ମୋଦିଙ୍କ ମୁହଁରେ ଓଡିଶାର ଇସକଙ୍କୁ ପ୍ରଶଂସା, ୟୁଟ୍ୟୁବରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାରୁ ମୋଦି କହିଲେ ପ୍ରେରଣାର ଉତ୍ସ

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ରେ ଓଡ଼ିଶାର ଇସକ୍‌ ମୁଣ୍ଡାଙ୍କ ପ୍ରଶଂସା। ମନ୍‌କି ବାତ୍‌ର ୭୯ ତମ ସଂସ୍କରଣରେ ଇସକ ମୁଣ୍ଡାଙ୍କୁ ପ୍ରେରଣାର ଉତ୍ସ କହିଲେ ମୋଦି। ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଇସକ୍‌। ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଇସକ ୟୁଟ୍ୟୁବ ମାଧ୍ୟମରେ ଇଣ୍ଟରନେଟ୍‌ର ସେନ୍‌ସେସନ ପାଲଟିଛନ୍ତି।

isak munda
picture Courtesy:DD

ଭିଡିଓରେ ସ୍ଥାନୀୟ ଖାଦ୍ୟ, ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ କରିବାର ପ୍ରଣାଳୀ, ନିଜ ଗାଁ, ଜୀବନଶୈଳୀ ଓ ପରିବାର ସଂପର୍କରେ ବଖାଣିଥାନ୍ତି ଇସକ୍‌। ୟୁଟ୍ୟୁବର ଭାବେ ତାଙ୍କର ଯାତ୍ରା ଗତ ବର୍ଷ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୟୁଟ୍ୟୁବ୍‌ରେ ସେ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ପଖାଳ ଭିଡିଓ ଅପ୍‌ଲୋଡ କରିଥିଲେ। ଏହା ସମସ୍ତଙ୍କ ଠାରୁ ଅଲଗା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.