ଦେଶ ବିଦେଶ

ଆକ୍ସନ ମୋଡରେ NIA, ଗ୍ୟାଙ୍ଗଷ୍ଟର ଫଣ୍ଡିଂ ମାମଲାରେ ସଂପୃକ୍ତି ଥିବା ୭୨ ସ୍ଥାନରେ ଚଢଉ

ଜାତୀୟ ତଦନ୍ତକାରୀ ଦଳ (NIA) ଗ୍ୟାଙ୍ଗଷ୍ଟର ଫଣ୍ଡିଂ ମାମଲାକୁ ନେଇ ଦେଶର ପ୍ରାୟ ୭୦ରୁ ଅଧିକ ସ୍ଥାନରେ ମଙ୍ଗଳବାର ସକାଳୁ ଚଢ଼ଉ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଏନ୍ଆଇଏ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିଆଣା ଏବଂ ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀରେ ଏହି ଚଢ଼ଉ କରାଯାଉଛି। ଏହା ସଙ୍ଗରେ ସବୁ ସ୍ଥାନରେ ଚଢଉ କରୁଛି ଏନ୍‌ଆଇଏ ।

ଏନଆଇଏ ସୂଚନା ମୁତାବକ, ୬ ଜଣ ଗ୍ୟାଙ୍ଗଷ୍ଟରକୁ ପଚରାଉଚରା କରିବା ସମୟରେ ଅନେକ ଗ୍ୟାଙ୍ଗଷ୍ଟରଙ୍କ ନାମ ସାମ୍ନାକୁ ଆସିଥିଲା । ୟୁପିର ଫିଲିଭିଟ୍ରେ ଏନ୍ଆଇଏ କର୍ମଚାରୀମାନେ ଜଣେ ଅସ୍ତ୍ର ଯୋଗଣାକାରୀଙ୍କ ଘରେ ଚଢ଼ଉ କରୁଥିବା ସୂଚନା ରହିଛି। ଚଢ଼ଉ ସମୟରେ ଯୋଗାଣକାରୀର ଘରୁ ପାକିସ୍ଥାନରୁ ଆସିଥିବା ଅସ୍ତ୍ର ଜବତ ହୋଇଛି।

ଗୁଜରାଟର ଗାନ୍ଧିଧାମରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏବଂ ନୀରଜ ବବାନା ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଏନ୍ଆଇଏ ପଚରାଉଚରା କରି ଚଢ଼ଉ ଜାରି ରହିଛି । ଆଜି ହେଉଥିବା ଏହି ଚଢ଼ାଉରେ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇ ସାରିଲାଣି।
ପିଲିଭିତରେ ସକାଳ ୫ଟାରେ ଏନଆଇଏ ଟିମ୍‌ ପହଞ୍ଚି ଚଢଉ କରିଥିଲା। ଏହାଛଡା ପ୍ରତାପଗଡ, ହରିୟାଣାରେ ମଧ୍ୟ ସମାନ ସମୟରେ ଚଢଉ ହୋଇଥିଲା ।

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ ସହ ଗ୍ୟାଙ୍ଗଷ୍ଟରଙ୍କ ସଂପୃକ୍ତି ସଂପର୍କରେ ସୂଚନା ପାଇବା ପରେ ଜାତୀୟ ତଦନ୍ତକାରୀ ଦଳ ଆଜିକୁ ମିଶାଇ ୪ ଥର ଚଢ଼ାଉ କରି ସାରିଲାଣି। ବେଆଇନ୍ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଅନେକ ଗ୍ୟାଙ୍ଗଷ୍ଟରକୁ ଗିରଫ ବି କରାଯାଇଛି। ଗ୍ୟାଙ୍ଗଷ୍ଟର କିଭଳି ପଇସା ଆଦାୟ କରନ୍ତି, କେମିତି ଏହାର ବ୍ୟବହାର କରନ୍ତି, ଅସ୍ତ୍ରଶସ୍ତ୍ର କେଉଁଠୁ ମିଳେ ତାହା ଉପରେ ମଧ୍ୟ ପଚରାଉଚରା କରୁଛି ଏନ୍‌ଆଇଏ ।

 

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago