Below header

ନୂଆ ବର୍ଷ ରାତିରେ ଦେଶର ସମସ୍ତ ଲାଇଟ ବନ୍ଦ କରିଦିଅନ୍ତି ଗ୍ରୀସବାସୀ, ଜାଣନ୍ତୁ ଏମିତି ଆହୁରି କେତେକ ଅଜବ ପରମ୍ପରା ବିଷୟରେ

ଆଉ ଖୁବ କମ ଦିନ ଭିତରେ ଆରମ୍ଭ ହୋଇଯିବ ନୂଆବର୍ଷ । ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ନୂଆ ଆଶା, ନୂଆ ଉନ୍ମାଦନା । ଭିନ୍ନ ଉପାୟରେ କିଏ କେମିତି ଏହାକୁ ପାଳନ କରିବେ ସେ ନେଇ ସମସ୍ତେ ପ୍ରାୟ ଚେଷ୍ଟା କରିଥାନ୍ତି । ଏହାକୁ ଯେତେ ଭଲରେ ପାଳନ କରିବେ ବର୍ଷଟି ମଧ୍ୟ ସେହି ଅନୁସାରେ ଭଲରେ କଟିବ ବୋଲି ସମସ୍ତଙ୍କର ଧାରଣା ଅଛି । ପୃଥିବୀର ଭିନ୍ନ ଭିନ୍ନ ପ୍ରାନ୍ତ ତଥା ଦେଶର ଲୋକେ ଏହାକୁ ଭିନ୍ନ ଭିନ୍ନ ଉପାୟରେ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । ଏନେଇ ଅନେକଙ୍କର ସେତେଟା ଧାରଣା ନଥାଏ । ଆସନ୍ତୁ ଆଜି ଜାଣିବା ବିଶ୍ୱର ପ୍ରମୁଖ ୧୦ଟି ଦେଶର ଅଧିବାସୀ ମାନେ କେମିତି ଅନ୍ଦାଜରେ ନିଜ ନିଜ ନୂଆବର୍ଷକୁ ପାଳନ କରିଥାନ୍ତି ।

new year

୧. ଚିଲି: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚିଲି ଦେଶର ଅଧିବାସୀ ମାନେ ଏକ ଭିନ୍ନ ଉପାୟରେ ଏହାର ସ୍ୱାଗତ କରିଥାନ୍ତି । ନୂଆ ବର୍ଷର ଗୋଟେ ଦିନ ପୂର୍ବରୁ ଏମାନେ ଗୋଟେ ଚାମଚ ଡାଲି ଖାଇଥାନ୍ତି । ଲୋକଙ୍କ ମନରେ ବିଶ୍ୱାସ ଅଛି ଯେ ଏହା ଦ୍ୱାରା ବର୍ଷ ସାରା ଘରେ ସମୃଦ୍ଧି ବଢ଼ିବ । ଧନ ସମ୍ପଦର ଜମା ଅଭାବ ରହିବ ନାହିଁ । ଆଉ ମଧ୍ୟ ନିଜ ଜୋତା ତଳେ ଏମାନେ ପଇସା ରଖିବାର ଏକ ପରମ୍ପରା ଅଛି । ଆଉ ସବୁଠୁ ଅଜବ କଥା ହେଉଛି ଚି଼ଲ୍ଲୀବାସୀ ନିଜ ନୂଆ ବର୍ଷର ସ୍ୱାଗତ ନିଜ ମୃତ ସମ୍ପର୍କୀୟ ମାନଙ୍କ ସହ ମଧ୍ୟ କରିଥାନ୍ତି । ନିଜ ପ୍ରିୟଜନଙ୍କ କବର ନିକଟରେ ଏମାନେ ରାତି କାଟିଥାନ୍ତି ।

 

୨. ଡେନମାର୍କ;  ବାସୀ ମୁଖ୍ୟତଃ ନିଜ ପଡୋଶୀଙ୍କ ସହ ନୂଆବର୍ଷର ସ୍ୱାଗତ କରିଥାନ୍ତି । ଏଠିକା ଅଧିବାସୀ ମାନେ ନିଜ ପଡୋଶୀଙ୍କ ଦୁଆର ନିକଟରେ ପ୍ଲେଟ, ଗ୍ଲାସ ପରି କାଚ ଜିନିଷ ଗୁଡିକୁ ଭାଙ୍ଗିଥାନ୍ତି । ରାତିରେ ଏକ ଚୌକି ଉପରେ ଛିଡା ହୋଇଯାନ୍ତି । ରାତି ୧୨ ଟା ସମୟରେ ଚୌକି ତଳକୁ ଡେଇଁ ପଡନ୍ତି । ଏହା ଦ୍ୱାରା ବର୍ଷ ସାରା ଉତ୍ସାହ ଓ ରୋମାଞ୍ଚ ଲାଗିରହେ ବୋଲି ଏଠିକା ଅଧିବାସୀଙ୍କ ବିଶ୍ୱାସ ରହିଛି ।

new year

୩. ରୁଷ: ରୁଷରେ ମଧ୍ୟ ଏକ ଅଜବ ନିୟମ ରହିଛି । ନୂଆ ବର୍ଷ ପୂର୍ବ ଦିନ ଏମାନେ ଏକ କାଗଜରେ ନିଜ ମନର କଥା ଲେଖନ୍ତି ଓ ପରେ ତାକୁ ଜାଳି ଦିଅନ୍ତି । ଏହି କାଗଜର ପାଉଁଶକୁ ନିଜ ମଦ ସହ ମିଶେଇ ପରେ ପିଇଦିଅନ୍ତି ।

୪. ଇକୁଏଡର: ଇକୁଏଡର ବାସୀ ମଧ୍ୟ ନିଜର ଏକ ଅଲଗା ଅନ୍ଦାଜରେ ନୂଆ ବର୍ଷକୁ ସ୍ୱାଗତ କରିଥାନ୍ତି । ଏଠିକା ଲୋକେ ନିଜେ ପସନ୍ଦ କରୁନଥିବା ଲୋକଙ୍କ ପୁତ୍ତଳିକାରେ ନିଆଁ ଲଗେଇଥାନ୍ତି । ଏହା ଦ୍ୱାରା ନକାରାତ୍ମକ ଶକ୍ତି ଗୁଡିକ ଦୂରେଇ ରହିଥାନ୍ତି ବୋଲି ଏଠିକା ଅଧିବାସୀଙ୍କ ବିଶ୍ୱାସ ।

new year

୫. ଜର୍ମାନୀ: ଏବାବଦରେ ଜର୍ମାନୀ ବାସୀଙ୍କ ଅନ୍ଦାଜ କିନ୍ତୁ କିଛିଟା ଅଲଗା । ନିଜ ଭବିଷ୍ୟତ ଜାଣିବା ପାଇଁ ଏମାନଙ୍କ ମନରେ ଆଗ୍ରହ ଥାଏ । ସୀସାର କିଛି ଖଣ୍ଡ ଗୁଡିକୁ ଏକ ଛୋଟ ଚାମଚରେ ରଖି ସେମାନେ ଏହାକୁ ତରଲେଇଥାନ୍ତି । ଥଣ୍ଡା ହେବା ପରେ ଏହା ଯେଉଁ ଆକାର ଧାରଣ କରିଥାଏ ଭବିଷ୍ୟତ ମଧ୍ୟ ସେହି ଅନୁଯାୟୀ ହୋଇଥାଏ ବୋଲି ଏଠିକା ଲୋକଙ୍କ ବିଶ୍ୱାସ ।

୬. ସ୍ପେନ: ସ୍ପେନ ଓ ଏହାର ଆଖପାଖ ଅଞ୍ଚଳରେ ଲୋକେ ରାତି ୧୨ ସମୟରେ ୧୨ଟି ଅଙ୍ଗୁର ଖାଇବାର ଏକ ଅଜବ ପରମ୍ପରା ରହିଛି । ଘଡ଼ିର ଘଣ୍ଟା ଅନୁଯାୟୀ ଏମାନେ ଗୋଟିଏ ଲେଖାଏଁ ଅଙ୍ଗୁର ଖାଇଥାନ୍ତି ।

new year

୭.କ୍ୟୁବା:  କ୍ୟୁବା ଅଧିବାସୀଙ୍କ ଚିନ୍ତାଧାରା ବି କିଛିଟା ଭିନ୍ନ ଓ ମଜାଳିଆ । ଭ୍ରମଣରେ ବିଶେଷ ସଉକ ରଖୁଥିବା ଲୋକେ ଏକ ସୁଟକେଶ ନେଇ ଘରର ଚାରି ପାଖରେ ପରିକ୍ରମା କରିଥାନ୍ତି । ଏମିତି କରିବା ଦ୍ୱାରା ପୁରା ବର୍ଷ ଭ୍ରମଣ କରିବାକୁ ଅଧିକ ରୁ ଅଧିକ ସୁଯୋଗ ମିଳିବ ବୋଲି ଏଠିକା ଲୋକଙ୍କ ବିଶ୍ୱାସ ।

୮.ବ୍ରାଜିଲ: ବ୍ରାଜିଲ ଲୋକେ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଧଳା ରଙ୍ଗର ବସ୍ତ୍ର ପିନ୍ଧିଥାନ୍ତି । ବିଶ୍ୱାସ କରାଯାଏ କି ଏହି ନୀତି ପାଳନ କଲେ ଖରାପ ଆତ୍ମା ମାନେ ସେମାନଙ୍କର କୌଣସି କ୍ଷତି ଘଟାଇ ପାରିବେ ନାହିଁ ।

new year

୯. ଗ୍ରୀସ: ସାଧାରଣତଃ ନୂଆ ବର୍ଷର ସ୍ୱାଗତ ପୃଥିବୀର ବିଭିନ୍ନ ପ୍ରାନ୍ତର ଲୋକେ ଲାଇଟ ଜାଳି ବାଣ ଫୁଟାଇ କରିଥାନ୍ତି । କିନ୍ତୁ ଗ୍ରୀସ ବାସୀଙ୍କ ଠାରେ ଏହାର କିଛିଟା ବ୍ୟତିକ୍ରମ ଦେଖାଯାଏ । ଏମାନେ ସେଦିନ ରାତିରେ ସମସ୍ତ ଲାଇଟକୁ ବନ୍ଦ କରିଦିଅନ୍ତି । ପ୍ରାକୃତିକ ଆଲୋକରେ ନୁଆବର୍ଷର ସ୍ୱାଗତ କରିବା ଅଧିକ ଶୁଭ ହୋଇଥାଏ ବୋଲି ଏଠିକା ଲୋକଙ୍କର ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.