Categories: ଟେକ୍

WhatsApp ଖୁବ୍‌ଶୀଘ୍ର ଆଣିବାକୁ ଯାଉଛି ଜବରଦସ୍ତ ଫିଚର୍ସ, ବଦଳିଯିବ ଚ୍ୟାଟିଙ୍ଗ୍‌ ଷ୍ଟାଇଲ୍‌

WhatsApp ନିଜ ୟୁଜରମାନଙ୍କ ପାଇଁ ଲଗାତାର ନୂଆ ନୂଆ ଫିଚର ଆଣୁଛି। ସେଥିମଧ୍ୟରୁ କିଛି ଫିଚର୍ସ ଷ୍ଟେବଲ୍‌ ପ୍ଲାଟଫର୍ମରେ ଥିବା ବେଳେ ଆଉ କିଛି ଫିଚର୍ସ beta versionରେ ଉପଲବ୍ଧ ରହିଛି। ଚୀନ୍‌ ଟେକ୍‌ ସାଇଟ୍‌ ‘Weibo’ WhatsAppର କିଛି ଫିଚର୍ସକୁ ନେଇ ଏକ ରିପୋର୍ଟ ଜାରି କରିଥିଲା, ଯେଉଁଥିରୁ ଜଣାପଡ଼ିଛି, ଏହି ଫିଚରଗୁଡ଼ିକୁ ନୂଆ ବର୍ଷ ମଉକାରେ ଅଣାଯିବ। ଯଦିଓ ଏ ପଯ୍ୟର୍ନ୍ତ WhatsApp ଏ ନେଇ କୌଣସି ଅଫିସିଆଲ୍‌ ସୂଚନା ଦେଇନି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ନୂଆ ବର୍ଷରେ WhatsApp କେଉଁ ସବୁ ଫିଚର ଆଣିପାରେ।

Low Data Mode

ହି ଫିଚରକୁ WhatsApp ଆଇଓଏସ୍‌ ୟୁଜରଙ୍କ ପାଇଁ ଉପଲବ୍ଧ କରାଇବ। ବର୍ତ୍ତମାନ କମ୍ପାନୀ ଏହା ଉପରେ କାମ କରୁଛି। ଏଠି ଆପଣ Low Data Mode ଜରିଆରେ ଡାଟା ବ୍ୟବହାରକୁ କମ୍‌ କରିପାରିବେ।

ରିପୋର୍ଟ ମୁତାବକ, ଯେମିତି ଆପଣ ଏହି ମୋଡ୍‌କୁ ଅନ୍‌ କରିବେ, ଏହି ଫିଚର ଅଟୋ ଡାଉନ୍‌ଲୋଡିଙ୍ଗ୍‌ ସେଟିଙ୍ଗ୍‌ ଅନ୍‌ ହେବା ସତ୍ତ୍ୱେ ଆପେ ଆପେ ଫଟୋ ଏବଂ ଭିଡିଓ ଡାଉନ୍‌ଲୋଡିଙ୍ଗ୍‌କୁ ରୋକିପାରିବ। ଏହାଛଡ଼ା ଆପଣ ଅଟୋ ଡାଉନ୍‌ଲୋଡ ଭଏସ୍‌ ମେସେଜ୍‌କୁ ଡାଉନ୍‌ଲୋଡ୍‌ ହେବାରୁ ମଧ୍ୟ ରୋକି ପାରିବେ। ଏହାଦ୍ୱାରା ଡାଟା ବ୍ୟବହାର ଅନେକାଂଶରେ କମ୍‌ ହୋଇଯିିବ।

Dark Mode

WhatsApp ୟୁଜରମାନଙ୍କ ପାଇଁ ଡାର୍କ ମୋଡ୍‌ ଫିଚର ଆଣିବାକୁ ଯାଉଥିବା କିଛି ଦିନ ପୂର୍ବରୁ ଘୋଷଣା କରିଥିଲା। ମିଡିଆ ରିପୋର୍ଟ ମୁତାବକ, ଏହା ଖୁବ୍‌ଶୀଘ୍ର ଆଇଓଏସ୍‌ ୧୩ ପାଇଁ Dark Mode ଫିଚର ଜାରି କରିବ। ୟୁଜରମାନଙ୍କୁ Dark Mode ଆକ୍ଟିଭ୍‌ କରିବା ପାଇଁ ଅରିଜିନାଲ୍‌ ନାଇଟ୍‌ ଥିମ୍‌, ଡାର୍କ ଥିମ୍‌ ଏବଂ ବ୍ୟାଟେରୀ ସେଭର୍‌ ମୋଡ୍‌ ମିଳିବ।

Delete Message

WhatsApp ନିଜ ଆଣ୍ଡ୍ରୋଏଡ୍‌ ୟୁଜରଙ୍କ ପାଇଁ ଡିଲିଟ୍‌ ମେସେଜ ଫିଚର ଆଣିବ। ଏହି ଫିଚର ଜରିଆରେ ଟାଇମିଙ୍ଗ୍‌ ସେଟ୍‌ କରି ମେସେଜ୍‌ ଡିଲିଟ୍‌ କରିପାରିବେ। ଏହି ଫିଚରକୁ ଏବେ ଟେଷ୍ଟିଂ ଫେଜ୍‌ରେ ରଖାଯାଇଛି। ତେବେ ଖୁବ୍‌ଶୀଘ୍ର ଏହା ଲଞ୍ଚ୍‌ କରିବ ବୋଲି ଆଶା କରାଯାଉଛି।

Wallpaper Mode

ୟୁଜରଙ୍କୁ WhatsAppରେ ଓ୍ଵାଲ୍‌ପେପରର ଅପ୍‌ଶନ ଏକ ଅଲଗା ସେକ୍ସନ ‘ଡିସ୍‌ପ୍ଲେ’ରେ ମିଳିବ। ଏହା ପୂର୍ବରୁ ଏହି ଅପ୍‌ଶନ ଚ୍ୟାଟ୍‌ ସେଟିଙ୍ଗ୍‌ରେ ଦେଖିବାକୁ ମିଳୁଥିଲା। ୟୁଜରମାନଙ୍କୁ ଏବେ ଓ୍ଵାଲ୍‌ପେପର ବଦଳାଇବା ପାଇଁ ସିଧା ଡିସ୍‌ପ୍ଲେ ଅପ୍‌ଶନକୁ ଯିବାକୁ ପଡ଼ିବ। ଏହାପରେ ନିଜ ହିସାବରେ ଓ୍ଵାଲ୍‌ପେପର ବାଛିବାକୁ ହେବ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

27 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

46 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

54 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago