ରାଜ୍ୟ

ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର କଳାକୃତି କରି ଏବେ ଚର୍ଚ୍ଚାରେ ସୁଜାସ୍ମିତା

ପିପିଲି(କେନ୍ଯୁଜ୍): ଆମ ଚାରି ପାର୍ଶ୍ୱରେ ଏମିତି କିଛି ବ୍ଯକ୍ତିତ୍ୱ ରହିଛନ୍ତି ଯେଉଁମାନେ କି ସେମାନଙ୍କର ନିଜସ୍ୱ ଉଦ୍ୟମରେ ଏପରି କିଛି କରି ଦେଖାନ୍ତି ଯାହା ଆମ ପାଇଁ ଗର୍ବ ପାଲଟିଥାଏ । ଏମିତି ଜଣେ ବ୍ଯକ୍ତିତ୍ବ ହେଉଛନ୍ତି , ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଂଚଳର ସୁଜାସ୍ମିତା ତିଓ୍ୱାରୀ। ଯିିଏ ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର କଳାକୃତି କରି ଏବେ ଚର୍ଚ୍ଚାରେ । ପିଲାଟି ବେଳରୁ ପୁରୁଣା ଜିନିଷରେ କଳାକୃତି ତିଆରି କରିବା ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ସେଥିପାଇଁ ସେ ଅନେକ ଯୁବତୀ ଏବଂ ମହିଳାମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ଏହି କାର୍ଯ୍ଯ ଉପରେ ଶିକ୍ଷା ଦେଉଛନ୍ତି ।

ପୁରୁଣା ଜିନିଷରେ କଳାକୃତି ତିଆରି କରିବାର ଶିକ୍ଷାଗ୍ରହଣ କରିବା ପାଇଁ ସରକାରୀ ଯୋଜନା ଠାରୁ ବହୁ ଦୂରରେ ରହି ସେ ନିଜସ୍ୱ ଉଦ୍ୟମରେ ନିଜ ଘରେ ଏକ ପ୍ରତିଷ୍ଠାନ ଟିଏ ତିଆରି କରିଛନ୍ତି । ଖାଲି ସେତିକି ନୁହେଁ ବାଲିପାଟଣା ଅଂଚଳର ପାଂଚ ଶହରୁ ଅଧିକ ଯୁବତୀ ଏବଂ ମହିଳାମାନଙ୍କୁ ସେ ଏଥିରେ ସାମିଲ କରି ଶିକ୍ଷାପ୍ରଦାନ କରିଛନ୍ତି ।

ଏଠାରେ ଯୁବତୀମାନେ ପୁରୁଣା କପଡ଼ା ଏବଂ ଅବ୍ଯବହୃତ ପ୍ଲାଷ୍ଟିକରେ ପାପୋଛ ବିଭିନ୍ନ ପ୍ରକାରର ପୋଷାକ, ସ୍ୱେଟର, ଛୋଟ ବଡ଼ ଟୟ, ଆଇସକ୍ରିମ କାଠିରେ ଫୁଲଦାନି, ଚାନ୍ଦୁଆ ତିଆରି କରିବା ସହ ଚିତ୍ରାଳୟର ବିଭିନ୍ନ ପୋଷାକ ତିଆରି କରିଥାନ୍ତି । ବଜାରରୁ ବିଭିନ୍ନ ଷ୍ଟୋନ, ମାଳି ଆଦି ସଂଗ୍ରହ କରି ସେସବୁକୁ ଲଗାଇ ପୁରୁଣା ଜିନିଷକୁ ଆହୁରି ସୁନ୍ଦର କରିଥାନ୍ତି । ଏଠାରେ ଯେଉଁମାନେ ତାଲିମ୍ ଗ୍ରହଣ କରୁଛନ୍ତି ସେମାନଙ୍କ ଭିତରୁ କିଛି ଶିକ୍ଷାର୍ଥୀ ଭବିଷ୍ଯତରେ ଜଣେ ଜଣେ ଫ୍ଯାସନ ଡ଼ିଜାଇନର ହେବେ ବୋଲି ମଧ୍ଯ ଆଶା ରଖିଛନ୍ତି ।

ଅଦରକାରୀ ଜିନିଷରେ ତିଆରି ହେଉଥିବା ଏହି କଳାକୃତିକୁ ଯଦି ସରକାରୀ ସ୍ତରରେ କିଛି ପ୍ରତ୍ସାହନ ମିଳନ୍ତା, ତେବେ ଏହି କଳାର ବିକାଶ ହେବା ସହିତ, ଏଥିରୁ ଅନେକ ଲୋକ ଉପକ୍ରୁତ ହୋଇପାରନ୍ତେ ।

Sonalisa

Recent Posts

କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ, ୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି (କେନ୍ୟୁଜ): କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କେନ୍ଦୁପତ୍ର । ମାଲକାନଗିରି ଜିଲ୍ଲା ଏମଭି-୩…

2 mins ago

କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପ୍ରଶାନ୍ତ ଜଗଦ୍ଦେବ

କଟକ (କେନ୍ୟୁଜ): କଟକ ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ ତାଙ୍କୁ…

26 mins ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ); କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଚାଲିଛି ଅଙ୍କକଷା । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ…

44 mins ago

ଦେଖୁ ଦେଖୁ ଆଖି ପିଛୁଳାକେ ଲାଗିଗଲା ନିଆଁ, ହେଲେ କେମିତି?

ବାସୁଦେବପୁର(କେନ୍ୟୁଜ): ବାପ୍ ରେ ବାପ୍ କି ଧୂଆଁ । ଏ କି ଭୟଙ୍କର ଦୃଶ୍ୟ । ବିଚ୍ ରାସ୍ତାରେ ପୁଣି ଆମ୍ବୁଲାନ୍ସଟି…

1 hour ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି, ଗାଡ଼ିରେ ଭର୍ତ୍ତି ପୂର୍ବରୁ ଜାଣିନିଅନ୍ତୁ ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୮୯ ପଇସା ରହିଛି ।…

1 hour ago

ସବୁଦିନ ପରିବର୍ତ୍ତନ ହେଉଛି ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ବଜାରରେ ମୂଲ୍ୟ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

2 hours ago