ଦେଶ ବିଦେଶ

ଲକଡାଉନରେ ୫୦୦ ଟଙ୍କା ସରକାରୀ ସାହାଯ୍ୟ ପାଇଁ ୫୦ କିମି ଚାଲିଲେ ବୃଦ୍ଧା, ଶେଷରେ ବ୍ୟାଙ୍କରେ ପହଁଚି ଜାଣିଲେ

କରୋନା ଭଳି ଏକ ଅଦୃଶ୍ୟ ଶତ୍ରୁ ପାଇଁ ସାରା ଦେଶରେ ଲକଡାଉନ ବା ତାଲା ବନ୍ଦ। ତାଲା ବନ୍ଦ କାରଣରୁ ଧନୀ ଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଅନେକ ଅସୁବିଧାକୁ ସାମ୍ନା କରୁଛନ୍ତି। ଦୋକାନ ବଜାର ବନ୍ଦ କାରଣରୁ କାମ ଧନ୍ଦା ବନ୍ଦ ଫଳରେ ଜୀବନ ଜୀବିକାକୁ ଦୋହଲାଇ ଦେଇଛି କରୋନା। ଆଉ ଯଦି ଆମେ କହିବୁ ଏହି ଲକଡାଉନ ପାଇଁ ସବୁଠାରୁ ଅଧିକ ସମସ୍ୟା ତଥା ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି ବୟସ୍କ ଗରିବ ଏବଂ ଅସହାୟ ତେବେ ଭୁଲ ହେବନାହିଁ।

ସଂକଟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କ ସାହାଯ୍ୟ ହିଁ ଏମାନଙ୍କର ଏକମାତ୍ର ମାଧ୍ୟମ। ଆଉ ଥରେ ଭାବନ୍ତୁ ତ ଏହି ଗୋଟିକ ସାହାଯ୍ୟ ଯଦି ବନ୍ଦ ହୋଇଯାଏ ତାହେଲେ ସେମାନଙ୍କର ସ୍ଥିତି କଣ ହେବ। ଠିକ ଏମିତି ଏକ ଘଟଣା ଜଣେ ବୃଦ୍ଧାଙ୍କ ସହିତ ଘଟିଛି।

ସୂଚନା ଅନୁଯାୟୀ ଫିରୋଜାବାଦ ଥାନା ପଚୋଖରା ଗାଁର ହିମ୍ମତପୁର ନିବାସୀ ୭୨ ବର୍ଷୀୟ ବୃଦ୍ଧାଙ୍କ ସ୍ୱାମୀ ଆଗ୍ରାରେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। କିନ୍ତୁ ଲକଡାଉନ କାରଣରୁ କାମ ବନ୍ଦ ପଡିଛି ଯେଉଁ କାରଣରୁ ବୃଦ୍ଧାଙ୍କ ପାଖରେ ଖାଇବାକୁ ଟଙ୍କାଟିଏ ବି ନାହିଁ। ନା ତାଙ୍କ ପାଖରେ ଆଉ କିଛି ସରକାରୀ ସୁବିଧା ରହିଛି ନା ଅଛି କୌଣସି ରାସନ କାର୍ଡ।

କାହା ପାଖରୁ ଶୁଣିବାକୁ ପାଇଲେ ଯେ ସରକାର ଗରିବଙ୍କ ଖାତାରେ ୫୦୦ ଟଙ୍କା ଲେଖାଏଁ ଦେଉଛନ୍ତି। ଆଉ ସରକାରଙ୍କ ସାହାଯ୍ୟ ପାଇବା ଲକ୍ଷରେ ଜଣେ ବୃଦ୍ଧା ନିଜ ମନରେ ଅନେକ ଆଶା ରଖି ଏହା ଶୁଣିବା ପରେ ଭୋକ ଶୋଷ ଭୁଲି ରାତିରେ ରାତିରେ ହିଁ ୫୦ କିମି ପାଦରେ ଚାଲି ଚାଲି ବ୍ୟାଙ୍କ ପାଖରେ ପହଁଚିଲେ। କିନ୍ତୁ ସକାଳେ ସେଠାରେ ପହଂଚିବା ପରେ ତାଙ୍କର ସବୁ ଆଶା ଚୁରମାର ହେଇଗଲା। କାହିଁକିନା ସେ ଜାଣିବାକୁ ପାଇଲେ ଯେ ସରକାରଙ୍କ ସାହାଯ୍ୟ ତାଙ୍କ ଖାତାକୁ ଆସି ହିଁ ନାହିଁ। ଆଉ ସେ ଏହା ଶୁଣି ହତାଶ ହୋଇଗଲେ ଆଉ ଶେଷରେ ନିଜ ଘରକୁ ଫେରି ଆସିଲେ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago