ମ୍ୟାକଡୋନାଲ୍ଡସ୍କୁ ୫ କୋଟିର ଜରିମାନା, ବର୍ଗରରେ ମିଳିଥିଲା ମୂଷାଲଣ୍ଡି
ମ୍ୟାକଡୋନାଲ୍ଡସକୁ ୫ କୋଟି ଟଙ୍କାର ଜରିମାନା । ଲଣ୍ଡନରେ ମ୍ୟାକଡୋନାଲ୍ଡସ ଚିଜ୍ବର୍ଗରରେ ମୂଷାଲଣ୍ଡି ପଡିଥିବାରୁ ଏଭଳି ଜରିମାନା ଲାଗିଛି ।
ଲଣ୍ଡନରେ ମ୍ୟାକଡୋନାଲ୍ଡସକୁ ୫ କୋଟି ଟଙ୍କାର ଜରିମାନା । ମ୍ୟାକଡୋନାଲ୍ଡସ ଚିଜ୍ବର୍ଗରରେ ମୂଷାଲଣ୍ଡି ପଡିଥିବାରୁ ଏଭଳି ଜରିମାନା ଲାଗିଛି ।
ଦୋକାନରୁ ବର୍ଗର ନେଇ ଖାଇବା ସମୟରେ ଗ୍ରାହକ ଜଣକ ଖାଦ୍ୟ ଖୋଳ ଭିତରେ ମୂଷାଲଣ୍ଡି ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାହକ ଜଣକ ଏକ ଅଭିଯୋଗ କରିଥିଲେ। ସ୍ବାସ୍ଥ୍ୟ ଅଧିକାରୀମାନେ ତଦନ୍ତ କରିବା ପରେ ରେଷ୍ଟୁରାଣ୍ଟର ପରିବେଶ କଦର୍ଯ୍ୟ ଅବସ୍ଥାରେ ରହିଥିବା ଜାଣିବାକୁ ପାଇଥିଲେ। ସେଠାରେ ଅନେକ ମୂଷା ରହିଥିଲେ । ଆଉ ଗୋଟେ ମଲା ମୂଷା ମଧ୍ୟ ଦେଖିବାକୁ ପାଇଥିଲେ ।ଏପରିକି ଯେଉଁଠି ଖାଦ୍ୟ ରଖାଯାଉଥିଲା ଏବଂ ପ୍ରସ୍ତୁତ କରାଯାଉଥିଲା ସେଠାରେ ମଧ୍ୟ ପରିବେଶ ଠିକ୍ ନଥିଲା। ଏମିତି ଦେଖିବା ପରେ ଆଉଟଲେଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।
ତେବେ ଏହି ମାମଲା ୨୦୨୧ର । ମହିଳା ଜଣକ ପୂର୍ବ ଲଣ୍ଡନ ସ୍ଥିତ ମ୍ୟାକଡୋନାଲ୍ଡସ ଆଉଟଲେଟରେ ଚିଜ୍ ବର୍ଗର ଅର୍ଡର ଦେଇଥିଲେ । ମହିଳା ଜଣକ ବର୍ଗର ଖାଇ ସାରିବା ପରେ ଖୋଳ ଭିତରେ ମୂଷା ଳଣ୍ଡି ପଡିଥିବା ଦେଖିବାକୁ ପାଇଥିଲେ । ଯାହାପରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ପରେ ସ୍ୱାସ୍ଥ୍ୟ ଅଧିକାରୀ ଯାଞ୍ଚ କରିବା ପରେ ସତ ସାମ୍ନାକୁ ଆସିଥିଲା ।
ତେବେ ଯାଞ୍ଚ କରିବା ପରେ ଆଉଟଲେଟକୁ ୧୦ ଦିନ ପାଇଁ ବନ୍ଦ କରିଦିଆଯାଇଥିଲା । ମ୍ୟାକଡୋନାଲ୍ଡସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ପାଇଁ ୪.୮୦ କୋଟି ଏବଂ ଅଦାଲତ ଖର୍ଚ୍ଚ ପାଇଁ ୨୨.୬ ଲକ୍ଷ ଟଙ୍କା ଜରିମାନା ଲାଗିଥିଲା । ଏହାଛଡା ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୧୯,୫୩୭ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।