Below header

୨୦୧୯ରେ ଦେଶରେ ଅଧାରୁ ଅଧିକ ଫାଶୀ ଦଣ୍ଡାଦେଶ ଦୁଷ୍କର୍ମଜନିତ, ରାଜସ୍ଥାନରେ ସର୍ବାଧିକ

ନୂଆଦିଲ୍ଲୀ(କେନ୍ୟୁଜ୍): ଦେଶରେ ୨୦୧୯ରେ ଅଧାରୁ ଅଧିକ ଫାଶୀ ଦଣ୍ଡାଦେଶ ଦୁଷ୍କର୍ମଜନିତ । ୨୦୧୯ରେ ସମଗ୍ର ଦେଶର ବିଭିନ୍ନ କୋର୍ଟ ସର୍ବମୋଟ ୧୦୨ଟି ଫାଶୀ ଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି। ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବାବେଳେ ତ୍ରିପୁରାରେ ସର୍ବନିମ୍ନ।

rape୨୦୧୯ରେ ରାଜସ୍ଥାନରେ ସର୍ବାଧିକ ୧୩ ଜଣଙ୍କୁ ଫାଶୀ ଦଣ୍ଡ ମିଳିଥିବାବେଳେ ଉତ୍ତରପ୍ରଦେଶରେ ୧୨, ମଧ୍ୟପ୍ରଦେଶରେ ୧୧, କର୍ଣ୍ଣାଟକରେ ୧୦, ପଶ୍ଚିମବଙ୍ଗରେ ୮, ଝାଡ଼ଖଣ୍ଡରେ ୮, ବିହାରରେ ୭, ଓଡ଼ିଶାରେ ୭, କେରଳରେ ୫, ଆସାମରେ ୪, ତାମିଲନାଡୁରେ ୪ ଏବଂ ତ୍ରିପୁରାରେ ସର୍ବନିମ୍ନ ଜଣେ ଦୋଷୀକୁ ଫାଶୀ ଦଣ୍ଡାଦେଶ ମିଳିଛି।

orderତେବେ ବିଭିନ୍ନ କୋର୍ଟ ଶୁଣାଇଥିବା ସମୁଦାୟ ଫାଶୀ ଦଣ୍ଡ ମଧ୍ୟରୁ ଶତକଡ଼ା ୫୨.୯୪ ପ୍ରତିଶତ କେବଳ ଦୁଷ୍କର୍ମଜନିତ ବୋଲି ଜଣାଯାଇଛି।ସେହିଭଳି ୨୦୧୯ରେ ଘଟିଥିବା ହତ୍ୟାକାଣ୍ଡ ମଧ୍ୟରୁ ସର୍ବାଧିକ ଦୁଷ୍କର୍ମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ୨୦୧୯ରେ ଶତକଡ଼ା ୫୪ ପ୍ରତିଶତ ଦୁଷ୍କର୍ମଜନିତ ହତ୍ୟାକାଣ୍ଡ ଘଟିଥିବାବେଳେ ୨୮ ପ୍ରତିଶତ ସାଧାରଣ ହତ୍ୟାକାଣ୍ଡ, ୯ ପ୍ରତିଶତ ଆତଙ୍କଜନିତ ହତ୍ୟାକାଣ୍ଡ, ୬ ପ୍ରତିଶତ ଚୋରି ଓ ଡକାୟତି ଜନିତ ହତ୍ୟାକାଣ୍ଡ ଏବଂ ୫ ପ୍ରତିଶତ ଦଙ୍ଗାଜନିତ ହତ୍ୟାକାଣ୍ଡ ଘଟଣା ଘଟିଛି। ମୃତ୍ୟୁ ଦଣ୍ଡାଦେଶ ଓ ଦୁଷ୍କର୍ମଜନିତ ମୃତ୍ୟୁ ଦଣ୍ଡାଦେଶ ଅନୁପାତ ମଧ୍ୟ ସାରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.