କେରଳ ଆକାଶରେ ଉଡନ୍ତା ମଣିଷ, କୋଉଠୁ ଆସିଲେ ସେ? ଜାଣନ୍ତୁ ପୁରା ଘଟଣା
ଭାବନ୍ତୁ ତ ଆପଣ ମାର୍କେଟ ଯାଇଛନ୍ତି ଆଉ ସେଠାରେ ଆପଣଙ୍କ ମଧ୍ୟରୁ ଜଣେ ଲୋକ ହଠାତ୍ ଶୂନ୍ୟରେ ଉଡିବାକୁ ଲାଗିବେ । ଆପଣଙ୍କୁ କେମିତି ଲାଗିବ ? ନିହାତି ଭାବେ ଆପଣ ସରପ୍ରାଇଜ୍ ହୋଇଯିବେ ।
ଭାବନ୍ତୁ ତ ଆପଣ ମାର୍କେଟ ଯାଇଛନ୍ତି ଆଉ ସେଠାରେ ଆପଣଙ୍କ ମଧ୍ୟରୁ ଜଣେ ଲୋକ ହଠାତ୍ ଶୂନ୍ୟରେ ଉଡିବାକୁ ଲାଗିବେ । ଆପଣଙ୍କୁ କେମିତି ଲାଗିବ ? ନିହାତି ଭାବେ ଆପଣ ସରପ୍ରାଇଜ୍ ହୋଇଯିବେ । ଆଉ ଭାବିବାକୁ ଲାଗିବେ କଣ ସତରେ ଏମିତି ହେଉଛି । ସତରେ କଣ ଜଣେ ମଣିଷ ଆକାଶରେ ଏତେ ବଢ଼ିଆ ଭାବେ ଉଡିପାରୁଛି । ଠିକ୍ ଏମିତି ହିଁ ରିଆକସନ୍ ଦେଇଥିଲେ ଲୋକେ ଯେତେବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଏମିତି ଶୂନ୍ୟରେ ଉଡିବାର ଦେଖିଲେ । କୋଚିର ଗ୍ରାଣ୍ଡ ହାୟତ ହୋଟେଲ ଆଗରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ଏହି ବ୍ୟକ୍ତିଙ୍କୁ ଦେଖିବାକୁ । ଲୋକଙ୍କ ଆଖି ସାମ୍ନାରେ ହିଁ ଏ ବ୍ୟକ୍ତି ଜଣଙ୍କ ଏକଦମ୍ ଆରାମରେ ଶୂନ୍ୟରେ ଉଡୁଥିଲେ । ଯାହାକୁ ଦେଖି ନିଜ ଆଖିକୁ ବି ବିଶ୍ୱାସ କରିପାରୁନଥିଲେ ଲୋକମାନେ ।
ଏ ବ୍ୟକ୍ତିଙ୍କୁ ଦେଖିବାକୁ ଯେପରି ମେଳା ଭଳି ଭିଡ ଲାଗିଥିଲା ଲୋକଙ୍କର । ଖାଲି ସାଧାରଣ ଲୋକମାନେ ନୁହେଁ ଗର୍ଭନର ଆରିଫ ମହମ୍ମଦ ଖାନ୍ ବି ବ୍ୟକ୍ତିଙ୍କର ଏଭଳି ଚମତ୍କାର ପ୍ରଦର୍ଶନ ଦେଖି ତାଳି ମାରିଲେ । ଫିଲ୍ମ କିମ୍ବା ସ୍ୱପ୍ନରେ ଦେଖିଥିବା ଏ ଚିତ୍ରକୁ ବାସ୍ତବରେ ଦେଖିବାକୁ ଲୋକମାନେ ବି ଭାରି ଉତ୍ସାହିତ ଥିଲେ । ଏବଂ ତାଳି ମାରି ବ୍ୟକ୍ତିଙ୍କୁ ଉତ୍ସାହିତ କରୁଥିଲେ ।
ଗ୍ରାଭିଟୀ ଜେଟ୍ ସୁଟର ପାଇଲଟ୍ ପଲ୍ ରବର୍ଟ ଜୋନ୍ସ କେରଳ ପୋଲିସ ଦ୍ୱାରା ଆୟୋଜିତ ଏକ ଅନ୍ତରାଷ୍ଟ୍ରୀୟ ସାଇବର ସମ୍ମୀଳନୀ c0c0n ର ୧୬ତମ ଏଡିସନରେ ଏହି ଚମତ୍କାର ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖି ଏକଦମ ଚମକିପଡିଳେ ଲୋକେ । ପଲ୍ ଗ୍ରାଣ୍ଡ ହାୟତର ହେଲିପ୍ୟାଡରୁ ନିଜର ପ୍ରଥମ ଉଡାଣ ଭରିଲେ । ଗ୍ରାଭିଟୀ ସୁଟ୍ ପିନ୍ଧି ମଇଦାନରେ ପହଁଚି ପଲ୍ ଉଡାଣ ଭରିବା ପୂର୍ବରୁ ଲୋକମାନଙ୍କୁ ଅଭିବାଦନ କରିଥିଲେ । ସେ ଉଡାଣ ଭରିବା ପରେ ତଳେ ଥିବା ଲୋକଙ୍କୁ ଅଭିବାଦନ ଜଣାଇଲେ । ସେ ଶୂନ୍ୟରେ ଉଡିବା ପରେ ବହୁତ ଆରାମରେ ବି ଆସି ଭୂମିରେ ପହଁଚିଲେ । ଯାହାପରେ ତାଙ୍କୁ ସ୍ୱାଗତ ଜଣାଇଲେ ଲୋକେ ।
ତେବେ କହିରଖିବାକୁ ଚାହିଁବୁ ଯେ ଏହା ପଲଙ୍କର ୫୨୭ତମ ଉଡାଣ ଥିଲା । ଅର୍ଥାତ୍ ଏହାପୂର୍ବରୁ ସେ ୫୨୬ ଥର ଏମିତି ଆକାଶରେ ଉଡିସାରିଛନ୍ତି । ଏହି ଗ୍ରାଭିଟୀ ଇଣ୍ଡସଟ୍ରିଆଲ ଜେଟ୍ ସୁଟକୁ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଏବଂ ଯୁଦ୍ଧ ସମୟରେ ଲୋକଙ୍କୁ ରକ୍ଷା କରିବା ଏବଂ ସାହାଯ୍ୟ କରିବ ପାଇଁ ୨୦୧୭ରେ ଲଞ୍ଚ୍ କରାଯାଇଥିଲା । ଏହା ୮୦ ମାଇଲ ପ୍ରତି ଘଣ୍ଟା ପର୍ଯ୍ୟନ୍ତ ଗତିରେ ଉଡିପାରେ । ଏଥିରେ ଗୋଟେ ଥରରେ ୪.୩୦ ମିନିଟ୍ ପର୍ଯ୍ୟନ୍ତ ଉଡାଣ ଭରିହେବ ।
ଏହି ଭିଡିଓ ଏବେ ଇଣ୍ଟରନେଟରେ ଛାଇ ଯାଇଛି । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଲୋକେ । ତେବେ ଆପଣ ବି ଦେଖନ୍ତୁ କେମିତି ଏ ବ୍ୟକ୍ତି ଜଣଙ୍କ କେତେ ବଢ଼ିଆ ଢ଼ଙ୍ଗରେ ଆକାଶରେ ଉଡୁଛନ୍ତି ।