Below header

ରିଲିଜର ପ୍ରଥମ ଦିନରେ ୬.୫୦ କୋଟି ଟଙ୍କା ଆୟ କଲା ‘ଦ କେରଳ ଷ୍ଟୋରୀ’

ଗତକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଫିଲ୍ମ ‘ଦ କେରଳ ଷ୍ଟୋରୀ’ । ‘ଦ କେରଳ ଷ୍ଟୋରୀ’ ଟିଜର ରିଲିଜ ହେବା ପରଠାରୁ ଏହା ଚର୍ଚ୍ଚାରେ ରହି ଆସିଥିଲା ଗତକାଲି ଏହା ରିଲିଜ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିଲିଜ୍ ହେବାର ପ୍ରଥମ ଦିନରେ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ଏହି ଫିଲ୍ମ ପ୍ରାୟ ୬.୫୦ କୋଟି ଟଙ୍କା ଆୟ କରିଛି। ତେବେ ସରକାରୀ ଆକଳନ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

ତିରୁଅନନ୍ତପୁରମ: ଗତକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଫିଲ୍ମ ‘ଦ କେରଳ ଷ୍ଟୋରୀ’ । ‘ଦ କେରଳ ଷ୍ଟୋରୀ’ ଟିଜର ରିଲିଜ ହେବା ପରଠାରୁ ଏହା ଚର୍ଚ୍ଚାରେ ରହି ଆସିଥିଲା ଗତକାଲି ଏହା ରିଲିଜ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିଲିଜ୍ ହେବାର ପ୍ରଥମ ଦିନରେ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ଏହି ଫିଲ୍ମ ପ୍ରାୟ ୬.୫୦ କୋଟି ଟଙ୍କା ଆୟ କରିଛି। ତେବେ ସରକାରୀ ଆକଳନ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

ଗତ ବର୍ଷର ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ ତୁଳନାରେ, ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଅଧିକ ରୋଜଗାର କରିଛି। ‘କାଶ୍ମୀର ଫାଇଲ୍ସ’ ପ୍ରଥମ ଦିନରେ ୩.୫୫ କୋଟି ଆୟ କରିଥିଲା। ଅନୁପମ ଖେରଙ୍କ ଅଭିନୀତ,୨୦୨୨ ମସିହାର କାଶ୍ମୀର ଫାଇଲ ଏବଂ ଆଦା ଶର୍ମାଙ୍କ ଅଭିନୀତ ଦ ‌କେରଳ ଷ୍ଟୋରି ଉଭୟ ଏକ ସମ୍ବେଦନଶୀଳ ଚଳଚ୍ଚିତ୍ର।

ସୂଚନା ଥାଉକି.ଦ ‌କେରଳ ଷ୍ଟୋରି ସିନେମାର ରିଲିଜ ଉପରେ ରହିତାଦେଶ ଲଗାଇବାକୁ କେରଳ ହାଇକୋର୍ଟ ମନା କରିଦେଇଛନ୍ତି। ବିଚାରପତି ଏନ ନାଗରେଶ ଏବଂ ବିଚାରପତି ସୋଫି ଥୋମାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସତ୍ୟ ଘଟଣା ଦ୍ବାରା ଅନୁପ୍ରେରିତ ବୋଲି ସିନେମାରେ କୁହାଯାଇଥିବା ଟିପ୍ପଣୀ ଦେବା ସହିତ ସିନେମା ରିଲିଜ ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି। କେନ୍ଦ୍ରୀୟ ସିନେମା ପ୍ରମାଣନ ବୋର୍ଡ (ସିବିଏଫସି) ଲୋକଙ୍କୁ ସିନେମା ଦେଖାଇବା ପାଇଁ ପ୍ରମାଣପତ୍ର ପ୍ରଦାନ କରିଛି।

ରହିତାଦେଶ ଦେବା ପୂର୍ବରୁ ଖଣ୍ଡପୀଠ ସିନେମାର ଟ୍ରେଲର ଦେଖିଥିଲେ। ସିନେମାରେ କୌଣସି ସଂପ୍ରଦାୟ ପ୍ରତି ଅପମାନଜନକ କିଛି ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ। କୌଣସି ଆବେଦନକାରୀ ସିନେମା ଦେଖିନାହାନ୍ତି ଏବଂ ପ୍ରଯୋଜକ ଏହା ମଧ୍ୟ ଘୋଷଣା କରିଛନ୍ତି ସିନେମାଟି କାଳ୍ପନିକ କାହାଣୀ ଉପରେ ପର୍ଯ୍ୟବସିତ। ତେବେ ୩୨ ହଜାରରୁ ଅଧିକ ମହିଳା ଆଇଏସଆଇଏସରେ ନିଯୁକ୍ତ ହୋଇଛନ୍ତି ବୋଲି ସିନେମାର ଟିଜରରେ ଯାହା କୁହାଯାଇଛି , ପ୍ରଯୋଜକ ତାହାକୁ ସାମାଜିକ ଗଣମାଧ୍ୟମରୁ ହଟାଇ ଦିଆଯିବ ବୋଲି ଅଦାଲତରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.