Below header

କ୍ରିସ୍‌ମାସ ସ୍ପେଶାଲ ଫଟୋଶୁଟ୍‌ ପାଇଁ ଶାର୍ଟଲେସ୍‌ ହେଲେ ଇବ୍ରାହିମ୍‌, ଭଉଣୀ ସାରା ଦେଲେ ଫନି ଏକ୍ସପ୍ରେଶନ

ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅମୃତା ସିଂଙ୍କ ଦୁଇ ସନ୍ତାନ ସାରା ଓ ଇବ୍ରାହିମ୍‌ ସ୍ପେଶାଲ ବଣ୍ଡ୍‌ ଶେୟାର କରିଥାଆନ୍ତି। ଭାଇ-ଭଉଣୀଙ୍କ କେମିଷ୍ଟ୍ରି ଦେଖି ସୋସିଆଲ ମିଡିଆରେ ଫ୍ୟାନ୍‌ମାନେ ବି ବହୁତ ଭଲ ପ୍ରତିକ୍ରିୟା ଦେଇଥାଆନ୍ତି। ଦୁଇଜଣ ଏକାଠି ଖୁବ୍‌ ଟାଇମ୍‌ ସ୍ପେଣ୍ଡ୍‌ କରିବା ସହ ମସ୍ତି ମଧ୍ୟ କରନ୍ତି।

ଏବେ ସାରା ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକରେ ସାରା ନିଜ ଭାଇ ଇବ୍ରାହିମ୍‌ଙ୍କ ସହ ନଜର ଆସୁଛନ୍ତି। ଏହି ଫନି ଏବଂ କ୍ୟୁଟ୍‌ ଫଟୋଶୁଟ୍‌ ସେମାନେ କ୍ରିସ୍‌ମାସ ପାଇଁ କରାଇଛନ୍ତି।

sara2

ସୋସିଆଲ ମିଡିଆରେ ଫଟୋଗୁଡ଼ିକୁ ଶେୟାର କରି ସାରା ଲେଖିଛନ୍ତି, ‘ରେଡ୍‌ ନାକ ବାର୍‌ହାସିଙ୍ଗା। ହ୍ଵାଇଟ୍‌ ସ୍ନୋଫ୍ଲେକ୍‌। ଭର୍ଜିନ୍‌ ବାଇଗଣ। କ୍ରିସ୍‌ମାସ କେକ୍‌। ପାର୍ଟି ଆରମ୍ଭ କରିବା। ଇଟ୍‌ସ କ୍ରିସ୍‌ମାସ ଇଭ୍‌ ଫର୍‌ ହେଭେନ୍‌ସ ସେକ’।

କହି ରଖୁଛୁ କି, ସାରା ଓ ଇବ୍ରାହିମ୍‌ କରୀନା କପୁରଙ୍କ କ୍ରିସ୍‌ମାସ ପାର୍ଟିକୁ ଯାଇଥିଲେ। ପାର୍ଟି ପାଇଁ ସାରା ହ୍ଵାଇଟ୍‌ ଶର୍ଟ ଡ୍ରେସ୍‌ ବାଛିଥିଲେ। ସେଠି ଇବ୍ରାହିମ୍‌ ଡେନିମ୍‌ ଜ୍ୟାକେଟ ଓ ବ୍ଲାକ୍‌ ଜିନ୍ସରେ ନଜର ଆସିଥିଲେ।

ଦୁଇଜଣ ଏକାଠି ଫଟୋଶୁଟ୍‌ କରାଇଥିଲେ। ଫଟୋଗୁଡ଼ିକରେ ସାରା ଓ ଇବ୍ରାହିମ୍‌ଙ୍କ ମସ୍ତି ଏବଂ ବଣ୍ଡିଙ୍ଗ୍‌ ବହୁତ କ୍ୟୁଟ୍‌ ଥିଲା। କିଛି ଫଟୋରେ ଇବ୍ରାଇମ୍‌ ଶାର୍ଟଲେସ୍‌ ମଧ୍ୟ ହୋଇଥିଲେ। ଆଉ ଭଉଣୀ ସାରା ଫନି ଏକ୍ସପ୍ରେଶନ ସବୁ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.