ରାଜ୍ୟ

ଆସନ୍ତା ଶୁକ୍ରବାର ଶିବରାତ୍ରୀ, ଜାଗର ଯାତ୍ରା ପାଇଁ ସାରା ରାଜ୍ୟର ଶୈବ ପୀଠ ଚଳଚଞ୍ଚଳ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସନ୍ତା ଶୁକ୍ରବାର ଶିବରାତ୍ରୀ । ଜାଗର ଯାତ୍ରା ପାଇଁ ରାଜ୍ୟର ସମସ୍ତ ଶୈବ ପୀଠରେ ଚାଲିଛି ଜୋରଦାର ପ୍ରସ୍ତୁତି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ରାଜ୍ୟର ସବୁ ଭାଗରେ ରହିଛି ଅନେକ ବଡ଼ ବଡ଼ ଶୈବ ପୀଠ ।

ସେ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ହୁଅନ୍ତୁ ଅବା ଭଦ୍ରକ ଆରଡ଼ିର ଆଖଣ୍ଡଳମଣି । ସବୁଠାରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଥାଏ । ଭକ୍ତମାନେ ଜାଗର ଉପବାସ କରି ସେହିଦିନ ଅନ୍ନ ତ୍ୟାଗ କରିଥାନ୍ତି । ଆଉ କିଛି ମହାଦୀପ ଉଠିବା ଯାଏ ଉପବାସ ରଖନ୍ତି ।

ଶ୍ରଦ୍ଧାଳୁମାନେ ସାରା ଦିନ ଦୀପ ଜାଳି ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଓଁ ନମ ଶିବାୟ ଓ ତ୍ରୟମ୍ବକମ୍‌ ଯଜାମହେ… ମନ୍ତ୍ରରେ କମ୍ପି ଉଠେ ସାରା ପରିବେଶ । ଲିଙ୍ଗରାଜ, ଆଖଣ୍ଡଳମଣି, କଟକର ଧବଳେଶ୍ୱର ଭଳି, କୋରାପୁଟର ଗୁପ୍ତେଶ୍ୱର, ମୟୁରଭଞ୍ଜ ଶିମଳା ଓ ମାଣତ୍ରୀ, ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର, ସମ୍ବଲପୁର ସ୍ଥିତ ହୁମ୍ମାର ବକ୍ର ମନ୍ଦିର,

ଝାରସୁଗୁଡ଼ାର କୋଇଲିଘୋଘର, ମାଲକାନଗିରି ମଲ୍ଲିକେଶ୍ୱର, ରାୟଗଡ଼ାର ଥେରୁବାଲି ନିକଟ ପାତାଳେଶ୍ୱର ଓ କଲ୍ୟାଣସିଂହପୁର ସ୍ଥିତ ଦେବଗିରି, ଗଞ୍ଜାମ ଜିଲ୍ଲାରେ ଧବଳେଶ୍ୱର, ବରଗଡ଼ ଗାଇସିମାର ବରାଡ଼ ବାଲୁଙ୍କେଶ୍ୱର, ଗଜପତି ଜିଲ୍ଲାର ମହେନ୍ଦ୍ର ଗିରିର ଗୋକର୍ଣ୍ଣେଶ୍ୱର, ପୁରୀର ଲୋକନାଥଙ୍କ ପୀଠରେ ପ୍ରଭଳ ଜନସମାଗମ ହୁଏ ।

ସେହିପରି ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବପୀଠ ଏବଂ ଶିବ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇଉଠେ ଶିବରାତ୍ରୀ ଦିନ । ଏଥର ମଧ୍ୟ ସବୁଠାରେ ଜୋରଦାର ପ୍ରସ୍ତୁତି ଚାଲିଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago