ଖୋର୍ଦ୍ଧା: ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟିବା ପଡିଲା ମହଙ୍ଗା, ଦୁଇ ଡକାୟତଙ୍କୁ କାବୁ କରି ପୋଲିସରେ ଦେଲେ ଲୋକେ

ଟାଙ୍ଗୀ(କେନ୍ୟୁଜ୍): ବନ୍ଧୁକ ମୁନରେ ଲୁଟ୍ ପଡିଲା ମହଙ୍ଗା । ଗିରଫ ହେଲେ ୨  କୁଖ୍ୟାତ ରୋଡ଼ ଡକାୟତ  । ସେମାନଙ୍କ ଠାରୁ ଗୋଟିଏ  ପିସ୍ତଲ ସହ  ୨ଟି ଜୀବନ୍ତ ଗୁଳି ଉଦ୍ଧାର କରାଯାଇଛି । ଏହା ସହିତ ଏକ ବାଇକକୁ ମଧ୍ୟ ଜବତ କରିଛି ଟାଙ୍ଗୀ ପୋଲିସ। ଗିରଫ ଦ୍ୱୟ ହେଲେ  ନୟାଗଡ ଜିଲା ଚାନ୍ଦପୁର ଥାନା ଅଧିନସ୍ଥ ମଧୁବନ ସାହିର ନିଶିକାନ୍ତ ଓରଫ  ରାଜା ବେହେରା  (୨୮ ବର୍ଷ) ଓ ବାଲୁଗାଁର ଉଦ୍ଧବ ବେହେରା (୨୫ ବର୍ଷ)।

ପୋଲିସ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ ଭୁଷଣ୍ଡପୁର ଅଞ୍ଚଳର ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ରସାହୁ ନିଜର ବ୍ୟକ୍ତିଗତ କାର୍ଯ୍ୟ ସାରି ଏକ କାରରେ  ନିଜ ଘର ଭୂଷଣ୍ଡପୁରକୁ ଫେରିଥିଲେ। ଏହି ସମୟରେ ମା ଉଗ୍ରତାରା- ଭୁଷଣ୍ଡପୁର ରାସ୍ତାର  ରେଳବାଇ ଫାଟକ  ନିକଟରେ ୨ଜଣ ଦୁର୍ବୃତ୍ତ ଏକ ମଟର ସାଇକେଲରେ ଆସି ହଠାତ କାର ସାମ୍ନାରେ ଅଟକି ଗଲେ ଓ କାରଟିକୁ ଅଟକାଇ ଥିଲେ । ଏହା ପରେ ବ୍ୟବସାୟୀ ଶ୍ରୀଯୁକ୍ତ ସାହୁଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରାଇ ତାଙ୍କ ପାଖରେ ଥିବା ୩୪ ହଜାର ଟଙ୍କାକୁ ଛଡାଇ ନେଇଥିଲେ । ଏହି ସମୟରେ  ବ୍ୟବସାୟୀ ଜଣକ ଜୋରରେ ଚିତ୍କାର କରିବାରୁ । ନିକଟରେ ଥିବା ସ୍ଥାନୀୟ  ଲୋକେ ଜମା ହୋଇଯାଇଥିଲେ । ଲୋକଙ୍କୁ  ଏକାଠି ହୋଇ ଯିବାରୁ ଦେଖି ଦୁର୍ବୃତ୍ତ ଦ୍ବୟ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ   ସେମାନଙ୍କୁ  କାବୁ କରି ନିସ୍ତୁକ ପିଟିଥିଲେ ସ୍ଥାନୀୟ ଲୋକେ ।  ଖବର ପାଇ ଟାଙ୍ଗି ପୋଲିସର  ପାଟ୍ରୋଲିଂ ଗାଡି ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଏହି ଅଭିଯୁକ୍ତମାନଙ୍କ ନାମରେ ଆଗରୁ ଚାନ୍ଦପୁର ଥାନାରେ  ୭ ରୁ ଅଧିକ ଡକାୟତି ମାମଲା ରହିଛି । ଗିରଫ ରାଜା  ଚାନ୍ଦପୁର ଥାନା ଅଂଚଳରେ ବିଭନ୍ନ ଅପରାଧ ଘଟାଇ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇ ଯାଉଥିଲା । ହେଲେ ପୋଲିସ୍ କୌଣସି କେସରେ ବି ରାଜାକୁ ଗିରଫ କରି ପାରିନଥିଲା । ବହୁତ ଦିନ ହେବ ପୋଲିସ ରାଜାକୁ  ଖୋଜୁଥିଲା। କିନ୍ତୁ ଗତକାଲି ସେ  ସାଧାରଣ ଲୋକଙ୍କ ହାତରେ ଧରା ପଡିଛି । ଟାଙ୍ଗୀ ମେଡିକାଲରେ ପୋଲିସ ନଜର ବନ୍ଦୀରେ  ଗିରଫ  ରାଜାର ଚିକିତ୍ସା ଜାରି ରହିଛି ।  ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ ଓ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଏହି ଘଟଣାର  ସମସ୍ତ ଦିଗ ପ୍ରତି ଗୁରୁତ୍ୱ ଦେଇ ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.