ସୀମା ଟପିଲେ ଭାଇ-ଭଉଣୀ, ପରସ୍ପର ବିବାହ କରିବାକୁ ନେଇଥିବା ନିଷ୍ପତ୍ତିକୁ ଘର ଲୋକ ନମାନିବାରୁ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ: ଜଣେ ନାବାଳିକା ନିଜର ୨୧ ବର୍ଷିୟ ସମ୍ପକୀୟ ଭାଇକୁ ଭଲ ପାଉଥିଲା। ଉଭୟ ପରସ୍ପରଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ କିନ୍ତୁ ପରିବାର ଲୋକେ ତାଙ୍କର ଏହି ସମ୍ପର୍କକୁ ମନା କରିଦେବାରୁ ଉଭୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ଗତ ସୋମବାର ଦିନ ଦିଲ୍ଲୀରେ ଘଟିଯାଇଛି। ରିପୋର୍ଟ ଅନୁଯାୟୀ DCP ଗୌରବ ଶର୍ମା କହିଛନ୍ତି, ଜଣେ ବ୍ୟକ୍ତି ଫୋନ ମାଧ୍ୟମରେ ସୂଚନା ଦେଇଥିଲେ ଦୁଇ ଜଣ ଲୋକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଆତ୍ମହତ୍ୟା କରିଥିବା ରୁମ୍‌ ରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ସେଥିରେ ଲେଖାଥିଲା, ‘ଆମେ ଉଦାସ ଏବଂ ସମସ୍ୟାରେ ରହିଛୁ କାରଣ ଆମର ଏହି ସମ୍ପର୍କରେ ପରିବାର ଲୋକ ରାଜି ନାହାନ୍ତି। ପରିବାର ଲୋକଙ୍କ ପାଇଁ ସେମାନଙ୍କ ଇଜ୍ଜତ ବଡ ଥିବା ବେଳେ ଆମ ପାଇଁ ଆମର ସମ୍ପର୍କ ସବୁଠାରୁ ବଡ ଥିଲା। ଏହିକାରଣରୁ ଆମେ ଏଭଳି ପଦକ୍ଷେପ ନେଇଛୁ।

delhi-ପୋଲିସ ସୂଚନା ଅନୁଯାୟୀ ‘ଘଟଣା ସ୍ଥଳରେ ଗୋଟିଏ ବଡି ପଙ୍ଖାରେ ଝୁଲୁଥିବା ବେଳେ ଅନ୍ୟ ଏକ ବଡି ଘରର ଛାତରେ ଲାଗିଥିବା ହୁଙ୍କରେ ଝୁଲି ରହିଥିଲା। ସୁଇସାଇଡ୍‌ ନୋଟରେ ମଧ୍ୟ ଉଭୟଙ୍କର ହସ୍ତାକ୍ଷର ରହିଥିଲା।’ ସୂଚନା ମୁତାବକ ଏହି ଘଟଣାରେ ବର୍ତ୍ତମାନ ପୋଲିସ କାହାକୁ ଦୋଷୀ ସାବ୍ୟସ୍ତ କରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.