ରାଜ୍ୟ

KIMS କୋଭିଡ୍‌ ହସ୍ପିଟାଲ କରୋନା ଯୋଦ୍ଧାଙ୍କୁ ପୁଷ୍ପ ବୃଷ୍ଟି କରି ସଲାମ କଲେ ବାୟୁସେନା

ଭୁବନେଶ୍ୱର: ଦେଶର କୋଭିଡ୍‌ ହସ୍ପିଟାଲ ଗୁଡିକରେ ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି ହୋଇଛି । କିମ୍‌ସ କୋଭିଡ୍‌ ହସ୍ପିଟାଲରେ ମଧ୍ୟ ବାୟୁସେନା ପକ୍ଷରୁ ପୁଷ୍ପ ବୃଷ୍ଟି କରାଯାଇଛି । ଏଥିପାଇଁ କିମ୍‌ସ କର୍ତ୍ତୃପକ୍ଷ ବିଶେଷ ଆନନ୍ଦ ପ୍ରକାଶ କରିଛନ୍ତି । ପୁଷ୍ପ ବର୍ଷା କରି କିମ୍‌ସରେ କାର୍ଯ୍ୟରତ କୋଭିଡ୍‌ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିଥିବାରୁ କିମ୍‌ସ ପକ୍ଷରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଯାଇଛି । ଏହା ଦ୍ୱାରା କିମ୍‌ସରେ ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ ଓ ଅନ୍ୟ ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ପାଇବ ।

ଏହା ସହ ସେମାନେ ଉତ୍ସାହିତ ହୋଇ କରୋନା ମୁକାବିଲା ପାଇଁ ଆଗେଇ ଆସିବେ ବୋଲି କିଟ୍‌, କିସ୍‌ ଓ କିମ୍‌ସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି । କିମ୍‌ସରେ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ଡକ୍ଟର ସାମନ୍ତ ଭାରତ ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଡକ୍ଟର

ସାମନ୍ତ କହିଛନ୍ତି, କୋଭିଡ ହସ୍ପିଟାଲ ପାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଯୋଗ ଦେଇଥିବାରୁ ଆଜି ଏହା ସମ୍ଭବ ହୋଇପାରିଛି । ଏହି ଅବସରରେ ଡକ୍ଟର ସାମନ୍ତ ଡାକ୍ତରଙ୍କ ସମେତ ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିଥିବାରୁ କରୋନା ଯୁଦ୍ଧ ପାଇଁ ଆଗେଇ ଆସିଛି ବୋଲି ଡାକ୍ତରମାନେ କହିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago