ଦେଶ ବିଦେଶ

ଇଞ୍ଜେକସନ୍‌ ରୂପେ ନୁହେଁ ଏବେ କ୍ୟାପ୍‌ସୁଲ ଭାବେ ମିଳିବ କରୋନା ଟିକା, ଇସ୍ରାଇଲ୍‌ କମ୍ପାନୀ ଆରମ୍ଭ କରୁଛି ମାନବ ପରୀକ୍ଷଣ

ଆଉ ଇଞ୍ଜେକସନ୍‌ ରୂପେ ନୁହେଁ, ଏବେ ବଟିକା ଭାବେ ମିଳିବ କରୋନା ଟିକା। ଇସ୍ରାଇଲର ଏକ କମ୍ପାନୀ ବଟିକା ବା କ୍ୟାପ୍‌ସୁଲ ଭାବେ କରୋନା ଟିକା ଦେବାକୁ ଯୋଜନା କରିଛି। ରିପୋର୍ଟ ମୁତାବକ, ତେଲ ଅବିବଠାରେ Oramed ନାମକ ଔଷଧ ନିର୍ମାତା କମ୍ପାନୀ ଓରାଲ କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌ର ମାନବ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି। ଏହା ଉପଲବ୍ଧ ହେବା ପରେ ଲୋକଙ୍କୁ ଆଉ ଇଞ୍ଜେକସନ୍‌ ନେବାର ଆବଶ୍ୟକତା ପଡ଼ିବ ନାହିଁ।

ଇସ୍ରାଇଲର ଔଷଧ ନିର୍ମାତା କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିଙ୍ଗଲ ଡୋଜ୍‌ଯୁକ୍ତ ସମ୍ଭାବିତ ଭ୍ୟାକ୍‌ସିନ୍‌ର ବିକାଶ ଭାରତର ପ୍ରେମାସ ବାୟୋଟିକ୍‌ କରୁଛି। ଏ ନେଇ ମାର୍ଚ୍ଚ ମାସରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଟିକାର ପରୀକ୍ଷଣ ଘୁଷୁରୀଙ୍କ ଉପରେ ସଫଳ ଭାବେ ହୋଇଛି। ଏହାକୁ ଖୁବ୍‌ଶୀଘ୍ର ମାନବଙ୍କ ଉପରେ ପରୀକ୍ଷଣ କରାଯିବ।

ସୂଚନାଯୋଗ୍ୟ ସେ ଭାରତରେ କୋଭିସିଲ୍ଡ, କୋଭାକ୍ସିନ୍‌, ଫାଇଜର, ସ୍ପୁଟନିକ୍‌ ଭି ଆଦି ଟିକା ଦିଆଯାଉଛି। ଏହା ଦ୍ୱାରା ପାଖାପାଖି ୭୦ ପ୍ରତିଶତ ଲୋକ ଲାଭବାନ୍‌ ବି ହୋଇସାରିଲେଣି। ଏଣୁ ଆଗକୁ ଯଦି ଇଞ୍ଜେକସନ୍‌ ବଦଳରେ ବଟିକା ଆସେ ତେବେ କରୋନା ବିପକ୍ଷରେ ଲଢ଼େଇ ଜୋରଦାର ହୋଇପାରିବ। ଖାସ୍‌ କରି ଛୋଟ ପିଲାମାନେ ଇଞ୍ଜେକସନ୍‌କୁ ଡରୁଥିବାରୁ ସେମାନଙ୍କ ପାଇଁ ଏହା ଅଧିକ ଫଳପ୍ରଦ ସାବ୍ୟସ୍ତ ହେବ।

WCW 11

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

7 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

9 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

10 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

10 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

10 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

10 hours ago