ଦେଶ ବିଦେଶ

ଟ୍ରାଫିକରେ ଚାଲାଣ କଟିଲେ ବି ଦେବାକୁ ପଡିବନି ଟଙ୍କା, ଆସିଲା ନୂଆ ନିୟମ

ଯଦି ଆପଣ ଗାଡି ଚଲାଉଛନ୍ତି ତାହେଲେ ଆପଣ ନିହାତି ଭାବେ ସମସ୍ତ ଟ୍ରାଫିକ ନିୟମ ବିଷୟରେ ଜାଣିବା ଉଚିତ। ପେଟ୍ରୋଲ ଡିଜେଲର ଦର ବୃଦ୍ଧି କାରଣରୁ ଗାଡି ଚଲାଇବା ପୂର୍ବ ଅପେକ୍ଷା ଏବେ ଅଧିକ ମୁସକିଲ ହୋଇଯାଇଛି। ଏମିତିରେ ଯଦି ଚାଲାଣ କାଟିଯାଏ ତାହେଲେ ବୋଝ ଉପରେ ନଳିତା ବିଡା ଭଳି ହୋଇଯିବ। ଏପଟେ ଚାଲାଣ ପଇସା ଦେଲେ ସେପଟେ ଘର ଖର୍ଚ୍ଚ କମିଯାଏ। ତେଣୁ ଏମିିତିରେ ଯଦି ଆପଣଙ୍କର ମଧ୍ୟ ଟ୍ରାଫିକ ଚାଲାଣ କଟିଛି ତାହେଲେ ବ୍ୟସ୍ତ ହେବା ଦରକାର ନାହିଁ। ଆମେ ଆପଣଙ୍କୁ ଏମିତି ନିୟମର ସୂଚନା ଦେବୁ ଯାହାଦ୍ୱାରା ଯଦି ବି ଆପଣଙ୍କର ଚାଲାଣ କଟି ବି ଗଲା ତାହେଲେ ଟଙ୍କା ଭରିବାକୁ ଆବଶ୍ୟକ ପଡିବନାହିଁ।

ଆଇନ୍‌ ଅନୁଯାୟୀ ଯଦି ଟ୍ରାଫିକ ପୋଲିସ ଯଦି ଆପଣଙ୍କର ଭୁଲ ତରିକାରେ ଚାଲାଣ କାଟିଥାଏ ତାହେଲେ ଆପଣଙ୍କୁ ଚାଲାଣ ଭରିବାକୁ ପଡିବନାହିଁ। ଟ୍ରାଫିକ ପୋଲିସର ଚାଲାଣ କୋର୍ଟର ଆଦେଶ ନୁହେଁ। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇପାରେ। ଏମିତିରେ ଯଦି ଟ୍ରାଫିକ ପୋଲିସ ଆପଣଙ୍କର ଭୁଲ ତରିକାରେ ଚାଲାଣ କାଟିଥାଏ ତାହେଲେ ତାଙ୍କ ସହିତ ଯୁକ୍ତି କରନ୍ତୁନାହିଁ କିନ୍ତୁ ପରେ କୋର୍ଟରେ ଯାଇ ତାଙ୍କୁ ଏହାର ଜବାବ ଦେଇ ଆପଣ ଚାଲାଣରୁ ଭରିବା ଠାରୁ ରକ୍ଷା ପାଇପାରିବେ। କିନ୍ତୁ ଆପଣଙ୍କୁ ସବୁବେଳେ ଟ୍ରାଫିକ ନିୟମର ପାଳନ କରିବା ଉଚିତ କିନ୍ତୁ ଯଦି ଆପଣଙ୍କ ସହିତ ଅନ୍ୟାୟ ହେଉଛି ତାହେଲେ ସେହି ସ୍ଥିତିରେ କେମିତି ବାହାରିବେ ତା ବିଷୟରେ ଆପଣଙ୍କୁ ପୂର୍ବରୁ ସୂଚନା ଥିବା ଦରକାର। ତାହେଲେ ଯାଇ ଆପଣ ସେଠାରୁ କ୍ଷତି ନସହି ଆସିପାରିବେ।

ଡିଜି ଲକର ତଥା ଏମ ପରିବହନ

  1. ଡିଜି ଲକର ତଥା ଏମ ପରିବହନ ମାଧ୍ୟମରେ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ଭଳି ପଞ୍ଜୀକରଣ ପ୍ରମାଣ ପତ୍ରକୁ ଷ୍ଟୋର କରିପାରିବେ। ଏଥିରେ ରଖିବା ଦ୍ୱାରା ଆପଣଙ୍କୁ ଆଉ କୌଣସି ଡକ୍ୟୁମେଣ୍ଟର ଅରିଜିନାଲ ସାର୍ଟିଫିକେଟ ଧରି ବୁଲିବାକୁ ପଡିବନାହିଁ। ଯଦି ଟ୍ରାଫିକ ପୋଲିସ ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ଅନ୍ୟ କାଗଜପତ୍ର ମାଗନ୍ତି ତାହେଲେ ଚାଳକ ସାର୍ଟିଫିକେଟର ଡୁପ୍ଲିକେଟ କପି ଦେଖାଇପାରିବେ।
  2. ନୂଆ ଟ୍ରାଫିକ ନିୟମ ଅନ୍ତର୍ଗତ ଦସ୍ତାବିଜର ଅରିଜିନାଲ କପିକୁ ଧରି ବୁଲିବା ଆଉ ଦରକାର ନାହିଁ। ଯଦି ଟ୍ରାଫିକ ପୋଲିସ ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ଅନ୍ୟ କାଗତପତ୍ର ଦାବି କରନ୍ତି ତାହେଲେ ଆପଣ ତାଙ୍କୁ ସଫ୍ଟ କପି ଦେଖାଇପାରିବେ।
  3. ଯଦି ଟ୍ରାଫିକ ଅଧିକାରୀ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରିବାକୁ ଚାହାଁନ୍ତି ତାହେଲେ ସେ େଓ୍ଵବ ପୋର୍ଟାଲ ମାଧ୍ୟମରେ ଡିଏଲକୁ ରଦ୍ଦ କରିପାରିବେ।
  4. ନୂଆ ମୋଟର ବାହନ ଅଧିନିୟମ ଅନୁଯାୟୀ ଚାଳକଙ୍କ ବ୍ୟବହାର ମଧ୍ୟ ଦେଖାଯିବ ଏବଂ ପୋଲିସ ଅଧିକାରୀଙ୍କ ପରିଚୟ ପତ୍ର ବି ପୋର୍ଟାଲରେ ଅପଡେଟ କରାଯିବ।
  5. ଯେତେବେଳେ ବି କୌଣସି ବାହନ କିମ୍ବା ଚାଳକଙ୍କର ନିରିକ୍ଷଣ କରାଯିବ ସେତେବେଳେ ଏହାର ବିବରଣୀ ପୋର୍ଟାଲରେ ଅପଲୋଡ କରାଯିବ।
    ଟ୍ରାଫିକ ନିୟମକୁ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପାଇଁ ଇ-ଚାଲାଣ ଜାରି କରାଯିବ।

 

Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

4 seconds ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

9 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

44 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

51 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago