Below header

ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର କଳାକୃତି କରି ଏବେ ଚର୍ଚ୍ଚାରେ ସୁଜାସ୍ମିତା

ପିପିଲି(କେନ୍ଯୁଜ୍): ଆମ ଚାରି ପାର୍ଶ୍ୱରେ ଏମିତି କିଛି ବ୍ଯକ୍ତିତ୍ୱ ରହିଛନ୍ତି ଯେଉଁମାନେ କି ସେମାନଙ୍କର ନିଜସ୍ୱ ଉଦ୍ୟମରେ ଏପରି କିଛି କରି ଦେଖାନ୍ତି ଯାହା ଆମ ପାଇଁ ଗର୍ବ ପାଲଟିଥାଏ । ଏମିତି ଜଣେ ବ୍ଯକ୍ତିତ୍ବ ହେଉଛନ୍ତି , ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଂଚଳର ସୁଜାସ୍ମିତା ତିଓ୍ୱାରୀ। ଯିିଏ ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର କଳାକୃତି କରି ଏବେ ଚର୍ଚ୍ଚାରେ । ପିଲାଟି ବେଳରୁ ପୁରୁଣା ଜିନିଷରେ କଳାକୃତି ତିଆରି କରିବା ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ସେଥିପାଇଁ ସେ ଅନେକ ଯୁବତୀ ଏବଂ ମହିଳାମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ଏହି କାର୍ଯ୍ଯ ଉପରେ ଶିକ୍ଷା ଦେଉଛନ୍ତି ।

trailerପୁରୁଣା ଜିନିଷରେ କଳାକୃତି ତିଆରି କରିବାର ଶିକ୍ଷାଗ୍ରହଣ କରିବା ପାଇଁ ସରକାରୀ ଯୋଜନା ଠାରୁ ବହୁ ଦୂରରେ ରହି ସେ ନିଜସ୍ୱ ଉଦ୍ୟମରେ ନିଜ ଘରେ ଏକ ପ୍ରତିଷ୍ଠାନ ଟିଏ ତିଆରି କରିଛନ୍ତି । ଖାଲି ସେତିକି ନୁହେଁ ବାଲିପାଟଣା ଅଂଚଳର ପାଂଚ ଶହରୁ ଅଧିକ ଯୁବତୀ ଏବଂ ମହିଳାମାନଙ୍କୁ ସେ ଏଥିରେ ସାମିଲ କରି ଶିକ୍ଷାପ୍ରଦାନ କରିଛନ୍ତି ।

ଏଠାରେ ଯୁବତୀମାନେ ପୁରୁଣା କପଡ଼ା ଏବଂ ଅବ୍ଯବହୃତ ପ୍ଲାଷ୍ଟିକରେ ପାପୋଛ ବିଭିନ୍ନ ପ୍ରକାରର ପୋଷାକ, ସ୍ୱେଟର, ଛୋଟ ବଡ଼ ଟୟ, ଆଇସକ୍ରିମ କାଠିରେ ଫୁଲଦାନି, ଚାନ୍ଦୁଆ ତିଆରି କରିବା ସହ ଚିତ୍ରାଳୟର ବିଭିନ୍ନ ପୋଷାକ ତିଆରି କରିଥାନ୍ତି । ବଜାରରୁ ବିଭିନ୍ନ ଷ୍ଟୋନ, ମାଳି ଆଦି ସଂଗ୍ରହ କରି ସେସବୁକୁ ଲଗାଇ ପୁରୁଣା ଜିନିଷକୁ ଆହୁରି ସୁନ୍ଦର କରିଥାନ୍ତି । ଏଠାରେ ଯେଉଁମାନେ ତାଲିମ୍ ଗ୍ରହଣ କରୁଛନ୍ତି ସେମାନଙ୍କ ଭିତରୁ କିଛି ଶିକ୍ଷାର୍ଥୀ ଭବିଷ୍ଯତରେ ଜଣେ ଜଣେ ଫ୍ଯାସନ ଡ଼ିଜାଇନର ହେବେ ବୋଲି ମଧ୍ଯ ଆଶା ରଖିଛନ୍ତି ।

dressଅଦରକାରୀ ଜିନିଷରେ ତିଆରି ହେଉଥିବା ଏହି କଳାକୃତିକୁ ଯଦି ସରକାରୀ ସ୍ତରରେ କିଛି ପ୍ରତ୍ସାହନ ମିଳନ୍ତା, ତେବେ ଏହି କଳାର ବିକାଶ ହେବା ସହିତ, ଏଥିରୁ ଅନେକ ଲୋକ ଉପକ୍ରୁତ ହୋଇପାରନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.