ଚଳିତ ମାସରେ ଘଟିବାକୁ ଯାଉଛି ଅଲୌକିକ ଘଟଣା

ଅକ୍ଟୋବରରେ ମାଡ଼ି ଆସୁଛି ବିପଦ! ଆକାଶରେ ଘଟିବ ଏଭଳି ଅଲୌକିକ ଘଟଣା ଯାହାକୁ ଆପଣ ଆଗରୁ କେବେ ବି ଦେଖିନଥିବେ...ଚଳିତ ମାସରେ ପୃଥିବୀରେ ମାଡ଼ ହେବାକୁ ଯାଉଛି ଶକ୍ତିଶାଳୀ ଉଲ୍କା ପିଣ୍ଡ.

ଅକ୍ଟୋବରରେ ମାଡ଼ି ଆସୁଛି ବିପଦ! ଆକାଶରେ ଘଟିବ ଏଭଳି ଅଲୌକିକ ଘଟଣା ଯାହାକୁ ଆପଣ ଆଗରୁ କେବେ ବି ଦେଖିନଥିବେ…ଚଳିତ ମାସରେ ପୃଥିବୀରେ ମାଡ଼ ହେବାକୁ ଯାଉଛି ଶକ୍ତିଶାଳୀ ଉଲ୍କା ପିଣ୍ଡ..କେବଳ ଏତିକି ନୁହେଁ ଚଳିତ ମାସରେ ଦୁଇ ଦୁଇଟା ଗ୍ରହଣ ଲାଗିବକୁ ଯାଉଛି … ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ଚଳିତ ମାସରେ ପଡୁଛି .. ଯାହାର ପ୍ରଭାବ ପୃଥିବୀ ପୃଷ୍ଠରେ ପଡିବ.. ଆଉ ଲୋକମାନଙ୍କ ଉପରେ ବି ପଡିବ..

ଆପଣ ଲକ୍ଷ୍ୟ କରିଥିବେ ଯେ ପ୍ରତ୍ୟେକ ମାସରେ କିଛି ନା କିଛି ଘଟଣା ଘଟିଥାଏ। ଆଉ ଖାସ କରି ପ୍ରତିବର୍ଷ ଆକ୍ଟବର ମାସରେ କିଛି ନ କିଛି ଅଘଟଣ ଘଟିଥାଏ , ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଅନ୍ୟ କିଛି .. ଚଳିତ ବର୍ଷର ଅକ୍ଟୋବର ମାସ ଅନେକ ଦୃଷ୍ଟି କୋଣରୁ ଖାସ ହେବାକୁ ଯାଉଛି। ଯେଉଁଠି ଗୋଟିଏ ପଟେ ଏକ ବଡ ଉଲାକା ପିଣ୍ଡ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବାବେଳେ ଅନ୍ୟ ପଟେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି।

ଅକ୍ଟୋବର ମାସରେ ଆକାଶରୁ ବିପଦର କଳା ବାଦଲ ମାଡ଼ି ଆସୁଛି। ଏହି ବିପର୍ଯ୍ୟୟ ପୃଥିବୀର ଅତି ନିକଟବର୍ତ୍ତୀ ହେବାରେ ଲାଗିଛି । ଆକାଶରେ ଘଟୁଥିବା ଘଟଣାକୁ ରୋକିବା ମଣିଷର ସାମର୍ଥ୍ୟ ବାହାରେ। ଏସବୁ କୁ ଶୁଣିବା ପରେ କେବଳ ସତର୍କ ରୁହାଯାଇପାରିବ.. ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୯ ତାରିଖ ମାନେ ସୋମବାର ଦିନ ପୃଥିବୀ ଆଡକୁ ଉଲକା ପିଣ୍ଡ ମାଡ଼ି ଆସୁଥିବାର ଦେଖିବାକୁ ପାଇବେ।

ଆଉ ଏକ ଜରୁରୀ କଥା, ଚଳିତ ଅକ୍ଟୋବର ୨୦୨୩ର ଗୋଟିଏ ମାସରେ ପରାଗ ଓ ଗ୍ରହଣ ହେବାକୁ ଯାଉଛି । ଅକ୍ଟୋବର ୧୪ ରେ ବାର୍ଷିକ ସୂର୍ଯ୍ୟ ପରାଗ ଏବଂ ଅକ୍ଟୋବର ୨୮ ରେ ଆଂଶିକ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ଦୁଇ ପରାଗ-ଗ୍ରହଣ ବିଶ୍ୱର ଅନେକ ସ୍ଥାନରେ ଦୃଶ୍ୟମାନ ହେବ ବୋଲି ସୂଚନା ରହିଛି । ଏହି ପରାଗ-ଗ୍ରହଣରୁ ସଚେତନ ହେବା ପାଇଁ, କେବେ ଏବଂ କେଉଁ ସମୟରେ ଏହା ଦୃଶ୍ୟମାନ ହେବ ସେ ବିଷୟରେ ଜାଣିବା ନିହାତି ଆବଶ୍ୟକ ।

ସୂର୍ଯ୍ୟ ପରାଗ ତାରିଖ: ଅକ୍ଟୋବର ୧୪, ୨୦୨୩ ରହିଛି

ସୂର୍ଯ୍ୟ ପରାଗ ଆରମ୍ଭ : ଦିନ ୧୧:୨୯ ସମୟରୁ ଆରମ୍ଭ ହେବ

ସୂର୍ଯ୍ୟ ପରାଗ ଶେଷ ; ଦିନ ୧୧:୩୪ ରେ ଶେଷ ହେବ

ସେହିପରି ଚଳିତ ମାସର ଅକ୍ଟୋବର ୨୮ ତାରିଖରେ ଆଂଶିକ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହା ୟୁରୋପ, ଆଫ୍ରିକା, ଏସିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନେକ ସ୍ଥାନରୁ ଦୃଶ୍ୟମାନ ହେବ ବୋଲି ଆକଳନ କରାଯାଇଛି ।

ଚନ୍ଦ୍ରଗ୍ରହଣ ତାରିଖ: ଅକ୍ଟୋବର ୨୮, ୨୦୨୩ ରହିଛି

ଚନ୍ଦ୍ରଗ୍ରହଣ ଆରମ୍ଭ ; ରାତି ୧୧:୩୧ ସମୟରୁ ଆରମ୍ଭ ହେବ

ଚନ୍ଦ୍ରଗ୍ରହଣ ଶେଷ ହେବ ; ରାତି ୩:୩୬ ରେ ଶେଷ ହେବ

ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣର ଉଭୟ ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଯେତେବେଳେ ବି ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରଗ୍ରହଣ ହୁଏ ଏହାର ପ୍ରଭାବ ରାଶି ଉପରେ ଉଭୟ ଶୁଭ ଏବଂ ଅଶୁଭ ଉପାୟରେ ଦେଖାଯାଏ। ଏଣୁ ବିଜ୍ଞାନ ସହିତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହା ବିଷୟରେ ଲେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.