ଦେଶ ବିଦେଶ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ : ଖାଇବାକୁ ଘରୁ ବାହାରିଥିଲେ ହେଲେ ଖାଦ୍ୟ ମିଳିଲାନି, ଗୁଳି ଖାଇଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ : ବର୍ତ୍ତମାନର ଯୁଦ୍ଧରେ ୟୁକ୍ରେନ୍‌ରେ ମୃତ୍ୟୁ ଘଟିଥିବା ପ୍ରଥମ ଭାରତୀୟ ହେଉଛନ୍ତି ନବୀନ ଗୌଡ଼ା । ଯାହାକୁ ନେଇ ସାରା ଭାରତରେ ଏବେ ଶୋକର ଛାୟା ଖେଳି ଯାଇଛି । ଭାରତ ସରକାର ଯଦିଓ ଅନେକ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିଲେଣି ତଥାପି ଆହୁରି ତିନି ହଜାର ଭାରତୀୟ ୟୁକେନ୍‌ର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ସୂଚନା ମିଳିଛି । ତେବେ ନବୀନଙ୍କ ମୃତ୍ୟୁ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ଅନେକ ସ୍ଥାନରେ ଭାରତୀୟ ଛାତ୍ର ଛାତ୍ରୀମାନେ ବଙ୍କରରେ ଲୁଚି ରହିଛନ୍ତି । ସେହିପରି ନବୀନ ଖରକିବରେ ରହୁଥିଲେ । ସେ ଘରେ ଥିଲେ । କିନ୍ତୁ ଭୋକିଲା ଥିଲେ । ସେ ଖାଇବା ପାଇଁ ଯେତେବେଳେ ବାହାରକୁ ବାହାରିଲେ ସେତେବେଳେ ଗୁଳି ଆସି ବାଜିଲା ତାଙ୍କ ଦେହରେ । ଆଉ ସେଇଠି ଟଳି ପଡ଼ିଲେ ଏହି ଭାରତୀୟ ଛାତ୍ର । ନବୀନ ଡାକ୍ତରୀ ପଢ଼ିବା ପାଇଁ ୟୁକ୍ରେନ୍‌ର ଖାରକିବରେ ରହୁଥିଲେ । ତାଙ୍କ ଘର କର୍ଣ୍ଣାଟକର ହାଭେରି ଜିଲ୍ଲାର ରାନିବେନୁର ଠାରେ । ସେ ଖାରକିଭ ସ୍ଥିତ ନେସନାଲ ମେଡିକାଲ ୟୁନିଭରସିଟିର ଶେଷ ବର୍ଷ ଛାତ୍ର ଥିଲେ ।

ନବୀନଙ୍କ ମୃତ୍ୟୁରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି କର୍ଣ୍ଣାଟକ ସରକର ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ନବୀନଙ୍କ ବାପା ଶେଖର ଗୌଡ଼ାଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି । ନବୀନଙ୍କ ପାର୍ଥିବ ଶରୀରକୁ କିଭଳି ଭାରତ ଅଣାଯିବ ସେ ନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ।

ଅନ୍ୟପକ୍ଷରେ ନବୀନଙ୍କ ପରିବାର ଲୋକଙ୍କ ଅଭିଯୋଗ ହେଉଛି ଖାରକିବରେ ଫସିଥିବା ଭାରତୀୟ ଛାତ୍ରମାନଙ୍କ ସହ ୟୁକ୍ରେନ୍‌ ସ୍ଥିତ ଭାରତୀୟ ଦୂତାବାସ ଆଦୌ ଯୋଗାଯୋଗ କରିନାହିଁ । ଏହି ଯୁଦ୍ଧ ସ୍ଥିତିରେ ନବୀନ ପ୍ରତିଦିନ ଦୁଇ ତିନିଥର ଫୋନ୍‌ କରି ପରିବାର ଲୋକଙ୍କ ସହ କଥା ହେଉଥିଲେ । ଘଟଣା ଦିନ ସକାଳେ ମଧ୍ୟ ସେ ଫୋନ୍‌ କରିଥିଲେ ବୋଲି ତାଙ୍କ ବାପା ଶେଖର କହିଛନ୍ତି ।

ତେବେ ଏହି ଘଟଣା ପରେ କେବଳ ଭାରତୀୟ ନୁହନ୍ତି ଅନ୍ୟ ଦେଶର ନାଗରିକ ମଧ୍ୟ ୟୁକ୍ରେନ୍‌ରେ ସୁରକ୍ଷିତ ନୁହନ୍ତି ବୋଲି ସ୍ପଷ୍ଟ ହୋଇଛି ।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…

5 hours ago

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

6 hours ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

8 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

9 hours ago

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…

9 hours ago

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

9 hours ago