Below header

ଶ୍ରାବଣ ମାସରେ ବ୍ରତ କରୁଥିଲେ ପିଅନ୍ତୁ ଏହି ୫ଟି ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କସ୍‌

୨୫ ଜୁଲାଇଠୁ ଅର୍ଥାତ ଆଜିଠୁ ଶ୍ରାବଣ ମାସ ଆରମ୍ଭ ହୋଇଛି। ଏହି ସମୟରେ ଅନେକ ଲୋକ ଭଗବାନ ଶିବଙ୍କ ପାଇଁ ବ୍ରତ ରଖିନ୍ତି । ବିଶ୍ୱାସ ରହିଛି ଯେ, ଶ୍ରାବଣ ମାସର ସୋମବାର ବ୍ରତ ରଖିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଏହି ବ୍ରତ ଧାରଣ କରିବା ସମୟରେ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

କରୋନା ମହାମାରୀ ସାଙ୍ଗକୁ ଶ୍ରାବଣର ଏହି ବ୍ରତ ରଖିବା ସବୁଠୁ କଷ୍ଟ । କାରଣ ଏହି ସମୟରେ ଖାଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ତେବେ ଆଜି ଆମେ ଆପଣଙ୍କୁ ଏହି ବ୍ରତରେ ଉତ୍ତମ ଖାଦ୍ୟ ସେବନର ଟିପ୍ସ ସମ୍ପର୍କରେ କହିବୁ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଆପଣଙ୍କ ବ୍ରତକୁ ମଧ୍ୟ ପୁରା କରିପାରିବେ । ନିମ୍ନ ଲିଖିତ ଡ୍ରିଙ୍କସ ଏହି ସମୟରେ ପିଅନ୍ତୁ , ଯାହା ଆପଣଙ୍କ ଇମ୍ୟୁନିଟି ଶକ୍ତିକୁ ମଜବୁତ ରଖିବ ।

ପଇଡ଼ ପାଣି:

ଶରୀରକୁ ହାଇଡ୍ରେଟ ରଖିବା ପାଇଁ ସାଧାରଣ ପାଣି ସ୍ଥାନରେ ଆପଣ ବିକଳ୍ପ ଭାବେ ନଡ଼ିଆ ପାଣି କିମ୍ବା ପଇଡ଼ ପାଣି ପିଇପାରିବେ । ଏଥିରେ ଭିଟାମିନ ପ୍ରଚୁର ମାତ୍ରାରେ ଭରି ରହିଥାଏ ।

ମିଣ୍ଟ ବା ପୋଦିନା ଡ୍ରିଙ୍କ:

ପୋଦିନା ପତ୍ରକୁ ବାଟି ଏଥିରେ ଲୁଣ ମିଶାଇ ଥଣ୍ଡା ପାଣିରେ ଗୋଳାଇ ପିଅନ୍ତୁ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଛି । ଏହାବ୍ୟତିତ ଭିଟାମିନ ସି, ଭିଟାମିନ ଏ ଭରପୂର ମାତ୍ରାରେ ରହିଛି ।

milk
pc: her zindagi

ଲସି:

ଖରାଦିନରେ ଲସିକୁ ବହୁଳ ମାତ୍ରାରେ ସେବନ କରାଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ହୋଇଥାଏ । ଯଦି ବ୍ରତ କିମ୍ବା ଉପବାସ ରଖିଛନ୍ତି ତେବେ ଏହାକୁ ଆପଣ ସେବନ କରିପାରିବେ । ଏହା ଆପଣଙ୍କ ଶରୀରକୁ ହାଇଡ୍ରେଟ ରଖିବ ।

କମଳା ଜୁସ:

ଇମ୍ୟୁନିଟି ବଢ଼ାଇବା ସହ ଚେହେରାରେ ଉଜ୍ୱଳତା ଆଣିବା ପାଇଁ କମଳା ଜୁସ ପିଇପାରିବେ । ଯଦି ଆପଣ ୯ଦିନ ପାଇଁ ବ୍ରତ ରଖୁଛନ୍ତି, ତେବେ ଏହି ଜୁସକୁ ପ୍ରତିଦିନ ପିଇପାରିବେ ।

ଟମାଟୋ ଏବଂ କାକୁଡ଼ି ଜୁସ:

ବ୍ରତ ରଖିବା ସମୟରେ ଆପଣ ଟମାଟୋ ସହ କାକୁଡ଼ି ମିଶାଇ ଜୁସ କରି ପିଇ ପାରିବେ । ଏଥିରେ ଲୁଣ ଓ ଅଳ୍ପ ଥଣ୍ଡା ପାଣି ମିଶାଇ ପାରିବେ । ଏଥିରେ ଭିଟାମିନ ସହ ଆଣ୍ଟି ଅକ୍ସିଡେଣ୍ଟ ଏବଂ ପୋଟାସିୟମ ଭରପୂର ମାତ୍ରାରେ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.