ଦିଲ୍ଲୀ: ପୁଣି ଘୁଞ୍ଚିବ କି ଫାଶୀ ତାରିଖ ? ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ। ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଓ ରାଜକ୍ଷମା ଆବେଦନ ପାଇଁ ଅନୁମତି ମାଗିଛି ଅନ୍ୟତମ ଦୋଷୀ ମୁକେଶ ସିଂ। ଏହି ଆବେଦନ ଗ୍ରହଣ କରାଗଲେ ଫାଶୀ ତାରିଖ ପୁଣି ଘୁଞ୍ଚିବା ଆଶଂକା ରହିଛି। ୪ ଦୋଷୀଙ୍କୁ ଆସନ୍ତା ୨୦ ତାରିଖ ସକାଳ ସାଢେ ୫ଟାରେ ଫାଶୀ ପାଇଁ ଗତକାଲି ଡେଥ୍ ଓ୍ଵାରେଣ୍ଟ ଜାରି କରିଛନ୍ତି ଟ୍ରାଏଲ କୋର୍ଟ। ଏହା ପୂର୍ବରୁ ତିନି ଥର ଡେଥ୍ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଏହା ଉପରେ ବ୍ରେକ୍ ଲାଗିଥିଲା। ଦୋଷୀମାନେ ଡେଥ୍ ଓ୍ଵାରେଣ୍ଟର କାର୍ଯ୍ୟକାରିତା ପୂର୍ବରୁ ଆଇନ୍ର ଗଳାବାଟ ଖୋଜି ନେଇଥିଲେ। ୪ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହେବା ପରେ ଗତକାଲି ଚତୁର୍ଥ ଥର ପାଇଁ ଡେଥ୍ ଓ୍ଵାରେଣ୍ଟ ଜାରି ହୋଇଛି।
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…