ଭୋଟିଂ ସମୟରେ ରାଗି ବିପକ୍ଷଙ୍କ ଉପରେ ବର୍ଷିଲେ ମେନକା ଗାନ୍ଧୀ, ଦେଖନ୍ତୁ ଭିଡିଓ

ଆଜି ସାରା ଦେଶରେ ଚାଲିଛି ଷଷ୍ଠ ପର‌୍ୟ୍ୟୟ ଭୋଟ ଗ୍ରହଣ । ଆଜି ସକାଳେ ଭୋଟ୍ ଗ୍ରହଣ ଆରମ୍ଭ ହେବା ପରେ କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମେନକା ଗାନ୍ଧୀ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ସୋନୁ ସିଂହଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଉତ୍ତର ପ୍ରଦେଶର ପିଲିଭିତ ନିର୍ବାଚନ ମଣ୍ଡଳୀର ସାଂସଦ ଥିବା ମେନକା ଗାନ୍ଧୀ ସମ୍ପ୍ରତି ସୁଲତାନପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟ ଦେବା ପାଇଁ ପହଞ୍ଚିଥିବା ବେଳେ ସେଠାରେ ଦେଖିବାକୁ ମିଳିଥିଲା ସାମାନ୍ୟା ବିବାଦ । ଯାହା ସମ୍ବନ୍ଧୀୟ ଏକ ଭିଡିଓ ଟ୍ଵିଟ କରିଛି ଏଏନଆଇ ।

ଭିଡିଓରେ ଦେଖିବାକୁ ମିଳିଛି ସୋନୁଙ୍କ ସମର୍ଥକମାନେ ଭୋଟର୍ମାନଙ୍କୁ ଧମକ ଦେଉଥିବା ସେଠାରେ ଠିଆ ହୋଇଥିବା ମେନକା ଗାନ୍ଧୀ ଅଭିଯୋଗ କରିଥିଲେ । ଟୁଇଟ୍ କରିଥିବା ଭିଡିଓରେ ଦେଖାଯାଉଛି ସୋନୁ ସିଂହଙ୍କ ସହ ମେନକା ଗାନ୍ଧୀ ତାଙ୍କର ସମର୍ଥକମାନଙ୍କ ଆଚରଣ ସମ୍ପର୍କରେ ଯୁକ୍ତି କରୁଛନ୍ତି। ସେ କହିଥିଲେ, ଏଠାରେ ଗୁଣ୍ଡାଗିରି ଚଳିବ ନାହିଁ। ତାଙ୍କର ଅଭିଯୋଗକୁ ଅଗ୍ରାହ୍ୟ କରି ସେ କ’ଣ ଭୁଲ୍ କରିଛନ୍ତି ବୋଲି ସୋନୁ ପଚାରିଥିଲେ। ଏତିକି ବେଳେ ସୋନୁ ସିଂହଙ୍କ ସମର୍ଥକମାନେ ତାଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ। କ୍ରମେ ଉଭୟ ପକ୍ଷର ଲୋକେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ଓ ପରିସ୍ଥିତି ଶାନ୍ତ ପଡ଼ିଥିଲା।

KNews Bureau

Recent Posts

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

32 seconds ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ବର୍ତ୍ତମାନ ସମଗ୍ର ଭାରତରେ ଭୀଷଣ ହିଟୱେଭ ଚାଲିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍ ହେଉ, ଏସି…

11 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

26 mins ago

କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…

27 mins ago

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

47 mins ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

49 mins ago