ଦେଶ ବିଦେଶ

ସମାଲୋଚିତ ହେବା ପରେ କ୍ଷମା ମାଗିଲେ ନୀତୀଶ କୁମାର, ‘ଲଜ୍ଜିତ ଅନୁଭବ କରୁଛି, ତେଣୁ କ୍ଷମା ମାଗୁଛି’

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଦନରେ ଦେଇଥିବା ‘ସେକ୍ସ ଜ୍ଞାନ’ ମନ୍ତବ୍ୟ ଦେଇ ସମାଲୋଚିତ ହେବା ପରେ ଏବେ ଭୁଲ୍‌ ମାଗିଛନ୍ତି । ନୀତୀଶଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେବା ପରେ ମହିଳାମାନଙ୍କୁ କ୍ଷମା ମାଗିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ କେବଳ ମହିଳାମାନଙ୍କ ଶିକ୍ଷା ବିଷୟରେ କହିଥିଲି, ଯଦି ମୋ କଥା ଭୁଲ୍‌ ଲାଗିଲା, ତେବେ କ୍ଷମା ମାଗୁଛି । ଯେଉଁମାନେ ମୋର ନିନ୍ଦା କରୁଛନ୍ତି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ବୟାନର ଅର୍ଥକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୁଁ ତ ମହିଳାମାନଙ୍କ ଶିକ୍ଷାର କଥା କହିଥିଲି। ତଥାପି ଯଦି ମୋ ବୟାନରେ କେହି ଆଘାତ ପାଇଛନ୍ତି, ତା’ହେଲେ ମୁଁ କ୍ଷମା ମାଗୁଛି ।

ବିହାରରେ ଆମେ ଅନେକ ବଡ କାମ କରୁଛୁ । ମହିଳାଙ୍କ ଉନ୍ନତି ମଧ୍ୟ ଅନେକ କାମ କରୁଛି । ସଦନରେ ଦେଇଥିବା ବୟାନ ଯୋଗୁଁ ଳଜ୍ଜାଜନକ ଅନୁଭବ କରୁଛି । ତେଣୁ ମୋ ବୟାନ ଯୋଗୁଁ ଭଲ୍‌ ମାଗୁଛି ।

ସୂଚନାଯୋଗ୍ୟ, ଗତକାଲି ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ନୀତୀଶ କୁମାର ଏମିତି କିଛି କହିଛନ୍ତି, ଯାହାକୁ ଶୁଣି ମହିଳାମାନେ ସ୍ତବ୍ଧ ରହିଥିବା ବେଳେ ପୁରୁଷମାନେ ହସିବାକୁ ଲାଗିଥିଲେ ।

ନୀତୀଶ କୁମାର ସଫେଇ ଦେଇ କହିଛନ୍ତି, ମୁଁ କେବଳ ମହିଳାଙ୍କ ପଢିବା ବିଷୟରେ କହିଥିଲି । ମହିଳାମାନେ କମ୍‌ ପଢୁଛନ୍ତି, ସେମାନେ ଅଧିକ ପଢିବା ଜରୁରୀ । ଯେଉଁ ସ୍ଥାନରେ ଶିକ୍ଷା ପହଞ୍ଚିପାରିନାହିଁ, ସେଠାରେ ମହିଳାମାନଙ୍କୁ ଶିକ୍ଷିତ କରିବା ପାଇଁ ପଦକ୍ଷେପ ନେଇଛୁ ।

Swagatika

Recent Posts

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

4 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

9 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

13 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

27 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

40 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

43 mins ago