Below header

ତେଲ ପାଇପରୁ ସୁଡଙ୍ଗ କରି କରୁଥିଲା ତେଲ ଚୋରି, ଧରାପଡି ଗଲା ଜେଲ୍‌

ଦିଲ୍ଲୀରୁ ଏପରି ଏକ ଖବର ଆସିଛି,ଯାହାକୁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଏମିତି ସେମିତି ଚୋରି ନୁହେଁ, ତେଲ ଚୋରି । ତାହା ପୁଣି ଅଏଲ କର୍ପୋରେସନର ପାଇପ ଲାଇନରୁ । ଜଣେ ବ୍ୟକ୍ତି ତାଙ୍କର ଜମିରେ ଯାଇଥିବା ତୈଳ ପାଇପ ଲାଇନରୁ ସୁଡ଼ଙ୍ଗ କରି ଦୀର୍ଘ ଦିନ ଧରି ତେଲ ଚୋରି କରିଆସୁଥିଲା ।

ନୂଆଦିଲ୍ଲୀ : ଦିଲ୍ଲୀରୁ ଏପରି ଏକ ଖବର ଆସିଛି,ଯାହାକୁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଏମିତି ସେମିତି ଚୋରି ନୁହେଁ, ତେଲ ଚୋରି । ତାହା ପୁଣି ଅଏଲ କର୍ପୋରେସନର ପାଇପ ଲାଇନରୁ । ଜଣେ ବ୍ୟକ୍ତି ତାଙ୍କର ଜମିରେ ଯାଇଥିବା ତୈଳ ପାଇପ ଲାଇନରୁ ସୁଡ଼ଙ୍ଗ କରି ଦୀର୍ଘ ଦିନ ଧରି ତେଲ ଚୋରି କରିଆସୁଥିଲା ।

ଏବେ ଧରାପଡି ଗିରଫ ହୋଇଛି । ଅଭିଯୁକ୍ତ ଜଣକ ହେଲା ରାକେଶ କୁମାର (୫୨), ଯେ କି ପୁଛନାପୁର ଗାଁର ବାସିନ୍ଦା । ସେ ତାଙ୍କ ଜମିରେ ଯାଇଥିବା ଇଣ୍ଡିଆନ ଅଏଲ କର୍ପୋରେସନର ପାଇପ ଲାଇନର ୪୦ ମିଟର ଦୂରରେ ଏକ ଗାତ ଖୋଲି ତେଲ ସଂଗ୍ରହ କରୁଥିଲା । ପରେ ସେ ଗାତ ଉପରେ ଘୋଡଣୀ ଦେଇ କିଛି ଘାସ ଓ ନଡା ପକାଇ ଦେଉଥିଲା ।

ଅଭିଯୁକ୍ତ ଜଣକ ଦୀର୍ଘ ଦିନ ଧରି ଏହି କାମ କରିଆସୁଥିଲା । ହେଲେ ଏକଥା କେହି ଜାଣି ପାରୁ ନଥିଲେ । ଉକ୍ତ ଅଂଚଳରେ ତୈଳ ପାଇପରୁ ପ୍ରେସର କମ ଆସୁଥିବା ତୈଳ କମ୍ପାନୀର କର୍ମଚାରୀ ଜାଣିବାକୁ ପାଇଥିଲେ । କେଉଁଠି ତେଲ ଲିକ୍‌ ହେଉଛି ବୋଲି ସନ୍ଦେହ କରି ଯାଞ୍ଚ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଜମିରେ ଏକ ଗାତ କରାଯାଇ ସେଠାରୁ ପାଇପ ଲାଇନ ଯାଏ ସୁଡଙ୍ଗ ଥିବା ଦେଖାଯାଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଏକ ଗାତ ହୋଇଥିବା ଦେଖିବାକୁ ପାଇଥିଲେ । ଯ।ହାକି ନଡା ଓ ଘାସ ଦ୍ୱାରା ଆଚ୍ଛାଦିତ ଥିଲା । ଗାତ ନିକଟରୁ ତେଲ ପାଇପ ଯାଏ ଏକ ସୁଡ଼ଙ୍ଗ ଯାଇଥିବା ଦେଖାଯାଇଥିଲା । ପୋଲିସ ଅଭିଯୁକ୍ତକୁ ଗରିଫ କରି ଅଧିକ ତଦନ୍ତ ଆରମ୍ଭ କିରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.