ଜନତା ନାରା ଦେବେ ଇଶ୍ୱର ସମ୍ରାଟଙ୍କ ରକ୍ଷା କରନ୍ତୁ , ଆସନ୍ତୁ ଜାଣିବା ରାଜ୍ୟାଭିଷେକର କଣ ରହିଛି ପରମ୍ପରା

ସମ୍ରାଟ ୭୦୦ ବର୍ଷର ପୁରୁଣା ସିଂହାସନ ସମ୍ମୁଖରେ ଛିଡ଼ା ହୋଇଥାନ୍ତି । ସିଂହାସନର ଚାରିକଡରେ କପଡ଼ାର ଘେରା ତିଆରି କରାଯାଏ । ସମ୍ରାଟଙ୍କ ହାତ, ଛାତି ଓ ମୁଣ୍ଡରେ ପବିତ୍ର ତେଲରେ ରାଜତିଲକ କରାଯାଇଥାଏ ।

କେନ୍ୟୁଜ୍‌(ବ୍ୟୁରୋ): ଲଣ୍ଡନର ସ୍ଥାନୀୟ ସମୟ ଅନୁସାରେ ଦିନ ୧୧ଟାରେ ଆରମ୍ଭ ହେବ କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜତିଲକର ପରମ୍ପରା । ଅର୍ଥାତ ଚାର୍ଜସଙ୍କ ରାଜ ତିଲକ ଆରମ୍ଭ ହୋଇ ସାରିଛି । ବ୍ରିଟେନ ସମ୍ରାଟଙ୍କ ରାଜ୍ୟାଭିଷେକ ଏକ ପ୍ରତିତାତ୍ମକ ଧାର୍ମିକ ସମାରୋହ ହୋଇଥାଏ ।

ଏବେ ଆସନ୍ତୁ ଜାଣିବା ରାଜ୍ୟାଭିଷେକ ପ୍ରକ୍ରିୟା କଣ ରହିଛି । … ସମ୍ରାଟ ରାଜତିଲକରେ ବ୍ୟବହାର ୭୦୦ ବର୍ଷର ପୁରୁଣା ସିଂହାସନ ସମ୍ମୁଖରେ ଛିଡ଼ା ହୋଇଥାନ୍ତି । ସେଠାରେ ଉପସ୍ଥିତ ଥିବା ପ୍ରଜା ଈଶ୍ବର ସମ୍ରାଟଙ୍କ ରକ୍ଷା କରନ୍ତୁ ନାରା ଦେଇଥାନ୍ତି । ଏହାପରେ ତୁରୀ ବଜାଯାଏ । ଏହି ପ୍ରକ୍ରିୟା ସରିଲା ପରେ ଆଇନ ଓ ଚର୍ଚ ଅଫ୍‌ ଇଂଲଣ୍ଡର ରକ୍ଷା କରିବା ପାଇଁ ଶପଥ ନେଇଥାନ୍ତି । ଏହାପରେ ଅପଚାରିକତା ବସ୍ତ୍ରକୁ କାଢି ନିଆଯାଇଥାଏ । ସିଂହାସନରେ ବସିଥାନ୍ତି ସମ୍ରାଟ । ଏହାପରେ ସିଂହାସନର ଚାରିକଡରେ କପଡ଼ାର ଘେରା ତିଆରି କରାଯାଏ । ଏଇଥି ପାଇଁ କରାଯାଏ ସମ୍ରାଟ ପ୍ରଜାଙ୍କୁ ଦେଖା ନ ଯିବେ । ଏହାପରେ ସମ୍ରାଟଙ୍କ ହାତ, ଛାତି ଓ ମୁଣ୍ଡରେ ପବିତ୍ର ତେଲରେ ରାଜତିଲକ କରାଯାଇଥାଏ । ଗୋଲାପ, କମଳା ଓ ଚମ୍ପା ଫୁଲ ସହ ଡାଲଚିନିର ତେଳରୁ ପ୍ରସ୍ତୁତ ହୋଇଥାଏ ଏହି ତେଲ ।

ଏହି ପ୍ରକ୍ରିୟା ସରିଲା ପରେ ରାଜାଙ୍କୁ ଏକ ରାଜଦଣ୍ଡ ଦିଆଯାଇଥାଏ । ଯାହା ତାଙ୍କ ଶକ୍ତିର ପ୍ରତୀକ ହୋଇଥାଏ । ଏହାପରେ ତାଙ୍କ ସୁନାରେ ତିଆରି ରାଜଦଣ୍ଡ ଦିଆଯାଇଥାଏ । ଯାହା ନ୍ୟାୟ ଓ ଦୟାର ପ୍ରତୀକ ହୋଇଥାଏ । ଏହାପରେ ରାଜ ମୁକୁଟ ପିନ୍ଧିଥାନ୍ତି ସମ୍ରାଟ । ଏହାପରେ ରାଜା ରାଜତିଲକ ସିଂହାସନରୁ ଉଠି ରାଜ ସିଂହାସନରେ ବସିଥାନ୍ତି । ଏହା ତାଙ୍କ ସାମନାରେ ନଇକି କୋର୍ନିସ ବଜାଇଥାନ୍ତି । ଯାହାର ଅର୍ଥ ସେମାନେ ସମ୍ରାଟଙ୍କ ପ୍ରତି ସମର୍ପିତ । ଏହାପରେ ନାରା ଲଗାଇ ଯାଇଥାଏ ଈଶ୍ବର ସମ୍ରାଟଙ୍କ ରକ୍ଷା କରନ୍ତୁ ।

ରାଜତିଲକ ସମୟରେ ସମ୍ରାଟଙ୍କୁ ୧୭ ଶହ ଶତାଦ୍ଦୀରେ ସୁନାର ତିଆରି ସପ୍ତମ ଏଡଓ୍ଵାର୍ଡଙ୍କ ମୁକୁଟ ପିନ୍ଧାଯାଇଥାଏ । ଏହା ବହୁତ ଭାରି ହୋଇଥାଏ ଏହାର ବ୍ୟବହାର କେବଳ ରାଜତିଲକ ସମୟରେ କରାଯାଇଥାଏ । ଏହାପରେ ଆଉ ଏକ ମୁକୁଟ ରହିଛି ଯାହାକୁ ସମ୍ରାଟ ଧାରଣ କରିଥାନ୍ତି । ଏଥିରେ ରହିଛି ଏମ୍ପରିଅର ଷ୍ଟେଟ କ୍ରାଉନ । ଯାହାକୁ ରାଜା ରାଜାଭିସେକ ସମାପନ ସମୟରେ ଧାରଣ କରିଥାନ୍ତି । ଏହାସହ ଏହି ମୁକୁଟକୁ ପ୍ରଜାଙ୍କୁ ସମ୍ବୋଧିତ କରିବା ସମୟରେ ମଧ୍ୟ ପିନ୍ଧିଥାନ୍ତି । ଏଥିରେ କିଲନନ ଦ୍ୱିତୀୟ ହିରା ଖଞ୍ଜା ଯାଇଛି । ଯାହାକୁ ସେକେଣ୍ଡ ଷ୍ଟାର ଅଫ ଆଫ୍ରିକା କୁହାଯାଏ । ଏହାପରେ ଆଉ ଏକ ମୁକୁଟ ଯାହା ରାଣୀଙ୍କ ମୁକୁଟରେ ଲାଗିଛି । ଏଥିରେ କହିଁନୁର ହୀରା ଖଞ୍ଜା ଯାଇଛି । ରାଜା  ଭିସେକରେ କିନ୍ତୁ କହିଁନୁର ମୁକୁଟ ସାମିଲ ହୋଇନଥାଏ । ଏହାସହ ମହାରାଣୀ କେମିଲାଙ୍କୁ ମହାରାଣୀ ମେରୀଙ୍କ ମୁକୁଟ ପିନ୍ଧାଯାଇଥାଏ ।

ଏହି ରାଜଭିସେକରେ କିଏ କିଏ ସାମିଲ ହୋଇଥାନ୍ତି ଆସନ୍ତୁ ନଜର ପକାଇବା । ରାଜ ପରିବାରଙ୍କ ସମେତ ବ୍ରିଟେନ ପ୍ରଧାନ ମନ୍ତ୍ରୀ, ସଂସଦର ସଦସ୍ୟ, ଏହାସହ ଅନ୍ୟ ଦେଶ ମାନଙ୍କର ରାଜ ଅତିଥି ଓ ବିଶ୍ୱନେତା ସମୁହ ସାମିଲ ହୋଇଥାନ୍ତି । ଏହି ସମାରୋହରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଅଭିନେତ୍ରୀ ସୋନମ କପୁର ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.