ସୀମା ଟପିଲେ ଭାଇ-ଭଉଣୀ, ପରସ୍ପର ବିବାହ କରିବାକୁ ନେଇଥିବା ନିଷ୍ପତ୍ତିକୁ ଘର ଲୋକ ନମାନିବାରୁ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ: ଜଣେ ନାବାଳିକା ନିଜର ୨୧ ବର୍ଷିୟ ସମ୍ପକୀୟ ଭାଇକୁ ଭଲ ପାଉଥିଲା। ଉଭୟ ପରସ୍ପରଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ କିନ୍ତୁ ପରିବାର ଲୋକେ ତାଙ୍କର ଏହି ସମ୍ପର୍କକୁ ମନା କରିଦେବାରୁ ଉଭୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ଗତ ସୋମବାର ଦିନ ଦିଲ୍ଲୀରେ ଘଟିଯାଇଛି। ରିପୋର୍ଟ ଅନୁଯାୟୀ DCP ଗୌରବ ଶର୍ମା କହିଛନ୍ତି, ଜଣେ ବ୍ୟକ୍ତି ଫୋନ ମାଧ୍ୟମରେ ସୂଚନା ଦେଇଥିଲେ ଦୁଇ ଜଣ ଲୋକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଆତ୍ମହତ୍ୟା କରିଥିବା ରୁମ୍‌ ରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ସେଥିରେ ଲେଖାଥିଲା, ‘ଆମେ ଉଦାସ ଏବଂ ସମସ୍ୟାରେ ରହିଛୁ କାରଣ ଆମର ଏହି ସମ୍ପର୍କରେ ପରିବାର ଲୋକ ରାଜି ନାହାନ୍ତି। ପରିବାର ଲୋକଙ୍କ ପାଇଁ ସେମାନଙ୍କ ଇଜ୍ଜତ ବଡ ଥିବା ବେଳେ ଆମ ପାଇଁ ଆମର ସମ୍ପର୍କ ସବୁଠାରୁ ବଡ ଥିଲା। ଏହିକାରଣରୁ ଆମେ ଏଭଳି ପଦକ୍ଷେପ ନେଇଛୁ।

ପୋଲିସ ସୂଚନା ଅନୁଯାୟୀ ‘ଘଟଣା ସ୍ଥଳରେ ଗୋଟିଏ ବଡି ପଙ୍ଖାରେ ଝୁଲୁଥିବା ବେଳେ ଅନ୍ୟ ଏକ ବଡି ଘରର ଛାତରେ ଲାଗିଥିବା ହୁଙ୍କରେ ଝୁଲି ରହିଥିଲା। ସୁଇସାଇଡ୍‌ ନୋଟରେ ମଧ୍ୟ ଉଭୟଙ୍କର ହସ୍ତାକ୍ଷର ରହିଥିଲା।’ ସୂଚନା ମୁତାବକ ଏହି ଘଟଣାରେ ବର୍ତ୍ତମାନ ପୋଲିସ କାହାକୁ ଦୋଷୀ ସାବ୍ୟସ୍ତ କରିନାହିଁ।

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

3 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

14 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

43 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago