ଦେଶ ବିଦେଶ

ମ୍ୟାକଡୋନାଲ୍ଡସ୍‌କୁ ୫ କୋଟିର ଜରିମାନା, ବର୍ଗରରେ ମିଳିଥିଲା ମୂଷାଲଣ୍ଡି

ଲଣ୍ଡନରେ ମ୍ୟାକଡୋନାଲ୍ଡସକୁ ୫ କୋଟି ଟଙ୍କାର ଜରିମାନା । ମ୍ୟାକଡୋନାଲ୍ଡସ ଚିଜ୍‌ବର୍ଗରରେ ମୂଷାଲଣ୍ଡି ପଡିଥିବାରୁ ଏଭଳି ଜରିମାନା ଲାଗିଛି ।

ଦୋକାନରୁ ବର୍ଗର ନେଇ ଖାଇବା ସମୟରେ ଗ୍ରାହକ ଜଣକ ଖାଦ୍ୟ ଖୋଳ ଭିତରେ ମୂଷାଲଣ୍ଡି ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାହକ ଜଣକ ଏକ ଅଭିଯୋଗ କରିଥିଲେ। ସ୍ବାସ୍ଥ୍ୟ ଅଧିକାରୀମାନେ ତଦନ୍ତ କରିବା ପରେ ରେଷ୍ଟୁରାଣ୍ଟର ପରିବେଶ କଦର୍ଯ୍ୟ ଅବସ୍ଥାରେ ରହିଥିବା ଜାଣିବାକୁ ପାଇଥିଲେ। ସେଠାରେ ଅନେକ ମୂଷା ରହିଥିଲେ । ଆଉ ଗୋଟେ ମଲା ମୂଷା ମଧ୍ୟ ଦେଖିବାକୁ ପାଇଥିଲେ ।ଏପରିକି ଯେଉଁଠି ଖାଦ୍ୟ ରଖାଯାଉଥିଲା ଏବଂ ପ୍ରସ୍ତୁତ କରାଯାଉଥିଲା ସେଠାରେ ମଧ୍ୟ ପରିବେଶ ଠିକ୍ ନଥିଲା। ଏମିତି ଦେଖିବା ପରେ ଆଉଟଲେଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ତେବେ ଏହି ମାମଲା ୨୦୨୧ର । ମହିଳା ଜଣକ ପୂର୍ବ ଲଣ୍ଡନ ସ୍ଥିତ ମ୍ୟାକଡୋନାଲ୍ଡସ ଆଉଟଲେଟରେ ଚିଜ୍‌ ବର୍ଗର ଅର୍ଡର ଦେଇଥିଲେ । ମହିଳା ଜଣକ ବର୍ଗର ଖାଇ ସାରିବା ପରେ ଖୋଳ ଭିତରେ ମୂଷା ଳଣ୍ଡି ପଡିଥିବା ଦେଖିବାକୁ ପାଇଥିଲେ । ଯାହାପରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ପରେ ସ୍ୱାସ୍ଥ୍ୟ ଅଧିକାରୀ ଯାଞ୍ଚ କରିବା ପରେ ସତ ସାମ୍ନାକୁ ଆସିଥିଲା ।

ତେବେ ଯାଞ୍ଚ କରିବା ପରେ ଆଉଟଲେଟକୁ ୧୦ ଦିନ ପାଇଁ ବନ୍ଦ କରିଦିଆଯାଇଥିଲା । ମ୍ୟାକଡୋନାଲ୍ଡସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ପାଇଁ ୪.୮୦ କୋଟି ଏବଂ ଅଦାଲତ ଖର୍ଚ୍ଚ ପାଇଁ ୨୨.୬ ଲକ୍ଷ ଟଙ୍କା ଜରିମାନା ଲାଗିଥିଲା । ଏହାଛଡା ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୧୯,୫୩୭ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

Swagatika

Recent Posts

ଥମିବାର ନା ନେଉନାହିଁ ଆନ୍ଥ୍ରାକ୍ସ ରୋଗ, ରୋଗୀଙ୍କୁ ଘାରୁଛି ଚିନ୍ତା

କୋରାପୁଟ(କେନ୍ୟୁଜ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ବିରଳ ରୋଗ ଆନ୍ଥ୍ରାକ୍ସ । ଶୁକ୍ରବାର ଦିନ ଲକ୍ଷ୍ମୀପୁର ବ୍ଲକର…

14 mins ago

କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ, ୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି (କେନ୍ୟୁଜ): କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କେନ୍ଦୁପତ୍ର । ମାଲକାନଗିରି ଜିଲ୍ଲା ଏମଭି-୩…

39 mins ago

କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପ୍ରଶାନ୍ତ ଜଗଦ୍ଦେବ

କଟକ (କେନ୍ୟୁଜ): କଟକ ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ ତାଙ୍କୁ…

1 hour ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ); କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଚାଲିଛି ଅଙ୍କକଷା । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ…

1 hour ago

ଦେଖୁ ଦେଖୁ ଆଖି ପିଛୁଳାକେ ଲାଗିଗଲା ନିଆଁ, ହେଲେ କେମିତି?

ବାସୁଦେବପୁର(କେନ୍ୟୁଜ): ବାପ୍ ରେ ବାପ୍ କି ଧୂଆଁ । ଏ କି ଭୟଙ୍କର ଦୃଶ୍ୟ । ବିଚ୍ ରାସ୍ତାରେ ପୁଣି ଆମ୍ବୁଲାନ୍ସଟି…

2 hours ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି, ଗାଡ଼ିରେ ଭର୍ତ୍ତି ପୂର୍ବରୁ ଜାଣିନିଅନ୍ତୁ ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୮୯ ପଇସା ରହିଛି ।…

2 hours ago