ପୁଣି ଫେରିଲା ଲକଡାଉନ। ଗୋଟିଏ କରୋନା କେସ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡକୁ ୩ ଦିନ ପାଇଁ ଲକଡାଉନ କରାଯାଇଛି। ଛଅ ମାସ ପରେ ନ୍ୟୁଜିଲାଣ୍ଡରେ କରୋନା କେସ୍ ଚିହ୍ନଟ ହୋଇଛି। ଅକଲ୍ୟାଣ୍ଡରେ ବାହାରିଛି ଡେଲ୍ଟା ଭାରିଏଣ୍ଟ। ଏଣୁ ମଙ୍ଗଳବାର ରାତିରୁ ୩ ଦିନ ପାଇଁ ଲକଡାଉନ ଲାଗୁ ହୋଇଛି। ଏଥିସହ ଅକଲ୍ଯାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ ସପ୍ତାହ କଟକଣା ଲାଗିବ। ଅକଲାଣ୍ଡରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ଟେଷ୍ଟିଂ ଓ ଟ୍ରେସିଂକୁ ଜୋରଦାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ଘୋଷଣା କରିଛନ୍ତି। ତେବେ ଟେଷ୍ଟିଙ୍ଗ ପରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
କରୋନା ଲକଡାଉନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ନ୍ୟୁଜିଲାଣ୍ଡରେ ଦୀର୍ଘ ୬ ମାସ ହେଲା କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇନଥିଲେ । ଏବେ ଜଣଙ୍କ ଶରୀରରୁ ଭାଇରସ ଚିହ୍ନଟ ହୋଇଛି । ବିପଦପୂର୍ଣ୍ଣ ଡେଲ୍ଟା ଷ୍ଟ୍ରେନ ପାଇଁ କୌଣସି ପ୍ରକାରର ରିସ୍କ ନେଇପାରିବୁ ନାହିଁ । ଡେଲ୍ଟା ଷ୍ଟ୍ରେନ କ’ଣ କରିପାରେ, ସେକଥା ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖିଛୁ । ଠିକଣା ସମୟରେ ଏହାକୁ ରୋକା ନ ଗଲେ ପରିସ୍ଥିତି ବିଗିଡ଼ି ଯିବାର ଆଶଙ୍କା ରହିଛି । ନ୍ୟୁଜିଲାଣ୍ଡରେ କରୋନା ଆରମ୍ଭରୁ ସଂକ୍ରମଣ ସେତେଟା ବ୍ଯାପିନାହିଁ । ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ଯୋଗୁ ୨୬ ଜଣଙ୍କ ମୃତ୍ୟୁ ଘଟିଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…