ଗୁଜରାଟର ସୁରତରେ ଏକ ୧୦ମହଲା କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୫୦ରୁ ଅଧିକ ଦମକଳ ବାହିନୀ ମୁତୟନ

ସୁରତ(କେନ୍ୟୁଜ୍): ଗୁଜରାଟର ସୁରତରେ ଭୟାବହ ଅଗ୍ନିକାଣ୍ଡ। ଏକ ୧୦ମହଲା କପଡ଼ା ମାର୍କେଟରେ ନିଆଁ ଲାଗିବା ପରେ ଏହା ସମଗ୍ର କୋଠାକୁ ବ୍ୟାପୀ ଯାଇଛି। ନିଆଁକୁ ଆୟତ୍ତ କରିବାକୁ ୫୦ରୁ ଅଧିକ ଦମକଳ ବାହିନୀ ମୂତୟନ ହୋଇଛନ୍ତି। ରଘୁବୀର ଟେକ୍‌ସଟାଇଲ ମାର୍କେଟରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା। ଚାହୁଁଚାହୁଁ ପୁରା କୋଠାରେ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଓ ପ୍ରବଳ ଧୁଆଁ ଯୋଗୁଁ ନିଆଁକୁ ଆୟତ୍ତ କରିବାରେ ବହୁ ବାଧା ଉପୁଜିଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମଧ୍ୟ ମିଳିପାରିନାହିଁ। କିଛି ଦିନ ତଳେ ଏହି କୋଠାର ନବମ ମହଲାରେ ମଧ୍ୟ ନିଁଆ ଲାଗିଥିଲା।

KNews Bureau

Recent Posts

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

21 mins ago

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

1 hour ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

1 hour ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

1 hour ago

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…

1 hour ago

କୁଲରରେ ପରିଣତ ହେଲା ପୁରୁଣା ଟିଭି, ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…

1 hour ago