ପ୍ରାୟ ୫୦ ବର୍ଷ ପରେ ଚନ୍ଦ୍ରକୁ ଯିବେ ମହାକାଶଚାରୀ । ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ନାସା ସୋମବାର ଚାରି ଜଣ ସଦସ୍ୟଙ୍କୁ ଚନ୍ଦ୍ରକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ୪ ମହାକାଶଚାରୀଙ୍କ ନାଁ ଘୋଷଣା କରିଛି ନାସା । ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋକ୍, ରିଡ୍ ୱାଇସ ମ୍ୟାନ୍ ଓ ଜେରେମି ହାନ୍ସେନ । ଏଥିରୁ ତିନି ଜଣ ଆମେରିକା ନାସାର ମହାକାଶଚାରୀ ଥିବା ବେଳେ ଜେରେମି କାନାଡା ସ୍ପେସ୍ ଏଜେନ୍ସୀର ମହାକାଶଚାରୀ ।
ଦୁଇ ବର୍ଷ ଭିତରେ ଆର୍ଟିମିସ-ଟୁ ମିଶନରେ, ୧୦ ଦିନିଆ ଅଭିଯାନରେ ଏମାନେ ଚନ୍ଦ୍ର ପରିକ୍ରମା କରି ପୃଥିବୀ ଫେରିବେ । ମିଶନର କମାଣ୍ଡର ରହିବେ ରିଡ୍ ୱାଇଜମ୍ୟାନ, ପାଇଲଟ ରହିବେ ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋକ୍ ଓ ଜେରେମି ହାନ୍ସେନ ରହିବେ ମିଶନ ସ୍ପେସାଲିଷ୍ଟ । ନାସା ୧୯୬୮ ରୁ ୧୯୭୨ ପର୍ଯ୍ୟନ୍ତ ଆପୋଲୋ କାର୍ଯ୍ୟକ୍ରମ ଅଧୀନରେ ୨୪ ଜଣ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇଥିଲା। ସେଥିମଧ୍ୟରୁ ୧୨ ଜଣ ଚନ୍ଦ୍ରରେ ଅବତରଣ କରିଥିଲେ। ଆପୋଲୋ ୧୭ ଶେଷ ମିଶନ୍ ଥିଲା । ୧୯୭୨ରେ ଶେଷ ଥର ନାସାର ଆପୋଲ ମିଶନରେ ମହାକାଶଚାରୀ ଚନ୍ଦ୍ର ଯାଇଥିଲେ ।
୫୦ ବର୍ଷ ପରେ ଗତ ବର୍ଷ ନଭେମ୍ବର ୧୬ରେ ଆର୍ଟିମିସ-୧ ମିଶନରେ ଚନ୍ଦ୍ରକୁ ମହାକାଶ ଯାନ ପଠାଇଥିଲା ନାସା । ଯାହା ମାନବବିହୀନ ଯାନ ଥିଲା । ଆର୍ଟିମ ୨ରେ ମହାକାଶଚାରୀ, ଚନ୍ଦ୍ର ପରିକ୍ରମା କରି ଫେରିବେ । ଏହାପରେ ଆର୍ଟିମିସ-୩ ମିଶନରେ, ଚନ୍ଦ୍ରରେ ଓହ୍ଲାଇବେ ମହାକାଶଚାରୀ । ଆପୋଲ ପରେ ଆର୍ଟିମିସ ନାସାର ବଡ଼ ମହାକାଶ ଅଭିଯାନ । ଉଦ୍ଦେଶ୍ୟ, ଭବିଷ୍ୟତରେ ମହାକାଶ ଗବେଷଣା ପାଇଁ ଚନ୍ଦ୍ରରେ ଏକ ବେସ୍ କ୍ୟାମ୍ପ ପ୍ରତିଷ୍ଠା କରିବା ।
ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…
ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…
ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…
କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…
ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…
କେନ୍ଦ୍ରାପଡ଼ା (କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…