ଅଧିକ ମିଠା ଖାଉଥିଲେ ହୋଇଯାନ୍ତୁ ସାବଧାନ, ସମୟ ପୂର୍ବରୁ ଆସିବ ବୃଦ୍ଧାବସ୍ଥା

ଅତ୍ୟଧିକ ମିଠା ଜିନିଷ ଖାଇବା ଏବଂ ଷ୍ଟ୍ରେସ କାରଣରୁ ବୟସ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଚିନି କିମ୍ବା ଅଧିକ ମିଠା ଜିନିଷ ଖାଇବା ଦ୍ୱାରା ହାଇ୍‌ ବ୍ଲଡ୍‌ ସୁଗାର ଏବଂ ଡାଇବେଟିସ୍‌ ପରି ରୋଗର ଶିକାର ହୋଇପାରନ୍ତି । ଏହା ବ୍ୟତୀତ ମିଠା ସମୟ ପୂର୍ବରୁ ହିଁ ବୃଦ୍ଧାବସ୍ଥା ଆଣିଥାଏ ।

ଖରାପ ଲାଇଫ୍‌ ଷ୍ଟାଇଲ୍‌, ଖାଦ୍ୟପାନୀୟ, ଦ୍ରୁତ ଗତିରେ ବଢୁଥିବା କ୍ରୋନିକ୍‌ ରୋଗ ଏବଂ ପରିବେଶଗତ କାରଣରୁ ମଣିଷର ହାରାହାରି ବୟସ କମିବାରେ ଲାଗିଛି । ୨୦୨୦ ସୁଦ୍ଧା ଆମ ଦେଶର ମଣିଷଙ୍କ ବୟସ ୬୯.୭୩ ବର୍ଷ ହୋଇଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସମଗ୍ର ବିଶ୍ୱରେ ସଂକ୍ରାମକ ରୋଗ ଆଶଙ୍କା ବଢିବାରେ ଲାଗିଛି । ଏହାର କୁପ୍ରଭାବ ବୟସ ଏବଂ ଚର୍ମ ଉପରେ ଦେଖିବାକୁ ମିଳୁଛି ।  ଅଧିକ ମିଠା ଖାଇବା ଦ୍ୱାରା ଏବଂ ଷ୍ଟ୍ରେସ୍‌ ନେବା କାରଣରୁ ବୟସ କ୍ରମାଗତ ଭାବରେ କମିବାରେ ଲାଗିଛି । ସେଥିପାଇଁ କମ୍‌ ମିଠା ଖାଆନ୍ତୁ ଏବଂ ଷ୍ଟ୍ରେସ୍‌ରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ବୋଲି ବିଶେଷଜ୍ଞ କହିଛନ୍ତି ।

ମିଠା ଖାଇବା କେତେ ବିପଦଜନକ:
ଚିନି କିମ୍ବା ଅଧିକ ମିଠା ଜିନିଷ ଖାଇବା ଦ୍ୱାରା ହାଇ୍‌ ବ୍ଲଡ୍‌ ସୁଗାର ଏବଂ ଡାଇବେଟିସ୍‌ ପରି ରୋଗର ଶିକାର ହୋଇପାରନ୍ତି । ଏହା ବ୍ୟତୀତ ମିଠା ସମୟ ପୂର୍ବରୁ ହିଁ ବୃଦ୍ଧାବସ୍ଥା ଆଣିଥାଏ । ଆମ ଚର୍ମ କୋଲେଜନ ଏବଂ ଇଲାଷ୍ଚିନରେ ତିଆରି, ଯାହା ଏହାକୁ ନରମ କରିଥାଏ । ଅଧିକ ମିଠା ଖାଇବା ଦ୍ୱାରା କୋଲେଜନର କ୍ରସ୍‌-ଲିଙ୍କ୍‌ର କାରଣ ମଧ୍ୟ ହୋଇପାରେ । ଏହା ଦ୍ୱାରା ଚର୍ମ ଟାଣ ହୋଇଥାଏ ଏବଂ ଏହାର ନରମତା କମିଯାଏ । ଯେତେ ଅଧିକ ମିଠା ଖାଇବେ, ଚର୍ମର ସେତିକି କ୍ଷତି ହୋଇଚାଲିବ ।

ଷ୍ଟ୍ରେସ୍‌ କାରଣରୁ ଆପଣଙ୍କ ବୟସ ପୂର୍ବରୁ ଆସିବ ବୃଦ୍ଧାବସ୍ଥା:
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ, ଅଧିକ ମିଠା ଖାଇବା ଦ୍ୱାରା ଏବଂ ଷ୍ଟ୍ରେସ୍‌ ନେବା କାରଣରୁ ବୟସ ପୂର୍ବରୁ ହିଁ ବୃଦ୍ଧାବସ୍ଥା ନଜର ଆସିଥାଏ । ଷ୍ଟ୍ରେସ୍‌ ଭଲ ହରମୋନ ଉପରେ କୁପ୍ରଭାବ ପକାଇଥାଏ । ଯଦି ଆପଣ ଅଧିକ ସମୟରେ ପର୍ଯ୍ୟନ୍ତ ଷ୍ଟ୍ରେସ୍‌ ନେଉଛନ୍ତି ଏହା ଆପଣଙ୍କ କୋଶିକାରେ ସୁଜନ ଏବଂ ଡିଏନଏକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଏହି କାରଣରୁ ବୟସ ପୂର୍ବରୁ ହିଁ ବୃଦ୍ଧବସ୍ଥା ଆସିଯାଏ । ଅଧିକ ଷ୍ଟ୍ରେସ୍‌ ନେବା ମାନସିକ ସ୍ୱାସ୍ଥ୍ୟ ପାଇଁ ଠିକ ହୋଇନଥାଏ ।

ବିପଦ କମ୍‌ କରିବାର ଉପାୟ:
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ପ୍ରଥମେ ନିଜ ଲାଇଫ ଷ୍ଟାଇଲ ଏବଂ ଖାଦ୍ୟପେୟକୁ ଠିକ କରନ୍ତୁ । ଚିନି ଓ ଲୁଣର ପରିମାଣ କମ କରନ୍ତୁ ।
ଭିଟାମିନ C ଏବଂ ଭିଟାମିନ D ଥିବା ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ ।
ନିଜ ଦୈନନ୍ଦିନ ଜୀବନରେ ଏକ୍ସରସାଇଜକୁ ସାମିଲ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.