Below header

ଷ୍ଟ୍ରିମିଂ ସେନ୍ସେସନ୍: ଏହି ସପ୍ତାହରେ ଦର୍ଶକଙ୍କୁ ପୁରା ମନୋରଞ୍ଜନ କରିବ OTT

ଓଟିଟି ପ୍ଲାଟଫର୍ମରେ ବଡ଼ ବଡ଼ ଫିଲ୍ମକୁ କିଣିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ତେବେ ଜାଣନ୍ତୁ କେଉଁ ସବୁ କାହାଣୀ ଚଳିତ ସପ୍ତାହରେ ଓଟିଟିରେ ହେବ ଷ୍ଟ୍ରିମିଙ୍ଗ ।

ମୁମ୍ବାଇ: ବର୍ତ୍ତମାନ ସମୟରେ ଓଟିଟି ର ଦବଦବା ଲଗାତାର ବଢିବାରେ ଲାଗିଛି । ଓଟିଟି ପ୍ଲାଟଫର୍ମରେ ବଡ଼ ବଡ଼ ଫିଲ୍ମକୁ କିଣିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବଡ଼ ଷ୍ଟାରଙ୍କ ଫିଲ୍ମ ତଥା ଭଲ କାହାଣୀକୁ ନେଇ ଆଧାରିତ ଫିଲ୍ମକୁ କିଣିବାକୁ ଓଟିଟି ପ୍ଳାଟଫର୍ମ ଆଗ୍ରହ ପ୍ରକାଶ କରୁଛି।

ତେବେ ସବୁ ସପ୍ତାହରେ ନୂଆ ନୂଆ କାହାଣୀର ପ୍ରିମିୟର ହେଉଛି ଓଟିଟିରେ । ଆପଣ ବି ବର୍ତ୍ତମାନ କିଛି କମେଡି, ଡ୍ରାମା କିମ୍ବା ଥ୍ରିଲର କାହାଣୀ ଦେଖିବାର ଖୋଜ୍ ରେ ଥିବେ । ତେବେ ଏହାରି ଭିତରେ ବିଭିନ୍ନ ସୋସିଆଲ ମିଡିଆ ପ୍ଳାଟଫର୍ମରେ ଏହି ସପ୍ତାହ ବି ଏମିତି କିଛି ନୂଆ ନୂଆ କାହାଣୀ ସାମ୍ନାକୁ ଆସୁଛି । ଏହି ସପ୍ତାହରେ ଓଟିଟିରେ ପ୍ରିମିୟର ହେବାକୁ ଥିବା କିଛି ବହୁ ପ୍ରତିକ୍ଷିତ କାହାଣୀ ଆପଣଙ୍କ ପାଇଁ ଆସୁଛି ।

ତେବେ ଆସନ୍ତୁ ଜାଣିବା କେଉଁ ସବୁ କାହାଣୀ ଚଳିତ ସପ୍ତାହରେ ଓଟିଟିରେ ହେବ ଷ୍ଟ୍ରିମିଙ୍ଗ:

pippa imageପିପ୍ପା:
ଏହି କାହାଣୀରେ ବଲିଉଡ୍ ଷ୍ଟାର ସିଦ୍ଧାର୍ଥ ମଲହୋତ୍ରା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଏବଂ ଏହା ଆସନ୍ତା ୧୦ ନଭେମ୍ବର ୨୦୨୩ ରେ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମ୍ ହେବ ।

irugaputra
image credit : thethaiger.com

ଇରୁଗାପୁତ୍ର:
ଏହି କାହାଣୀ ଅଲଗା ଅଲଗା ଆର୍ଥିକ ପୃଷ୍ଠଭୂମୀରେ ଥିବା ତିନି ଜଣ କପଲ୍ ଙ୍କ କାହାଣୀକୁ ନେଇ ଆଧାରିତ । ଏମାନଙ୍କ ଭିତରେ ଥିବା ସମ୍ପର୍କକୁ ଠିକ୍ କରିବାକୁ ଏମାନେ ଯଥା ସମ୍ଭବ ଚେଷ୍ଟା କରିବାକୁ ଚାହୁଁଛନ୍ତି । ଏହି ପ୍ରେମ କାହାଣୀ ୬ ନଭେମ୍ବରରୁ ଷ୍ଟ୍ରିମ୍ ହୋଇସାରିଛି । ଆପଣ ସେଠାରେ ଏହି କାହାଣୀକୁ ଦେଖିବାର ସୁଯୋଗ ପାଇପାରିବେ ।

rainvow

ରେନବୋ ରିସ୍ତା:
ଏହି ସୋସିଆଲ୍ ଡ୍ରାମା ସିରିଜ୍ ଆମାଜନ ପ୍ରାଇମ୍ ରେ ନଭେମ୍ବର ୭ ଅର୍ଥାତ୍ ଗତକାଲି ଷ୍ଟ୍ରିମ୍ ହୋଇଛି । ମନକୁ ଛୁଇଁଲା ଭଳି ଏହି ପ୍ରେମ ଭରା ବାସ୍ତବିକ ଏବଂ ସାନଦାର୍ କାହାଣୀ ଆପଣଙ୍କୁ ନିହାତୀ ପସନ୍ଦ ଆସିବ । ଦେଖିବା ପରେ ଆପଣ ଜାଣି ପାରିବେ ଏହି କାହାଣୀର ନାୟକ ନିଜ ଅସମ୍ଭବ ସ୍ବପ୍ନକୁ ସତ କରିବାକୁ କଣ ସବୁ କରୁଛନ୍ତି ।

lavel

ଲେବଲ୍:
ଏହି କୋର୍ଟ ରୁମ ଡ୍ରାମା ମୁଖ୍ୟତଃ ତାମିଲ ଭାଷାରେ ନିର୍ମିତ ଏବଂ ଏହାର ମୁଖ୍ୟ ଭୂମିକାରେ ଜୟ ସମ୍ପଥ ଅଭିନୟ କରିଛନ୍ତି। ଏହା ନଭେମ୍ବର ୧୦, ୨୦୨୩ ରୁ ଡିସ୍ନି + ହଟଷ୍ଟାରରେ ଷ୍ଟ୍ରିମ୍ ହେବ।

Ghoomer
image credit: english.jagran

ଘୁମର:
ଏହା ଏକ ହିନ୍ଦୀ ଭାଷାରେ ଅଧୋରିତ ସ୍ପୋର୍ଟସ୍ କାହାଣୀ । ଏଥିରେ ସୈୟାମୀ ଖେର୍ ଏବଂ ଅଭିଷେକ ବଚ୍ଚନ ଲିଡ୍ ରୋଲ୍ ରେ ନଜର ଆସୁଛନ୍ତି । ଏହା ଆମାଜନ୍ ପ୍ରାଇମ୍ ରେ ଆସନ୍ତା ନଭେମ୍ବର ୧୦, ୨୦୨୩ରେ ଷ୍ଟ୍ରିମ୍ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.