Below header

ପାକିସ୍ତାନର ଯୁବ ପେସ୍‌ ବୋଲର୍‌ ନସିମ ପ୍ରେସ୍‌ମିଟ୍‌ରେ କାନ୍ଦିଲେ କାହିଁକି ?

କରାଚୀ : ଅନେକ ବର୍ଷ ବ୍ୟବଧାନରେ ପାକିସ୍ତାନରେ ଟେଷ୍ଟ କ୍ରିକେଟ୍‌ ଖେଳା ଯାଇଛି । ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଶ୍ରୀଲଙ୍କାକୁ ହରାଇଛି ପାକିସ୍ତାନ । ଦ୍ୱିତୀୟ ତଥା ଶେଷ ମ୍ୟାଚ୍‌ରେ ପାକିସ୍ତାନ ୨୬୩ ରନ୍‌ର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛି । ପ୍ରାୟ ଦଶ ବର୍ଷ ପରେ ନିଜ ଘରୋଇ ମାଟିରେ ପାକିସ୍ତାନକୁ ସୁଯୋଗ ମିଳିଛି ବିଜୟ ଉତ୍ସବ ପାଳନ କରିବା ପାଇଁ । ତେବେ ଦଳର ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ୧୬ ବର୍ଷ ବୟସ୍କ ବୋଲର୍‌ ନସିମ ଶାହ । ଏହି ପେସ୍‌ ବୋଲର୍‌ ୫ ଓ୍ଵିକେଟ୍‌ ନେବା ଫଳରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୨୧୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଏହା ସହିତ ନସିମ ପାକିସ୍ତାନର ସର୍ବକନିଷ୍ଠ ବୋଲର୍‌ ଭାବେ ଗୋଟିଏ ପାଳିରେ ୫ ଓ୍ଵିକେଟ୍‌ ଦଖଲ କରିଛନ୍ତି ।


ମ୍ୟାଚ୍‌ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନସିମ ଖୁବ୍‌ ଭାବବିହ୍ଵଳ ହୋଇପଡ଼ିଥିଲେ । ସେ କାନ୍ଦି ପକାଇଥିଲେ । କାରଣ ଗତ ମାସ ନସିମ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଥିଲା । ସେ ନିଜର ଏହି ପ୍ରଥମ ୫ ଓ୍ଵିକେଟ୍‌ ସଫଳତାକୁ ନିଜ ମା’ଙ୍କୁ ଉତ୍ସର୍ଗ କରିଛନ୍ତି । ଦେଖନ୍ତୁ ସେହି ଭିଡିଓ…

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.