ଦେଶ ବିଦେଶ

ଇଏ କୋଉଠି ଥିଲେ ଲୋ ମା ? ୩ ଫୁଟର ଗୁପ୍ତ କୋଠରୀରୁ ବାହାରିଲେ ୧୭ ଯୁବତୀ! ବାର୍ ସିଲ୍ କଲା ପୋଲିସ

ମୁମ୍ବାଇର ଅନ୍ଧେରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବାର୍‌ର ସିକ୍ରେଟ ରୁମ୍‌ରୁ ୧୭ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ବାସ୍ତବରେ, ଏହି ବାର୍‌ ଯୁବତୀମାନେ ଏଠାରେ ଥିବା ମେକଅପ୍ ରୁମ୍ ଭିତରେ ନିର୍ମିତ ଗୁପ୍ତ କୋଠରୀରେ ହିଁ ଲୁଚି ରହିଥିଲେ। ପୋଲିସକୁ ସେମାନଙ୍କୁ ଖୋଜିବା କରିବାରେ ୧୫ ଘଣ୍ଟା ସମୟ ଲାଗି ଯାଇଥିଲା, ଯେଉଁଠି ଝିଅମାନଙ୍କୁ ଲୁଚାଇ ରଖା ଯାଇଥିଲା। ଏଠାରେ ଖାଦ୍ୟପେୟ ଠାରୁ ଆରମ୍ଭ କରି ସମସ୍ତ ସୁବିଧା ଉପଲବ୍ଧ ଥିଲା।

ମୁମ୍ବାଇ ପୋଲିସର ସମାଜ ସେବା ଶାଖାର ଜଣେ ଅଧିକାରୀଙ୍କୁ ଏନଜିଓ ପକ୍ଷରୁ ଅଭିଯୋଗ ମିଳିଥିଲା କି, ବାରରେ କୋଭିଡ-୧୯ ନିୟମର ଉଲ୍ଲଂଘନ କରାଯାଉଛି। ବାରରେ ବହୁତ ଭିଡ଼ ଲାଗି ରହୁଛି ଏବଂ ଗ୍ରାହକମାନେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହି ଯୁବତୀମାନଙ୍କ ଯୋଗୁ ବାର୍‌ ପୂରା ରାତିସାରା ଖୋଲା ରହୁଥିବା ବେଳେ ସ୍ଥାନୀୟ ପୋଲିସ ପାଖରେ କିନ୍ତୁ ଏ ସମ୍ପର୍କରେ କୌଣସି ବି ସୂଚନା ନାହିଁ। ଅଭିଯୋଗକୁ ଭିତ୍ତି କରି ପୋଲିସ ଶନିବାର ବିଳମ୍ବିତ ରାତିରେ ବାର୍‌ ଉପରେ ଚଢ଼ାଉ କରିଥିଲା।

ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି ଚାଲିଥିଲା, ହେଲେ ସଫଳତା ମିଳି ନ ଥିଲା

ଯେତେବେଳେ ପୋଲିସ ବାର୍‌ ଉପରେ ଚଢ଼ାଉ କରିଥିଲା, ତ ବାରରେ କୌଣସି ବି ଯୁବତୀ ପୋଲିସକୁ ମିଳି ନ ଥିଲେ। ଏହାପରେ ପୋଲିସ ବାର୍‌ର ବାଥରୁମ, ଷ୍ଟୋରେଜ ରୁମ, ରୋଷେଇ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଖୋଜାଖୋଜି କରିଥିଲା, ତଥାପି କେଉଁଠାରୁ ବି ଯୁବତୀମାନଙ୍କର ସନ୍ଧାନ ମିଳି ପାରି ନ ଥିଲା। ଅନେକ ଘଣ୍ଟା ଧରି ପୋଲିସ ବାର୍ କର୍ମଚାରୀମାନଙ୍କୁ ପଚରା ଉଚରା ମଧ୍ୟ ଜାରି ରଖିଥିଲା, ସେମାନେ କହିଥିଲେ କି, ଏଠାରେ କୌଣସି ବାର୍‌ ଯୁବତୀ ନାହାନ୍ତି।

ସକାଳ ହେବା ମାତ୍ରେ ସମାଜ ସେବା ଶାଖାର ଡିସିପି ଘଟଣାସ୍ଥଳରେ ପହଞ୍ଚିଥିଲେ। ରବିବାର ସକାଳେ ପୁଣି ଥରେ ବାରରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ମେକ୍ଅପ ରୁମ୍‌ରେ ପୋଲିସକୁ ସନ୍ଦେହଜନକ ଅବସ୍ଥାରେ ଏକ ଦର୍ପଣ ମିଳିଥିଲା। ଏହାପରେ ପୋଲିସ କାଳ ବିଳମ୍ବ ନ କରି ହାତୁଡ଼ିରେ କାଚ ଭାଙ୍ଗିବା ଆରମ୍ଭ କରିଥିଲା। ଏହା ପଛପଟେ ଏକ କବାଟ ଥିଲା, ଯାହାକୁ ରିମୋଟ୍‌ରେ କଣ୍ଟ୍ରୋଲ କରାଯାଉଥିଲା।

ଯେତେବେଳେ ପୋଲିସ ଏହାକୁ କୌଣସି ପ୍ରକାରେ ଖୋଲିଥିଲା, ଭିତରୁ ଜଣଙ୍କ ପରେ ଜଣେ ଯୁବତୀଙ୍କୁ ବାହାରକୁ ଅଣା ଯାଇଥିଲା। ବର୍ତ୍ତମାନ ପୋଲିସ ସିକ୍ରେଟ ରୁମ୍‌ର ରିମୋଟ କଣ୍ଟ୍ରୋଲର ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଛି। ଏଥି ସହିତ ଘଟଣା ସହ ସମ୍ପୃକ୍ତ ୨୦ ଜଣଙ୍କ ବିରୋଧରେ ପ୍ରାଥମିକ ମାମଲା ରୁଜୁ କରିଛି ଏବଂ ବାର୍‌କୁ ସିଲ୍‌ କରି ଦିଆଯାଇଛି।

Roshni

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

11 seconds ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

35 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

42 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

58 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago