ଦେଶ ବିଦେଶ

ନିର୍ଭୟା ମାମଲା: ଫାଶୀକୁ ନେଇ ନିଶ୍ଚିତ ଅଛନ୍ତି ବୋଲି କହିଲେ ନିର୍ଭୟାଙ୍କ ଓକିଲ, ଜାଣନ୍ତୁ ଏହା ପଛର କାରଣ କ’ଣ

ଶେଷରେ ଘୋଷଣା ହୋଇଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ। ପଟିଆଲା କୋର୍ଟ ସୋମବାର ଚାରି ଦୋଷୀଙ୍କ ତୃତୀୟ ଡେଟ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ଅତିରିକ୍ତ ସେସନ୍‌ ଜଜ୍‌ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତାରିଖ ଘୋଷଣା ହେବା ପରେ ସବୁଠାରୁ ଅଧିକ ଖୁସି ଅଛନ୍ତି ନିର୍ଭୟାଙ୍କ ମା’।

ନିର୍ଭୟାଙ୍କ ମା’ ଆଶା ଦେବୀ ଖୁସିବ୍ୟକ୍ତ କରିବା ଅବସରରେ କହିଛନ୍ତି ଯେ ସେ ମାର୍ଚ୍ଚ ୩ରେ ଫାଶୀ ହେବ ବୋଲି ସେ ଆଶାବାଦୀ ଅଛନ୍ତି। ନ୍ୟାୟ ଡେରିରେ ମିଳିପାରେ ମାତ୍ର ମିଳିବ ନିଶ୍ଚୟ ବୋଲି ସେ କହିଛନ୍ତି।

ଅନ୍ୟପଟେ ଦୋଷୀଙ୍କ ଓକିଲ ଏପି ସିଂହ କହିଛନ୍ତି ଏବେ ବି ଆଇନତଃ ବିକଳ୍ପ ବାକି ଅଛି। ସୂଚନାଯୋଗ୍ୟ ଯେ ଏବେ ବି ପବନର କ୍ୟୁରେଟିଭ୍‌ ପିଟିସନ୍‌ ଓ ମର୍ସି ପିଟିସନ୍‌ ବାକି ଅଛି। ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ମଧ୍ୟ ଅପରାଧ ଘଟାଇବା ବେଳେ ନାବାଳକ ଥିବା ନେଇ ପିଟିସନ୍‌ ଦାଖଲ କରିବାକୁ ଚାହୁଁଥିବା ଜଣାଇଛନ୍ତି।

ତେବେ ଫାଶୀ ତାରିଖ ଘୋଷଣା ହେବା ପରେ ନିର୍ଭୟା ଓକିଲ ସୀମା ସମୃଦ୍ଧି ଆଶ୍ୱସ୍ତ ହୋଇଥିବା କହିଛନ୍ତି। ସେ କହିଛନ୍ତି ଯେ ଶେଷରେ କୋର୍ଟ ନ୍ୟାୟ ଦେଇଛନ୍ତି। ଏବେ ମାର୍ଚ୍ଚ ୩ ତାରିଖରେ ନିଶ୍ଚୟ ଫାଶୀ ହେବ। କୋର୍ଟ ଖୁବ୍‌ ଧୈର୍ଯ୍ୟର ସହ ଦୋଷୀଙ୍କୁ ସମୟ ଦେଇଥିଲେ। ଆଉ ଦୋଷୀମାନେ ଏହାର ଫାଇଦା ଉଠାଇ ସମୟ ଗଡ଼ାଇ ଚାଲିଛନ୍ତି। କିନ୍ତୁ ଏଥରକ ଆଉ କୌଣସି ଉପାୟ ନାହିଁ। ମାର୍ଚ୍ଚ ୩ ତାରିଖ ହିଁ ଫାଶୀ ହେବ ବୋଲି ଦୃଢ଼ତାର ସହ କହିଛନ୍ତି ନିର୍ଭୟାଙ୍କ ଓକିଲ।

WCW 11

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

16 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

18 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

22 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

23 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

28 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

37 mins ago