୨୧ ବର୍ଷ ପ୍ରତୀକ୍ଷାର ଅନ୍ତ : ବ୍ରହ୍ମପୁତ୍ର ନଦୀରେ ଦେଶର ଦୀର୍ଘତମ ପୋଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଉଦଘାଟିତ ହୋଇଛି ଦେଶର ଦୀର୍ଘତମ ବ୍ରିଜ୍‌ । ବ୍ରହ୍ମପୁତ୍ର ନଦୀ ଉପରେ ଦେଶର ସବୁଠୁ ଲମ୍ବା ଡବଲ୍‌ ଡେକର୍‌ ରେଳ-ରୋଡ୍‌ ବ୍ରିଜ୍‌କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଆସାମ ଦିବ୍ରୁଗଡ଼ ନିକଟ ବୋଗିବିଲ୍‌ରେ ତିଆରି ଏହି ବ୍ରିଜ୍‌ର ଲମ୍ବ ୪.୯୪ କିଲୋମିଟର ।

୫ ହଜାର ୯ଶହ କୋଟି ଟଙ୍କାରେ ନିର୍ମିତ ଏହି ବ୍ରିଜ୍‌ର ତଳ ପାଖରେ ଦୁଇ ଲାଇନ ବିଶିଷ୍ଟ ରେଳପଥ, ଉପରେ ତିନି ଲେନ୍‌ ବିଶିଷ୍ଟ ସଡ଼କ ପଥ । ଏହି ରାସ୍ତାରେ ଭାରି ଟ୍ୟାଙ୍କ ମଧ୍ୟ ଚଳାଚଳ କରି ପାରିବ । ୭. ୦ ତୀବ୍ରତାରେ ଭୂକମ୍ପ ଆସିଲେ ମଧ୍ୟ ବ୍ରିଜ୍‌ର କୌଣସି କ୍ଷତି ହେବ ନାହିଁ । ବ୍ରିଜ୍‌ ଯୋଗୁ ଆସାମ-ଅରୁଣାଚଳ ପ୍ରଦେଶ ମଧ୍ୟରେ ଯାତ୍ରା ସମୟ କମିଯିବ ।

ଆସାମର ଦିବ୍ରୁଗଡ଼ ଓ ଅରୁଣାଚଳ ପ୍ରଦେଶର ଧିମାଜୀ ମଧ୍ୟରେ ଦୂରତା ୪ ଶହ କିଲୋମିଟର କମିଯାଇଛି । ଦେଶର ସୁରକ୍ଷା ରଣନୀତି ଦୃଷ୍ଟିରୁ ବ୍ରିଜ୍‌ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପଟେ ଚୀନ ସହ ଲାଗିଥିବା ରାଜ୍ୟ ଅରୁଣାଚଳ ପ୍ରଦେଶ ରହିଛି । ବର୍ତ୍ତମାନ ବିନା କୌଣସି ବାଧାରେ ଭାରତୀୟ ସେନା ନିଜ ସାମଗ୍ରୀ ଧରି ସୀମାବର୍ତ୍ତୀ ଅଞ୍ଚଳରେ ପହଞ୍ଚି ପାରିବ। ୧୯୯୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଏଚ୍‌.ଡି.ଦେବେଗୌଡ଼ା । ଅଟଳ ବିହାରୀଙ୍କ ସମୟରେ ଏପ୍ରିଲ ୨୦୦୨ରେ କାମ ଆରମ୍ଭ ହୋଇଥିଲା । ଏବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

8 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

10 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

16 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

25 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

25 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

43 mins ago