ପାକିସ୍ତାନ ଜାତୀୟ ଦିବସରେ ଇମ୍ରାନ୍‌ଙ୍କୁ ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା, ଟ୍ଵିଟର୍‌ରେ କଣ ଜବାବ ଦେଲେ ଇମ୍ରାନ୍‌ ଜାଣନ୍ତୁ

ନୂଆଦିଲ୍ଲୀ : ଆଜି ହେଉଛି ପକିସ୍ତାନର ଜାତୀୟ ଦିବସ । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନବାସୀ ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଶୁଭେଚ୍ଛା ଜଣାଇ ବାର୍ତ୍ତା ପଠାଇଛନ୍ତି । ଜବାବରେ ପାକ୍‌ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ଵିଟ୍‌ କରିଛନ୍ତି । ତେବେ ମୋଦି ବାର୍ତ୍ତା ପଠାଇଥିବା କଥା ଇମ୍ରାନ୍‌ଙ୍କ ଟ୍ଵିଟର୍‌ରୁ ହିଁ ଜଣାପଡ଼ିଛି ।

ଇମ୍ରାନ୍‌ ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାର୍ତ୍ତାରେ ପାକିସ୍ତାନବାସୀଙ୍କୁ ଜାତୀୟ ଦିବସ ଅବସରରେ ଶୁଭକାମନା ଜଣାଇବା ସହ କହିଛନ୍ତି ଯେ ଏବେ ସମୟ ଆସିଛି ଗଣତାନ୍ତ୍ରିକ ପଦ୍ଧତିରେ, ଶାନ୍ତିପୂର୍ଣ୍ଣ ଭାବେ ଉପମହାଦେଶର ଲୋକମାନେ ଏକାଠି ହୋଇ ବିକାଶ ଓ ସମୃଦ୍ଧି ପାଇଁ କାମ କରିବା ଉଚିତ । ଏମିତି ଏକ ପରିବେଶ ସୃଷ୍ଟି ହେବା ଦରକାର ଯାହା ଆତଙ୍କବାଦ ଓ ହିଂସା ଠାରୁ ମୁକ୍ତ ଥିବ ।

ଏହାର ଉତ୍ତରରେ ଇମ୍ରାନ୍‌ ନିଜ ଟ୍ଵିଟ୍‌ରେ କହିଛନ୍ତି, ବର୍ତ୍ତମାନ ସବୁ ସମସ୍ୟାର ସମାଧାନ ପାଇଁ ଉଭୟ ଭାରତ ଓ ପାକିସ୍ତାନ ବ୍ୟାପକ ଭାବେ ଦ୍ୱିପାକ୍ଷିକ ଆଲାଚନା କରିବା ଦରକାର । ଦୁଇ ଦେଶ ଶାନ୍ତି ଓ ସମୃଦ୍ଧି ଦିଗରେ ଆଗେଇବା ପାଇଁ ଏବେ ନୂଆ କରି ସମ୍ପର୍କ ଗଢ଼ିିବା ଉଚିତ ।

ଲାହୋର ପ୍ରସ୍ତାବର ପୂର୍ତ୍ତି ପାଳନ ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୩ ତାରିଖକୁ ପାକିସ୍ତାନରେ ଜାତୀୟ ଦିବସ ଭାବେ ପାଳନ କରାଯାଏ । ତେବେ ଭାରତରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ଗତକାଲି ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀରେ ପାଳନ କରିଥିଲେ । ଭାରତ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ କୌଣସି ପ୍ରତିନିଧିଙ୍କୁ ପଠାଯାଇ ନଥିଲା । କାରଣ ଏଥିରେ ହୁରିୟତ ନେତାଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା । ଅବଶ୍ୟ ପ୍ରାୟ ସବୁ ବିଚ୍ଛିନ୍ନତାବାଦୀ ନେତା ଗିରଫ ହୋଇ ଜେଲ୍‌ରେ ଥିବାରୁ କେହି ମଧ୍ୟ ଏଥିରେ ଯୋଗ ଦେଇ ନଥିଲେ ।
ଏମିତିକି କିଛି ଭାରତୀୟ ଅଧିକାରୀ ପାକ୍‌ ହାଇକମିଶନ୍‌ କାର୍ଯ୍ୟାଳୟ ବାହାରେ ଠିଆ ହୋଇ ଭାରତୀୟ ଅତିଥିମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ନଦେବାକୁ କହୁଥିବା ଦେଖା ଯାଇଥିଲା ।

ସେପଟେ ମୋଦିଙ୍କ ବାର୍ତ୍ତାକୁ ନେଇ ଆରମ୍ଭ ହୋଇଯାଇଛି ସମାଲୋଚନା । ବିରୋଧୀ କଂଗ୍ରେସ ଓ ନେସନାଲ କନଫରେନ୍ସ ନେତାମାନେ ମୋଦିଙ୍କ ଏଭଳି ବାର୍ତ୍ତାକୁ ନାପସନ୍ଦ କରିଛନ୍ତି ।

KNews Bureau

Recent Posts

ଟି୨୦ ବିଶ୍ବକପ: ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ

(କେନ୍ୟୁଜ): ଟି୨୦ ବିଶ୍ବକପରେ ଗତକାଲି ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ । ୧୧୧…

7 mins ago

ଓଡ଼ିଶାରେ ସାମାନ୍ୟ ବଢ଼ିଲା ପେଟ୍ରୋଲ ଦର: ଜାଣନ୍ତୁ ଆଉ କେଉଁଠି କେତେ ଅଛି ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

28 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

41 mins ago

କାଶୀପୁରରେ ଅଜଣା ରୋଗ ଆତଙ୍କ : ଗଲାଣି ୪ ଶିଶୁଙ୍କ ଜୀବନ

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶୀପୁର ବ୍ଳକରେ ପୁଣି ଅଜଣା ରୋଗ ଆତଙ୍କ । ଦୁର୍ଗମ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ…

59 mins ago

୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ: ପଶ୍ଚିମରେ ଡହଡହ ଖରା, ଉପକୂଳରେ ଅସହ୍ୟ ଗରମ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ତାତିରୁ ନିସ୍ତାର ନାହିଁ । ପଶ୍ଚିମରେ ଡହଡହ ଖରା ସାଙ୍ଗକୁ ଉପକୂଳରେ ଅସହ୍ୟ ଗରମ ଓ…

1 hour ago

ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହଟିଲା ପ୍ରତିବନ୍ଧକ

ପୁରୀ (କେନ୍ୟୁଜ) : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର । ମଙ୍ଗଳ ଆଳତୀ ପରେ ପ୍ରଥମେ ଶ୍ରୀମନ୍ଦିରର ୪ ଦ୍ବାର…

2 hours ago