ଉତ୍ତର ପ୍ରଦେଶର ହାଥରସ୍ରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ସପ୍ତାହେ ପୂରିନଥିବା ବେଳେ ଏବେ ପୁଣିଥରେ ଲକ୍ଷ୍ନୌରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି। ଲକ୍ଷ୍ନୌରେ ଜଣେ ୨୨ ବର୍ଷୀୟା ବିବାହିତା ନେପାଳୀ ମହିଳା ବାରମ୍ବାର ନିଜ ପରିଚିତ ଲୋକଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ତାଙ୍କ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଥିଲା। ନିଜ ସହ ହୋଇଥିବା ଏହି ଶୋଷଣର ଅଭିଯୋଗ କରିବାକୁ ମହିଳାଙ୍କୁ ଟ୍ୟାକ୍ସି କରି ୯୦୦ କିଲୋମିଟର ନାଗପୁର ଯିବାକୁ ପଡ଼ିଛି।
ଅଭିଯୁକ୍ତ ପ୍ରବୀଣ ଯାଦବ ସ୍ଥାନୀୟ ପୋଲିସ ଅଫିସରଙ୍କ ସମ୍ପର୍କୀୟ ହୋଇଥିବାରୁ ପୀଡ଼ିତା ନାଗପୁରରେ ରହୁଥିବା ଜଣେ ନେପାଳୀ ବନ୍ଧୁଙ୍କ ପାଖକୁ ଯିବାକୁ ଉଚିତ ମଣିଥିଲେ। ମହିଳାଙ୍କ ଅନୁସାରେ ଯାଦବ ଲକ୍ଡାଉନ୍ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତା’ପରେ ଯୌନ ଶୋଷଣ ଆରମ୍ଭ ହୋଇଯାଇଥିଲା।
ଯାଦବ ପୀଡ଼ିତାଙ୍କ ଭିଡିଓ ତିଆରି କରି ତାହାକୁ ଭାଇରାଲ କରିବାକୁ ଧମକ ଦେଇ ଶାରୀରିକ ସମ୍ପର୍କ ରଖୁଥିଲା। କିନ୍ତୁ ପୀଡ଼ିତାକୁ ହଇରାଣ କରିବାକୁ ସେ ଉକ୍ତ ଭିଡିଓକୁ ପୀଡ଼ିତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲା। ଏଥିସହ ତାହାର ପାସଓ୍ଵାର୍ଡ ବି ବଦଳାଇ ଦେଇଥିଲା। ଫଳରେ ସେ ଉକ୍ତ ଭିଡିଓକୁ ଡିଲିଟ୍ କରିପାରିନଥିଲେ। ଉକ୍ତ ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାର ସ୍ୱାମୀ ଓ ପରିବାର ଲୋକେ ଏନେଇ ଜାଣିବାକୁ ପାଇଥିଲେ। ଶେଷରେ କିଛି ଉପାୟ ନ ପାଇ ପୀଡ଼ିତା ପୋଲିସରେ ଅଭିଯୋଗ କରିବାକୁ ୯୦୦ କିଲୋମିଟର ଟ୍ୟାକ୍ସିରେ ଯାଇ ନାଗପୁରରେ ପୋଲିସରେ ଅଭିଯୋଗ କରିଛନ୍ତି। ମାତ୍ର ଏହି ଅପରାଧ ଲକ୍ଷ୍ନୌରେ ହୋଇଥିବାରୁ ନାଗପୁର ଏସ୍ପି ଅମିତେଶ କୁମାର ମାମଲାକୁ ଲକ୍ଷ୍ନୌ ଟ୍ରାନ୍ସଫର କରିଛନ୍ତି।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…