୨୦୧୯ରେ ଦେଶରେ ଅଧାରୁ ଅଧିକ ଫାଶୀ ଦଣ୍ଡାଦେଶ ଦୁଷ୍କର୍ମଜନିତ, ରାଜସ୍ଥାନରେ ସର୍ବାଧିକ

ନୂଆଦିଲ୍ଲୀ(କେନ୍ୟୁଜ୍): ଦେଶରେ ୨୦୧୯ରେ ଅଧାରୁ ଅଧିକ ଫାଶୀ ଦଣ୍ଡାଦେଶ ଦୁଷ୍କର୍ମଜନିତ । ୨୦୧୯ରେ ସମଗ୍ର ଦେଶର ବିଭିନ୍ନ କୋର୍ଟ ସର୍ବମୋଟ ୧୦୨ଟି ଫାଶୀ ଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି। ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବାବେଳେ ତ୍ରିପୁରାରେ ସର୍ବନିମ୍ନ।

୨୦୧୯ରେ ରାଜସ୍ଥାନରେ ସର୍ବାଧିକ ୧୩ ଜଣଙ୍କୁ ଫାଶୀ ଦଣ୍ଡ ମିଳିଥିବାବେଳେ ଉତ୍ତରପ୍ରଦେଶରେ ୧୨, ମଧ୍ୟପ୍ରଦେଶରେ ୧୧, କର୍ଣ୍ଣାଟକରେ ୧୦, ପଶ୍ଚିମବଙ୍ଗରେ ୮, ଝାଡ଼ଖଣ୍ଡରେ ୮, ବିହାରରେ ୭, ଓଡ଼ିଶାରେ ୭, କେରଳରେ ୫, ଆସାମରେ ୪, ତାମିଲନାଡୁରେ ୪ ଏବଂ ତ୍ରିପୁରାରେ ସର୍ବନିମ୍ନ ଜଣେ ଦୋଷୀକୁ ଫାଶୀ ଦଣ୍ଡାଦେଶ ମିଳିଛି।

ତେବେ ବିଭିନ୍ନ କୋର୍ଟ ଶୁଣାଇଥିବା ସମୁଦାୟ ଫାଶୀ ଦଣ୍ଡ ମଧ୍ୟରୁ ଶତକଡ଼ା ୫୨.୯୪ ପ୍ରତିଶତ କେବଳ ଦୁଷ୍କର୍ମଜନିତ ବୋଲି ଜଣାଯାଇଛି।ସେହିଭଳି ୨୦୧୯ରେ ଘଟିଥିବା ହତ୍ୟାକାଣ୍ଡ ମଧ୍ୟରୁ ସର୍ବାଧିକ ଦୁଷ୍କର୍ମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ୨୦୧୯ରେ ଶତକଡ଼ା ୫୪ ପ୍ରତିଶତ ଦୁଷ୍କର୍ମଜନିତ ହତ୍ୟାକାଣ୍ଡ ଘଟିଥିବାବେଳେ ୨୮ ପ୍ରତିଶତ ସାଧାରଣ ହତ୍ୟାକାଣ୍ଡ, ୯ ପ୍ରତିଶତ ଆତଙ୍କଜନିତ ହତ୍ୟାକାଣ୍ଡ, ୬ ପ୍ରତିଶତ ଚୋରି ଓ ଡକାୟତି ଜନିତ ହତ୍ୟାକାଣ୍ଡ ଏବଂ ୫ ପ୍ରତିଶତ ଦଙ୍ଗାଜନିତ ହତ୍ୟାକାଣ୍ଡ ଘଟଣା ଘଟିଛି। ମୃତ୍ୟୁ ଦଣ୍ଡାଦେଶ ଓ ଦୁଷ୍କର୍ମଜନିତ ମୃତ୍ୟୁ ଦଣ୍ଡାଦେଶ ଅନୁପାତ ମଧ୍ୟ ସାରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି।

Sonalisa

Recent Posts

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁଲାଇ ୬ ପର୍ଯ୍ୟନ୍ତ କରିପାରିବେ ଆବେଦନ

କଟକ (କେନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହେବ…

7 mins ago

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ପ୍ରାଣ ଗଲା

ସୋରଡା(କେନ୍ୟୁଜ୍): ଆଜିକାଲି ବଢିଚାଲିଛି ଅପରାଧ ଆଉ ଅପରାଧୀଙ୍କ ସଂଖ୍ୟା । ପୋକ ମାଛି ଭାବି ମଣିଷ ମଣିଷର ଜୀବନ ନେବାକୁ…

14 mins ago

ଲଞ୍ଚ ହେଲା Vivoର ପ୍ରଥମ ଫୋଲଡେବଲ୍‌ ଫୋନ, ମନ ଇଚ୍ଛା ଫୋଲ୍ଡ କରିବେ ୟୁଜର୍ସ

ଭାରତୀୟ ବଜାରରେ ୟୁଜର୍ସଙ୍କ ପାଇଁ ଭିଭୋର ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । Vivo X Fold 3…

27 mins ago

ଗାଁ ମୁହାଁ ୨୭ ଟିକିଆ ହାତୀପଲ, ଜଙ୍ଗଲ ମଧ୍ୟକୁ ନଯିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ଦ୍ଦେଶ

କରଞ୍ଜିଆ (କେନ୍ୟୁଜ): ପୁଣି ବାହୁଡିଲେ ୨୭ ଟିକିଆ ହାତୀପଲ । ସକାଳୁ ସକାଳୁ କେନ୍ଦୁଝର ବୈତରଣୀ ନଦୀ ପାର ହେଇ…

36 mins ago

ନିର୍ବାଚନ ସରିବା ପରେ ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

1 hour ago

ଓଡ଼ିଶାକୁ ମିଳିପାରେ ନୂଆ ବାଚସ୍ପତି, ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ (କେନ୍ୟୁଜ): ଓଡ଼ିଶାକୁ ମିଳିପାରେ ବାଚସ୍ପତି ପଦବୀ । କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର ।…

2 hours ago