ସମାଲୋଚିତ ହେବା ପରେ କ୍ଷମା ମାଗିଲେ ନୀତୀଶ କୁମାର, ‘ଲଜ୍ଜିତ ଅନୁଭବ କରୁଛି, ତେଣୁ କ୍ଷମା ମାଗୁଛି’
ମନ୍ତବ୍ୟକୁ ନେଇ ସମାଲୋଚିତ ହେବା ପରେ ମହିଳାମାନଙ୍କୁ କ୍ଷମା ମାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ କେବଳ ମହିଳାମାନଙ୍କ ଶିକ୍ଷା ବିଷୟରେ କହିଥିଲି, ଯଦି ମୋ କଥା ଭୁଲ୍ ଲାଗିଲା, ତେବେ କ୍ଷମା ମାଗୁଛି । ଯେଉଁମାନେ ମୋର ନିନ୍ଦା କରୁଛନ୍ତି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଦନରେ ଦେଇଥିବା ‘ସେକ୍ସ ଜ୍ଞାନ’ ମନ୍ତବ୍ୟ ଦେଇ ସମାଲୋଚିତ ହେବା ପରେ ଏବେ ଭୁଲ୍ ମାଗିଛନ୍ତି । ନୀତୀଶଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେବା ପରେ ମହିଳାମାନଙ୍କୁ କ୍ଷମା ମାଗିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ କେବଳ ମହିଳାମାନଙ୍କ ଶିକ୍ଷା ବିଷୟରେ କହିଥିଲି, ଯଦି ମୋ କଥା ଭୁଲ୍ ଲାଗିଲା, ତେବେ କ୍ଷମା ମାଗୁଛି । ଯେଉଁମାନେ ମୋର ନିନ୍ଦା କରୁଛନ୍ତି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।
ସେ ଆହୁରି ମଧ୍ୟ କହିଛନ୍ତି, ମୋ ବୟାନର ଅର୍ଥକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୁଁ ତ ମହିଳାମାନଙ୍କ ଶିକ୍ଷାର କଥା କହିଥିଲି। ତଥାପି ଯଦି ମୋ ବୟାନରେ କେହି ଆଘାତ ପାଇଛନ୍ତି, ତା’ହେଲେ ମୁଁ କ୍ଷମା ମାଗୁଛି ।
ବିହାରରେ ଆମେ ଅନେକ ବଡ କାମ କରୁଛୁ । ମହିଳାଙ୍କ ଉନ୍ନତି ମଧ୍ୟ ଅନେକ କାମ କରୁଛି । ସଦନରେ ଦେଇଥିବା ବୟାନ ଯୋଗୁଁ ଳଜ୍ଜାଜନକ ଅନୁଭବ କରୁଛି । ତେଣୁ ମୋ ବୟାନ ଯୋଗୁଁ ଭଲ୍ ମାଗୁଛି ।
#WATCH पटना: बिहार के मुख्यमंत्री नीतीश कुमार ने कहा, “अगर मेरी बात से लोगों को किसी प्रकार का ठेस पहुंचा है तो मैं माफी मांगता हूं…मैं अपनी बात को वापस लेता हूं…” https://t.co/SkyUKtgEz7 pic.twitter.com/Tk73kHniGF
— ANI_HindiNews (@AHindinews) November 8, 2023
ସୂଚନାଯୋଗ୍ୟ, ଗତକାଲି ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ନୀତୀଶ କୁମାର ଏମିତି କିଛି କହିଛନ୍ତି, ଯାହାକୁ ଶୁଣି ମହିଳାମାନେ ସ୍ତବ୍ଧ ରହିଥିବା ବେଳେ ପୁରୁଷମାନେ ହସିବାକୁ ଲାଗିଥିଲେ ।
ନୀତୀଶ କୁମାର ସଫେଇ ଦେଇ କହିଛନ୍ତି, ମୁଁ କେବଳ ମହିଳାଙ୍କ ପଢିବା ବିଷୟରେ କହିଥିଲି । ମହିଳାମାନେ କମ୍ ପଢୁଛନ୍ତି, ସେମାନେ ଅଧିକ ପଢିବା ଜରୁରୀ । ଯେଉଁ ସ୍ଥାନରେ ଶିକ୍ଷା ପହଞ୍ଚିପାରିନାହିଁ, ସେଠାରେ ମହିଳାମାନଙ୍କୁ ଶିକ୍ଷିତ କରିବା ପାଇଁ ପଦକ୍ଷେପ ନେଇଛୁ ।