆକାଶରେ ଏତେ ବଢ଼ିଆ ଭାବେ ଉଡିପାରୁଛି । ଠିକ୍‌ ଏମିତି ହିଁ ରିଆକସନ୍‌ ଦେଇଥିଲେ ଲୋକେ ଯେତେବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଏମିତି ଶୂନ୍ୟରେ ଉଡିବାର ଦେଖିଲେ । କୋଚିର ଗ୍ରାଣ୍ଡ ହାୟତ ହୋଟେଲ ଆଗରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ଏହି ବ୍ୟକ୍ତିଙ୍କୁ ଦେଖିବାକୁ । ଲୋକଙ୍କ ଆଖି ସାମ୍ନାରେ ହିଁ ଏ ବ୍ୟକ୍ତି ଜଣଙ୍କ ଏକଦମ୍‌ ଆରାମରେ ଶୂନ୍ୟରେ ଉଡୁଥିଲେ । ଯାହାକୁ ଦେଖି ନିଜ ଆଖିକୁ ବି ବିଶ୍ୱାସ କରିପାରୁନଥିଲେ ଲୋକମାନେ ।

ଏ ବ୍ୟକ୍ତିଙ୍କୁ ଦେଖିବାକୁ ଯେପରି ମେଳା ଭଳି ଭିଡ ଲାଗିଥିଲା ଲୋକଙ୍କର । ଖାଲି ସାଧାରଣ ଲୋକମାନେ ନୁହେଁ ଗର୍ଭନର ଆରିଫ ମହମ୍ମଦ ଖାନ୍‌ ବି ବ୍ୟକ୍ତିଙ୍କର ଏଭଳି ଚମତ୍କାର ପ୍ରଦର୍ଶନ ଦେଖି ତାଳି ମାରିଲେ । ଫିଲ୍ମ କିମ୍ବା ସ୍ୱପ୍ନରେ ଦେଖିଥିବା ଏ ଚିତ୍ରକୁ ବାସ୍ତବରେ ଦେଖିବାକୁ ଲୋକମାନେ ବି ଭାରି ଉତ୍ସାହିତ ଥିଲେ । ଏବଂ ତାଳି ମାରି ବ୍ୟକ୍ତିଙ୍କୁ ଉତ୍ସାହିତ କରୁଥିଲେ ।

ଗ୍ରାଭିଟୀ ଜେଟ୍‌ ସୁଟର ପାଇଲଟ୍‌ ପଲ୍‌ ରବର୍ଟ ଜୋନ୍ସ କେରଳ ପୋଲିସ ଦ୍ୱାରା ଆୟୋଜିତ ଏକ ଅନ୍ତରାଷ୍ଟ୍ରୀୟ ସାଇବର ସମ୍ମୀଳନୀ c0c0n ର ୧୬ତମ ଏଡିସନରେ ଏହି ଚମତ୍କାର ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖି ଏକଦମ ଚମକିପଡିଳେ ଲୋକେ । ପଲ୍‌ ଗ୍ରାଣ୍ଡ ହାୟତର ହେଲିପ୍ୟାଡରୁ ନିଜର ପ୍ରଥମ ଉଡାଣ ଭରିଲେ । ଗ୍ରାଭିଟୀ ସୁଟ୍‌ ପିନ୍ଧି ମଇଦାନରେ ପହଁଚି ପଲ୍‌ ଉଡାଣ ଭରିବା ପୂର୍ବରୁ ଲୋକମାନଙ୍କୁ ଅଭିବାଦନ କରିଥିଲେ । ସେ ଉଡାଣ ଭରିବା ପରେ ତଳେ ଥିବା ଲୋକଙ୍କୁ ଅଭିବାଦନ ଜଣାଇଲେ । ସେ ଶୂନ୍ୟରେ ଉଡିବା ପରେ ବହୁତ ଆରାମରେ ବି ଆସି ଭୂମିରେ ପହଁଚିଲେ । ଯାହାପରେ ତାଙ୍କୁ ସ୍ୱାଗତ ଜଣାଇଲେ ଲୋକେ ।

ତେବେ କହିରଖିବାକୁ ଚାହିଁବୁ ଯେ ଏହା ପଲଙ୍କର ୫୨୭ତମ ଉଡାଣ ଥିଲା । ଅର୍ଥାତ୍‌ ଏହାପୂର୍ବରୁ ସେ ୫୨୬ ଥର ଏମିତି ଆକାଶରେ ଉଡିସାରିଛନ୍ତି । ଏହି ଗ୍ରାଭିଟୀ ଇଣ୍ଡସଟ୍ରିଆଲ ଜେଟ୍‌ ସୁଟକୁ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଏବଂ ଯୁଦ୍ଧ ସମୟରେ ଲୋକଙ୍କୁ ରକ୍ଷା କରିବା ଏବଂ ସାହାଯ୍ୟ କରିବ ପାଇଁ ୨୦୧୭ରେ ଲଞ୍ଚ୍‌ କରାଯାଇଥିଲା । ଏହା ୮୦ ମାଇଲ ପ୍ରତି ଘଣ୍ଟା ପର୍ଯ୍ୟନ୍ତ ଗତିରେ ଉଡିପାରେ । ଏଥିରେ ଗୋଟେ ଥରରେ ୪.୩୦ ମିନିଟ୍‌ ପର୍ଯ୍ୟନ୍ତ ଉଡାଣ ଭରିହେବ ।

ଏହି ଭିଡିଓ ଏବେ ଇଣ୍ଟରନେଟରେ ଛାଇ ଯାଇଛି । ଯାହାକୁ ଖୁବ୍‌ ପସନ୍ଦ କରୁଛନ୍ତି ଲୋକେ । ତେବେ ଆପଣ ବି ଦେଖନ୍ତୁ କେମିତି ଏ ବ୍ୟକ୍ତି ଜଣଙ୍କ କେତେ ବଢ଼ିଆ ଢ଼ଙ୍ଗରେ ଆକାଶରେ ଉଡୁଛନ୍ତି ।

Pritiparna

Recent Posts

ରକ୍ତ ଚନ୍ଦନ ପ୍ୟାକ୍‌ ମୁହଁରୁ ଦାଗ ଦୂର କରିବାରେ ଅନେକ ସାହାଯ୍ୟ କରେ, ଏହି ୨ଟି ଉପାୟରେ କରନ୍ତୁ ବ୍ୟବହାର ସମସ୍ୟାରୁ ମିଳିବ ମୁକ୍ତି

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ…

1 hour ago

ରାଜସ୍ଥାନରୁ ଚୋରା ଚାଲାଣ କରି ଅଣାଯାଇଥିବା ୧୯ ଓଟ ଜବତ, ୪ ଆନ୍ତଃରାଜ୍ୟ ବେପାରୀ ଗିରଫ

ବିହାରର ଗୋପାଳଗଞ୍ଜରେ ଓଟ ଚୋରା ଚାଲାଣ କରୁଥିବା ଏକ ବଡ଼ ର‍୍ୟାକେଟ୍‌ ଧରାପଡ଼ିଛି । ପୋଲିସ ଏଠାରେ ଚଢ଼ାଉ କରି…

1 hour ago

ସ୍ୱାଧିନତାର ଏତେ ବର୍ଷ ପରେ ବି ଏ ଗାଁକୁ ପହଂଚି ପାରିନାହିଁ ସରକାରୀ ଯୋଜନା

ସୁବର୍ଣ୍ଣପୁର (କେନ୍ୟୁଜ) : ବଦଳିଛି ଯୁଗ ଆଉ ବଦଳିଛି ସମୟ । ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ବି…

2 hours ago

ପ୍ରତିଶୃତି ଦେଇ ଘର ବନାଇଦେଲେ କିନ୍ତୁ ଦେଲେନି ଆବାସ ଟଙ୍କା, ଏବେ ହତାଶ ହିତାଧିକାରୀ

ସୁବର୍ଣ୍ଣପୁର (କେନ୍ୟୁଜ) : ଗରିବଙ୍କ ମୁଣ୍ଡ ଗୁଂଜିବାକୁ ସରକାରୀ ତରଫରୁ ରହିଛି ଇନ୍ଦିରା ଆବାସ, ମୋ କୁଡିଆ ଏବଂ ପ୍ରଧାନମନ୍ତ୍ରୀ…

2 hours ago

ବଢ଼ିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟିନେଲେ ୧୫ ଲକ୍ଷ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର…

2 hours ago

ବଢିବାରେ ଲାଗିଛି ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ର ଚାହିଦା, ଦୁଇଗୁଣା ହୋଇଛି ଏକ୍ସପୋର୍ଟ ହାର

ଭାରତରେ ତିଆରି ଆଇଫୋନ୍ ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ତେବେ ଏପ୍ରିଲ୍ ଏବଂ ମେ ମାସରେ ଭାରତରୁ…

2 hours ago